Posted inଖେଳ

ପ୍ରଥମ ଆଶେସ ଟେଷ୍ଟଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ବର୍ମିଂହାମ, ୬।୮-
ଷ୍ଟିଭ ସ୍ମିଥଙ୍କ ଡବଲ ଶତକ ଏବଂ ନାଥାନ ଲିୟନଙ୍କ ଚମତ୍କାର ବୋଲିଂ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ପ୍ରଥମ ଆଶେସ କ୍ରିକେଟ ଟେଷ୍ଟରେ ବୃହତ୍‌ ବିଜୟ ହାସଲ କରିଛି। ସୋମବାର ଶେଷ ହୋଇଥିତ୍ବା ମ୍ୟାଚରେ ଏହି ଦଳ ୨୫୧ ରନରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି। ୩୯୮ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୪୬ ରନରେ ଅଲଆଉଟ ହୋଇ ଯାଇଥିଲା। ଫଳରେ ଟିମ୍‌ ପେନ୍‌ଙ୍କ ଦଳ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଉଭୟ ଇନିଂସରେ ଶତକ ହାସଲ କରିଥିବା ଷ୍ଟିଭ୍‌ ସ୍ମିଥ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ
ଚତୁର୍ଥ ଦିବସର ଅସମାପ୍ତ ସ୍କୋର ୧୩/୦ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୮୫ ରନରେ ୪ଟି ଉଇକେଟ ହରାଇ ବିପଦରେ ପଡ଼ିଥିଲା। ପ୍ରଥମ ଇନିଂସରେ ଶତକ ହାସଲକାରୀ ରୋରି ବନର୍‌ସ ୧୧, ନିର୍ଭରଯୋଗ୍ୟ ଜାସନ ରେ ୨୮, ଜୋ ଡେନ୍‌ଲି ୧୧ ଓ ଜୋ ରୁଟ୍‌ ୨୮ ରନ କରି ଆଉଟ ହୋଇ ସାରିଥିବାରୁ ଇଂଲଣ୍ଡ ପରାଜୟ ଆଶଙ୍କାରେ ପଡ଼ିଥିଲା। ବିରତି ପରେ ଇଂଲଣ୍ଡ ଇନିଂସ ଭୁଶୁଡ଼ି ପଡ଼ିଥିଲା। କେବଳ କ୍ରିସ୍‌ ଓ୍ବକ୍ସ(୩୭ ରନ)ଙ୍କୁ ଛାଡ଼ିଦେଲେ ମିଡଲ ଏବଂ ଲୋୟର ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ଫଳରେ ଘରୋଇ ଦଳର ଦ୍ୱିତୀୟ ଇନିଂସ ମାତ୍ର ୫୨.୩ ଓଭରରେ ଶେଷ ହୋଇ ଯାଇଥିଲା।
ଲିୟନଙ୍କୁ ୬ ଉଇକେଟ
ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ ନାୟକ ସାଜିଥିଲେ ଅଷ୍ଟ୍ରେଲିଆ ଅଫ୍‌ ସ୍ପିନର ନାଥାନ ଲିୟନ। ପ୍ରଥମ ଇନିଂସରେ ୩ଟି ଉଇକେଟ ନେଇଥିବା ଲିୟନ ଦ୍ୱିତୀୟ ଇନିଂସରେ ୬ ଉଇକେଟ ହାସଲ କରି ଇଂଲଣ୍ଡକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ। ଏହି ଅବସରରେ ସେ ନିଜର ୩୫୦ତମ ଟେଷ୍ଟ ଉଇକେଟ ମଧ୍ୟ ପୂରଣ କରିଥିଲେ। ଏହାକୁ ମିଶାଇ ଲିୟନ ୧୫ଥର ଅଟଷ୍ଟରେ ୫ କିମ୍ବା ତଦୁର୍ଦ୍ଧ୍ୱ ଉଇକେଟ ନେଇଛନ୍ତି। ଅନ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ ପ୍ୟାଟ୍‌ କୁମିନ୍ସ ୪ଟି ଉଇକେଟ ନେଇଥିଲେ। ସେ ଏଠାରେ କ୍ୟାରିୟରର ୧୦୦ତମ ଟେଷ୍ଟ ଉଇକେଟ ପୂରଣ କରିଥିଲେ। ଏଜବାଷ୍ଟନ ଗ୍ରାଉଣ୍ଡରେ ୨୦୦୧ପରେ ଅଷ୍ଟ୍ରେଲିଆର ଏହାଥିଲା ପ୍ରଥମ ବିଜୟ। ୨୦୦୧ରେ ଶେଷଥରପାଇଁ ଆଶେସ ସିରିଜର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା। ଏହାପରେ ଏହି ଗ୍ରାଉଣ୍ଡରେ ଇଂଲଣ୍ଡ ଖେଳିଥିବା ୧୧ଟି ଅନ୍ତର୍ଜାତୀୟ ମ୍ୟାଚରେ ଅପରାଜେୟ ରହିଥିଲା।
ସଂକ୍ଷିପ୍ତ ସ୍କୋର
* ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୮୪
* ଇଂଲଣ୍ଡ ପ୍ରଥମ ଇନିଂସ: ୩୭୪
* ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୪୮୭/୭(ଘୋଷଣା)
* ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୧୪୬/ଅଲଆଉଟ(କ୍ରିସ୍‌ ଓ୍ବକ୍ସ-୩୭, ଜାସନ ରୟ-୨୮, ଜୋ ରୁଟ୍‌-୨୮, ନାଥାନ ଲିୟନ-୬/୪୯, ପ୍ୟାଟ୍‌ କୁମିନ୍ସ-୪/୩୨)।
*ମ୍ୟାନ ଅଫ ଦି ମ୍ୟାଚ: ଷ୍ଟିଭ୍‌ ସ୍ମିଥ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri