ପ୍ରତିବାଦ ଯଥାର୍ଥ

ଆକାର ପଟେଲ
ଜାନୁୟାରୀ ୨୫, ଶନିବାର ସୁଦ୍ଧା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ୨୪ ଘଣ୍ଟିଆ ପ୍ରତିବାଦ ସଂଖ୍ୟା ୫୦ ଟପିଛି। ଅହମଦାବାଦ, ଆଲିଗଡ଼, ଆଲ୍ଲାହାବାଦ, ଔରଙ୍ଗାବାଦ, ବାଙ୍ଗାଲୋର, ବରେଲୀ, ଭାଗଲପୁର, ଭୋପାଳ, କୋଚିନ, ଦରଭଙ୍ଗା, ଦେଓବନ୍ଦ, ଦଓ୍ବୋସ, ଗୟା, ଗୋପାଲଗଞ୍ଜ-ସିଓ୍ବାନ, ଇନ୍ଦୋର, ଜବଲପୁର, କଲ୍ୟାଣ, କିଷନଗଞ୍ଜ, କୋଲକାତା, କୋଟା, ଲକ୍ଷ୍ନୌ, ମୁମ୍ବ୍ରା, ମୁଜାଫରପୁର, ନାନ୍ଦେଡ଼, ନାଳନ୍ଦା, ପର୍ଭାନି, ପାଟନା, ପୁଣେ, ରାଞ୍ଚି, ସମ୍ଭଲ, ସମସ୍ତିପୁର, ଟୋଙ୍କ ଓ ବିଜୟଓ୍ବାଡ଼ାରେ ଭାରତୀୟମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। କେତେକ ସହରରେ ଏକାଧିକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। କେବଳ ଦିଲ୍ଲୀରେ ଏକ ଡଜନରୁ ଅଧିକ ପ୍ରତିବାଦ ହୋଇଛି।
ଏହା ଏକ ଗଣ-ଆନ୍ଦୋଳନ, ଯାହା ଆଗରୁ କେବେ ଦେଖାଯାଇ ନ ଥିଲା। ପ୍ରତିବାଦକାରୀଙ୍କ ଭିତରେ ପ୍ରତିବଦ୍ଧତା ଦେଖିବାକୁ ମିଳିଥିଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଗୁଡ଼ିକର କେହି ନେତା ନ ଥିଲେ। ସେମାନଙ୍କର ପ୍ରତିବଦ୍ଧତା ଓ ନୀତି ନରେନ୍ଦ୍ର ମୋଦି ସରକାରକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି। ଏନ୍‌ଆର୍‌ସିକୁ ଅଳ୍ପେବହୁତେ ସ୍ଥଗିତ ରଖାଯାଇଛି। ସିଏଏ ଏବେ କୋର୍ଟର ବିଚାରାଧୀନ ଥିବାବେଳେ ରାମବିଳାସ ପାଶ୍ୱାନ ଓ ପ୍ରକାଶ ଜାଭ୍‌ଡେକରଙ୍କ ସମେତ ତିନିଜଣ ମନ୍ତ୍ରୀ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ରେ ମାତାପିତାଙ୍କ ସ୍ଥାନ ଓ ଜନ୍ମତାରିଖ ପଞ୍ଜୀକୃତ ହେବା ନେଇ ରହିଥିବା ନିୟମ ଉପରେ ପାଣି ଢାଳିଛନ୍ତି। ପୂର୍ଣ୍ଣସଂଖ୍ୟାଗରିଷ୍ଠତା ଥିବା ଏକ ସରକାର ବିରୋଧରେ ଏହା ଏକ ବିରାଟ ସଫଳତା। ପ୍ରଶ୍ନ ହେଉଛି ପ୍ରତିବାଦକାରୀମାନେ କାହିଁକି ଏକା ଏକା ଲଢ଼େଇ କରୁଛନ୍ତି ଏବଂ ରାଜନୈତିକ ଦଳଗୁଡ଼ିକ କାହିଁକି ଏହି ଆନ୍ଦୋଳନରେ ସାମିଲ ହେଉନାହାନ୍ତି। ପୁଣି ବିରୋଧୀ ଦଳଗୁଡ଼ିକ ଏଥିରୁ ନିବୃତ୍ତ ରହିବା ଫଳରେ ସିଏଏ-ବିରୋଧୀ ଆନ୍ଦୋଳନ ଦୁର୍ବଳ ହୋଇଛି କି?
ପ୍ରଥମତଃ ଉପରେ ଯେଉଁ ସହରଗୁଡ଼ିକର ନାମ ଉଲ୍ଲେଖ କରାଗଲା, ସେଥିମଧ୍ୟରୁ ପ୍ରାୟ ଅଧଡଜନ ହେଉଛି ଉତ୍ତରପ୍ରଦେଶର। ପ୍ରତିବାଦକାରୀଙ୍କ ବିରୋଧରେ ଅଧିକାଂଶ ହିଂସା ଏହି ରାଜ୍ୟରେ ହୋଇଛି। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଆନ୍ଦୋଳନରୁ ଦୂରେଇ ରହିଛନ୍ତି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବହୁସଂଖ୍ୟକ ଯୁବକଙ୍କୁ ମତେଇବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ଏହା ପୂରା ଚୁପ୍‌ ରହିଛି। କାରଣ ଅଖିଳେଶ ଭାବୁଛନ୍ତି, ଉତ୍ତରପ୍ରଦେଶରେ ଏହାକୁ ହିନ୍ଦୁ-ମୁସଲମାନ ଲଢ଼େଇ ଭାବରେ ଦେଖାଯିବ ଏବଂ ହିନ୍ଦୁ (ଯାଦବ) ଭୋଟଗୁଡ଼ିକ ତାଙ୍କ ହାତରୁ ଚାଲିଯିବ। ତେଣୁ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ତାଙ୍କୁ କିଛି ଲାଭ ମିଳିବ ନାହିଁ।
ମାୟାବତୀଙ୍କ ପାଇଁ ପରିସ୍ଥିତି ଆଉ ଟିକେ ଜଟିଳ। ସିଏଏ ବିରୋଧରେ ସେ ଅଖିଳେଶଙ୍କ ଅପେକ୍ଷା ଅଧିକ ତମ୍ବିତୋଫାନ କରିଛନ୍ତି। କିନ୍ତୁ ତାଙ୍କ କ୍ୟାଡର ତାଙ୍କୁ ପ୍ରତିବାଦକାରୀଙ୍କ ସହ ଯୋଗଦେବାକୁ ବାରଣ କରିଛନ୍ତି। ସେ ଭୟ କରୁଛନ୍ତି ନିଜକୁ ‘ରାବଣ’ ବୋଲାଉଥିବା ଯୁବ ଦଳିତ ନେତା ଚନ୍ଦ୍ରଶେଖର ଆଜାଦ, ଯିଏ ହିନ୍ଦୁ ଜାତିବାଦକୁ ମାନନ୍ତି ନାହିଁ, ତାଙ୍କ ଆଡ଼ୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେ ଉତ୍ତରପ୍ରଦେଶର ସହରଗୁଡ଼ିକରେ ତୃଣମୂଳ ସ୍ତରରେ ନିଜର ଅସ୍ତିତ୍ୱ ଜାହିର କରିବା ସହିତ ବହୁଜନ ସମାଜ ପାର୍ଟିର ଦଳିତ ଭିତ୍ତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ମାୟାବତୀ ଭାବୁଛନ୍ତି ଏହା ଏପରି ଏକ ପ୍ରସଙ୍ଗ ନୁହେଁ, ଯାହା ତାଙ୍କ ଭୋଟରମାନଙ୍କୁ ପ୍ରଭାବିତ କରିବ। ତେଣୁ ସେ ଆନ୍ଦୋଳନ ଭିତରେ ପଶିବାକୁ ଚାହୁଁନାହାନ୍ତି। ତା’ଛଡ଼ା ଶୁଣିବାକୁ ମିଳୁଛି ଯେ, ତାଙ୍କ ବିରୋଧରେ ଅନେକ ମାମଲା ରହିଥିବାରୁ ମୋଦି ସରକାରଙ୍କ ପକ୍ଷରୁ ସେ ଅତ୍ୟନ୍ତ ଚାପରେ ଅଛନ୍ତି। କାରଣ ଲାଲୁ ପ୍ରସାଦ ଯାଦବଙ୍କ ପରି ସେ ଜେଲରେ ଶଢ଼ିବାକୁ ଚାହୁଁନାହାନ୍ତି।
ପ୍ରତିବାଦକାରୀଙ୍କ ସହ ଖୋଲାଖୋଲି ମୈଦାନକୁ ଓହ୍ଲାଇଥିବା ଏକମାତ୍ର ଦଳ ହେଉଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଏହା ଏକ ଅସ୍ବାଭାବିକ ଦଳ, ଯିଏ କ୍ଷମତାରେ ଥାଉ ବା ନ ଥାଉ ସବୁବେଳେ ପ୍ରଚାର ମୋଡ୍‌ରେ ଥାଏ ଏବଂ ଏହା ହେଉଛି ପ୍ରଚାରର ଏକ ଉତ୍କୃଷ୍ଟ ମାଧ୍ୟମ। ତେବେ ଅଧିକାଂଶ ବିରୋଧୀ ଦଳ ଖୋଲାଖୋଲି ପ୍ରତିବାଦରୁ ଦୂରେଇ ରହିବା ଫଳରେ ସିଏଏ-ବିରୋଧୀ ଆନ୍ଦୋଳନ ଦୁର୍ବଳ ହେବ କି? ସତ କଥା ହେଲା, ଏହା ଦୁର୍ବଳ ହେବ ନାହିଁ ଏବଂ ତା’ର ଅନେକ କାରଣ ଅଛି। ପ୍ରଥମ କଥା ହେଲା ପ୍ରତିବାଦକାରୀମାନେ କୌଣସି ଦଳର ସାହାଯ୍ୟ ଚାହିଁନାହାନ୍ତି। ବିଭିନ୍ନ ସ୍ଥାନରୁ ଲଢ଼େଇ କରୁଥିବାରୁ ସେମାନେ ଏକ ସଂଗଠିତ ସଂସ୍ଥା ନୁହନ୍ତି। ଲକ୍ଷ ଲକ୍ଷ ପ୍ରତିବଦ୍ଧ ମଣିଷ ଗୋଟିଏ କାରଣ ପାଇଁ ଲଢ଼ୁଛନ୍ତି। ଦ୍ୱିତୀୟତଃ ବୃହତ୍ତମ ରାଜନୈତିକ ଦଳ ଭାଜପା ସମେତ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟକ ଲୋକଙ୍କୁ ଉପେକ୍ଷା କରିପାରିବ ନାହିଁ। ରାଜନୈତିକ ଗତିବିଧି ତ ଦେଖିବାକୁ ମିଳିବ ଓ ମିଳୁଛି କାରଣ ରାଜନୈତିକ ଦଳ ଏହା ଚାହୁଁଛି, ସାଧାରଣ ଜନତା ନୁହନ୍ତି। ସେଥିପାଇଁ ରାଜନୈତିକ ଦଳ ଏହା ସପକ୍ଷରେ ରାଲି କରାଉଛନ୍ତି। କିନ୍ତୁ ସିଏଏ ବିରୋଧରେ ଯେଉଁ ଆନ୍ଦୋଳନ ଦେଖିବାକୁ ମିଳୁଛି ତାହା ସ୍ବତଃସ୍ଫୂର୍ତ୍ତ। ତୃତୀୟତଃ ରାଜନୈତିକ ଦଳଗୁଡ଼ିକ ପ୍ରତିବାଦରୁ ଦୂରେଇ ରହିବା ଫଳରେ ଆନ୍ଦୋଳନ ସମସ୍ତଙ୍କର ବିଶ୍ୱାସଯୋଗ୍ୟ ହୋଇପାରିଛି। ପ୍ରତିବାଦକାରୀ ମୋଦି ସରକାରକୁ ଗାଦିଚ୍ୟୁତ କରିବାକୁ ଦାବି କରୁନାହାନ୍ତି। ସେମାନେ କେବଳ ଅସାମ୍ବିଧାନିକ ଓ ପକ୍ଷପାତମୂଳକ ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ସେଥିପାଇଁ ସରକାର ଉଭୟ ଭିତରୁ ଓ ବାହାରୁ ଏବଂ ବାହାର ଦେଶଗୁଡ଼ିକରୁ ଚାପରେ ଅଛନ୍ତି। ପ୍ରତିବାଦକାରୀଙ୍କ ଦାବି ଯୁକ୍ତିଯୁକ୍ତ ଏବଂ ସେମାନଙ୍କର ପ୍ରତିବାଦର ଶୈଳୀ ମଧ୍ୟ ଯଥାର୍ଥ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଓ ରାସ୍ତା

