ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ହେଉନି ବିଲ୍‌: କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପାତ୍ର

ଗଞ୍ଜାମ,୪।୩(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅଧୀନ ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ବିଲ୍‌ ପ୍ରଦାନ କରାଯାଇନାହିଁ। ଏ ନେଇ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଧବାର ତୁରନ୍ତ ବିଲ୍‌ ପ୍ରଦାନ ଲାଗି ଠିକାଦାର ସଂଘ ପକ୍ଷରୁ ଏକ ଦାବିପତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଛତ୍ରପୁର ଉପଜିଲାପାଳଙ୍କୁ ଅବଗତ କରାଯାଇଛି। ତେବେ ଆସନ୍ତା ୭ ଦିନ ମଧ୍ୟରେ ବକେୟା ବିଲ୍‌ ପ୍ରଦାନ କରା ନ ଗଲେ ଠିକାଦାରମାନେ ଏନ୍‌ଏସି କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସମୟରେ ଠିକାଦାରଙ୍କ ମଧ୍ୟରେ ଗିରିଜା ଶଙ୍କର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଦଳାଇ, ମନୋଜ କୁମାର ସାହୁ, ସୁରେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପହଞ୍ଚତ୍ପାରିଲେନି ଯାତ୍ରୀବାହୀ ବସ୍‌ରେ …

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ମଧ୍ୟରୁ ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଜଣେ ବୃଦ୍ଧାଙ୍କ...

ଗଞ୍ଜେଇ ସହ ବାଇକ୍‌ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୦ା୧(ଅଶେଷ ନାଥ ମିଶ୍ର): ବାଇକ୍‌ରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଜଣେ ବ୍ୟକ୍ତି ଧରା ପଡ଼ିଛନ୍ତି। ତାଙ୍କୁ ପୋଲିସ ଗିରଫ କରି ବ୍ରହ୍ମପୁର ଜିଲା ଦୌରାଜଜ୍‌...

ଚୋରି ଆଲୁମିନା ପାଉଡର ସହ ୨ ଟ୍ରାକ୍ଟର, ୨ ବୋଲେରୋ, କାର୍‌ ଜବତ, ୨ କୋର୍ଟ ଚାଲାଣ

ଲାଞ୍ଜିଗଡ଼,୧୦ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମ ନିକଟରୁ ଆଲୁମିନା ପାଉଡର ଚୋରି ଅଭିଯୋଗରେ ସ୍ଥାନୀୟ ପୋଲିସ ୨...

ତ୍ରିଲୋଚନପୁର ସରପଞ୍ଚ ଅଯୋଗ୍ୟ ଘୋଷିତ: ଜାଣନ୍ତୁ କିଏ ହେଲେ ନୂଆ ସରପଞ୍ଚ

ଲାଞ୍ଜିଗଡ଼,୧୦।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କୁ ଅଦାଲତ ଅଯୋଗ୍ୟ ଘୋଷଣା କରିଛନ୍ତି।୨୦୨୨ରେ ସରପଞ୍ଚ...

ସିଂହନାଥ ପୀଠରେ ମକର ମେଳା ସମୟରେ ସେତୁ ଉପରେ ଯାନବାହାନ ଚଳାଚଳ ବନ୍ଦ

କଟକ,୧୦।୧: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆସନ୍ତା ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଆଠଗଡସ୍ଥିତ ପ୍ରଭୁ ସିଂହନାଥ...

ଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍‌

ନିରାକାରପୁର,୧।୧୦(ମାନସ ଚସ ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଚିଲିକା ତହସିଲ ସୋରଣ ରାଜସ୍ବ ସର୍କଲ ଆରଆଇ କୈଳାସ ବେହେରା ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା...

ଚାଷୀଙ୍କୁ କ୍ଷତିପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ଚାଷୀ ସଙ୍ଗଠନ

ଛତ୍ରପୁର,୧୦ା୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଅଦିନିଆ ବର୍ଷାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଚାଷୀଙ୍କୁ କ୍ଷତିପୂରଣ ସହ ବିଭିନ୍ନ ସମସ୍ୟାର ସମାଧାନ ନେଇ ଅଖିଳ...

କାଲେମା ଗାଁରେ ମହିଳାଙ୍କୁ ହତ୍ୟା ଘଟଣା: ସ୍ବାମୀ ସହ ସଉତୁଣୀ-ପୁତୁରା ଗିରଫ

ମୋହନା,୧୦ା୧(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା କଲେମା ଗାଁରେ ଲାଲି ଓରଫ ଲକ୍ଷହିରା ନାୟକ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri