ମୁମ୍ବାଇ,୨୮।୬: ମାୟାନଗରୀ ମୁମ୍ବାଇରେ ଶୁକ୍ରବାର ମୌସୁମୀ ବର୍ଷା ହୋଇଛି। ଏଥିପାଇଁ ସହରର ବିଭିନ୍ନ ସ୍ଥାନଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ଗୋଟିଏ ଦିନର ବର୍ଷାରେ ଲୋକେ ବେହାଲ ହୋଇପଡ଼ିଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ବହୁ ସ୍ଥାନରେ ପାଣି ଭର୍ତ୍ତି ଯୋଗୁ ଲୋକମାନେ ଫଶି ରହୁଥିବା ଦେଖିବାକୁ ମିଳିଛି। ଏହାରି ଭିତରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ପ୍ରସିଦ୍ଧ ସବଓ୍ବେରେ ଜଣେ ମହିଳା ଫଶିଯାଇଥିବା ନଜର ଆସିଛନ୍ତି। ସବଓ୍ବେ ନିକଟରୁ ମହିଳା ଜଣକ ଯାଉଥିବା ସମୟରେ ସେଠାରେ ବହୁତ ପାଣି ଭର୍ତ୍ତି ହୋଇଯାଇଥିବାରୁ ସେ ହାଠତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ପାଣିରେ ଫଶିଯାଇଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ତେବେ ମହିଳା ଜଣକ ବିଦେଶିନୀ ହୋଇଥିବା ବେଳେ ସେ ପ୍ରଥମ ଥର ପାଇଁ ମାଲେଶିଆରୁ ମୁମ୍ବାଇ ଆସିଥିବା ଜଣାପଡ଼ିଛି।