ଜଙ୍ଗଲ ଓ ରାସ୍ତା ପ୍ରସଙ୍ଗ ବହୁ ଜରୁରୀ। ଗୋଟେ ହେଉଛି ପ୍ରାକୃତିକ ଓ ଅନ୍ୟଟି କୃତ୍ରିମ ବ୍ୟବସ୍ଥା। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆମ...

ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ

ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ...

ଯୁଧିଷ୍ଠିର ଓ ଅଶୋକଙ୍କ ହିଂସା

ସମ୍ରାଟ ଅଶୋକ ଜଣେ ଐତିହାସିକ ବ୍ୟକ୍ତିତ୍ୱ। ଖ୍ରୀଷ୍ଟପୂର୍ବ ୨୬୦ ପାଖାପାଖି ଅର୍ଥାତ୍‌ ୨୩୦୦ ବର୍ଷ ପୂର୍ବେ ଅଶୋକ ଶାସନ କରୁଥିଲେ। ବିଶେଷକରି ସେ ସ୍ତମ୍ଭ ଓ...

ଦୁର୍ନୀତିର ଚକ୍ରବ୍ୟୂହ

ଓଡ଼ିଶା ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ହେଲେ ଦୁର୍ନୀତି ଓଡ଼ିଶାର ଅଭିବୃଦ୍ଧିକୁ ବାଧା ଦେଉଛି। ଦୁର୍ନୀତି ରୂପକ ସଂକ୍ରାମକ ବ୍ୟାଧିଟି ସମାଜର ପ୍ରତିଟି ସ୍ତରରେ ବିସ୍ତାରିତ ହୋଇସାରିଛି।...

ସୁସ୍ବାଗତଂ

ଆମ ଓଡ଼ିଶାର ରାଜଧାନୀ ସହରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ଏଥିରେ ଯୋଗଦେବାକୁ ବିଶ୍ବର କୋଣ ଅନୁକୋଣରେ ବାସ କରୁଥିବା ପ୍ରବାସୀ ଓ...

ଜାରଓ୍ବା ବଞ୍ଚାଅ

ଭାରତର ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଆଣ୍ଡାମାନ ନିକୋବର ଦ୍ୱୀପମାଳ ଅନ୍ୟତମ। ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ୧ ନଭେମ୍ବର ୧୯୫୬ରେ ଗଠନ କରାଯାଇଥିଲା। ୫୭୨ଟି ଦ୍ୱୀପକୁ...

ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ...

କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri