ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି: ଅଧିଗ୍ରହଣ ହେବ ୧୫ ଏକର ଜମି

ପୁରୀ ଅଫିସ, ୨୬।୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି କଡ଼ରୁ ୭୫ ମିଟର ସୁରକ୍ଷା ଜୋନରେ ପ୍ରଶାସନ ପକ୍ଷରୁ ସର୍ଭେ ଚାଲିଥିଲା। ହେଲେ ସରକାରୀ ବିଜ୍ଞପ୍ତି ପାଇ ନ ଥିବାବେଳେ କେଉଁ ଆଧାରରେ ସର୍ଭେ ଚାଲିଛି ବୋଲି ଲୋକେ ବିରୋଧ କରିଥିଲେ। ଫଳରେ ଏହାକୁ ନେଇ ସର୍ଭେ କାର୍ଯ୍ୟ ଅଧାରୁ ଅଟକି ଯାଇଥିଲା। ତେବେ ମଙ୍ଗଳବାର ସୁରକ୍ଷା ଜୋନରେ ଥିବା ଜମି ଅଧିଗ୍ରହଣ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଠି ନଂ. ୨୮୮୯୭ ତା ୨୪ା୯ା୨୦୧୯ରେ ରାଜସ୍ବ ବିଭାଗ ଏହାର ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ବେକ୍ଷଣ ପାଇଁ ଅଧିସୂଚନା ପ୍ରକାଶ କରିଛି। ଫଳରେ ଗୁରୁବାରଠାରୁ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ଶେଷ ହେବ ବୋଲି ଜଣାପଡିଛି।
ବିଜ୍ଞପ୍ତି ମୁତାବକ, ଭୂମି ଅର୍ଜନ, ପୁନର୍ବାସ ଓ ଥଇଥାନରେ ଉଚିତ ମୂଲ୍ୟ ଏବଂ ୨୦୧୩ ଜମି ଅଧିଗ୍ରହଣ ଆଇନ ଧାରା ୪ ଅନୁଯାୟୀ ଏହି ସର୍ଭେକ୍ଷଣ କରାଯିବ। ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ, ପୁରୀର ନିର୍ବାହୀ ଯନ୍ତ୍ରୀ ପ୍ରକଳ୍ପ ବିକାଶକାରୀ ଭାବେ ବିଜ୍ଞପ୍ତିରେ ଦର୍ଶାଯାଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ନିରାପତ୍ତା ବଳୟ ଉନ୍ନତିକରଣ ନିମନ୍ତେ ପ୍ରସ୍ତାବିତ ଭୂମି ଅଧିଗ୍ରହଣର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ ରହିଛି। ଏଥିପାଇଁ ମୋଟ ୧୫.୧୯୧ ଏକର ଜମି ଅଧିଗ୍ରହଣ କରାଯିବ, ଯେଉଁଥିରେ ୧୨.୫୪୪୫ ଏକର ଘରୋଇ ଏବଂ ୨.୬୪୬୫ ଏକର ସରକାରୀ ଜମି ରହିଛି। ଏଥିମଧ୍ୟରେ ପୁରୀ ତହସିଲ ଅନ୍ତର୍ଗତ ୫ଟି ଗ୍ରାମ ବାସେଳିସାହି, ମର୍ଣ୍ଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିର ଜମି ଅଧିଗ୍ରହଣ କରାଯିବ। ସାମାଜିକ ପ୍ରଭାବ ନିର୍ଦ୍ଧାରଣ ସର୍ବେକ୍ଷଣ ପରେ ପ୍ରକଳ୍ପ ପ୍ରଭାବିତ ଜମିର ବିସ୍ତୃତ ତାଲିକା ଉପଲବ୍ଧ ହୋଇପାରିବ। ତେବେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲାଗି ୩୦ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରଯାଇଛି। ୭୫ ମିଟର ମଧ୍ୟରେ ୩୦୦ ପ୍ଲଟ ରହିଛି। ଏଥିମଧ୍ୟରୁ ୨୩୦ ପ୍ଲଟ ବ୍ୟକ୍ତିଗତ ମାଲିକନାରେ ରହିଛି। ଜମି ଅଧିଗ୍ରହଣ ସୂଚନା ଏବଂ ବିଭିନ୍ନ ସରକାରୀ ସୂଚନା ତଥା ଥଇଥାନ ସମ୍ପର୍କରେ ବିସ୍ଥାପିତଙ୍କୁ ସୂଚନା ଦେବା ଲାଗି ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି କଣ୍ଟ୍ରୋଲ ରୁମ୍‌କୁ ଆସି କ୍ଷତିଗ୍ରସ୍ତ ଲୋକେ ସିଧାସଳଖ ପ୍ରଶାସନ ପାଖରେ ତାଙ୍କ ଆପତ୍ତି ଅଭିଯୋଗ ସହ ଜରୁରୀ ସୂଚନା ପାଇପାରିବେ। ଏଥିସହ ପ୍ରଶାସନିକ ଅଧିକାରୀ ମଧ୍ୟ ଘର ଘର ବୁଲି ଆଲୋଚନା କରିବେ। ଏହି ଦାୟିତ୍ୱରେ ୫ ଜଣ ଶିକ୍ଷାନବୀସ ଆଇଏଏସ୍‌ ଅଫିସର, ୫ ଜଣ ରାଜସ୍ବ ଅଧିକାରୀ, ୫ ଓଏଏସ୍‌ ଓ ଅନ୍ୟ ୫ ଜଣ ଶିକ୍ଷାନବୀଶ ଓଏଏସ୍‌ ଅଫିସର ରହିଛନ୍ତି। ଏମାନଙ୍କ ସହ ପୂର୍ତ୍ତ ବିଭାଗର ପ୍ରାୟ ୧୦ ଜଣ ଅଫିସର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସାମିଲ ହେବେ ବୋଲି ଜଣାପଡିଛି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି ମଙ୍ଗଳବାର ଜମି ଅଧିଗ୍ରହଣ ପାଇଁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଗୁରୁବାରଠାରୁ ପୁଣି ସର୍ଭେ କାର୍ଯ୍ୟ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ବନ୍ଦରରେ ଲାଗିଛି ନୌସେନା ଜାହାଜ ‘କୁଠାର’, ଦେଖିବାକୁ ପ୍ରବଳ ଭିଡ଼

ଛତ୍ରପୁର,୨୪ା୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ‘କୁଠାର’ ରବିବାର ଲଙ୍ଗର ପକାଇଛି। ଏହି...

ଜେଲ୍‌ରେ ପୂରାଇବୁ ନା ସସ୍‌ପେଣ୍ଡ କରିବୁ? କାହିଁକି ଏମିତି କହିଲେ ମନ୍ତ୍ରୀ…

ଭୁବନେଶ୍ୱର,୨୪ା୧୧: କାର୍ଯ୍ୟାଳୟରେ ନୁହେଁ କି ଆଉ କେଉଁଠି ନୁହେଁ ସିଧା ବିଚ୍‌ ରାସ୍ତାରେ ଏନ୍‌ଏଚ୍‌ ଅଧିକାରୀଙ୍କୁ ଫୋନ୍‌ରେ ଗାଳି କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.କୃଷ୍ଣଚନ୍ଦ୍ର...

‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା...

ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ

କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା...

ପରିବେଶ ପାଇଁ ବୈଶ୍ୱିକ ସ୍ବର ପାଲଟିଥିବା ଯୋଦ୍ଧା ହିତା ଲଖାନୀ

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ପରିବେଶ ଯୋଦ୍ଧା, କ୍ଲାଇମ୍‌ଆକ୍ଟ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶିକା ହିତା ଲଖାନୀ। ସେ ପୃଥିବୀର ଅନେକ ବୈଶ୍ୱିକ...

ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ, ୫୦ ହେକ୍ଟର ଜଙ୍ଗଲ ଜମିକୁ…

ଭୁବନେଶ୍ୱର,୨୪ା୧୧: ଧରିତ୍ରୀ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀରେ ଯୋଗଦେଇଛନ୍ତି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା...

ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୪ା୧୧: ଆସନ୍ତାକାଲି ଅର୍ଥାତ୍‌ ସୋମବାର ମାର୍ଗଶୀର କୃଷ୍ଣ ଦଶମୀ ତିଥି। ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ହେବ। ଏଥିପାଇଁ ୪ ଘଣ୍ଟା ସର୍ବସାଧାରଣ...

ତୀବ୍ର ହେଉଛି ଯାଜପୁର ରାଜନୀତି: ପ୍ରେସ୍‌ମିଟ୍‌ କରି ଖୁବ୍‌ ବର୍ଷିଲେ ପ୍ରମିଳା, କହିଲେ ଭାଜପା ସରକାର ଆସିବା ପରଠାରୁ…

ଭୁବନେଶ୍ୱର,୨୪ା୧୧: ଯାଜପୁରରେ ରାଜନୀତି ତୀବ୍ର ହେବାରେ ଲାଗିଛି। ଭାଜପା ବିଧାୟକ ହିମାଂଶୁ ସାହୁଙ୍କୁ ମାଡ଼ ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡ଼ିଛି। ଉଭୟ ଭାଜପା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri