Posted inଫୁରସତ

ପ୍ରଥମ ଦରମାରେ ପ୍ରଭୁ ଲିଙ୍ଗରାଜଙ୍କ ଠାରେ ଭୋଗ କରିଥିଲି: ଲେଖକ ଦୁର୍ଗାଚରଣ ପଣ୍ଡା

ମୋର ଜନ୍ମ ୧୯୪୨ ମସିହା, ଗଞ୍ଜାମ ଜିଲାର ଛତ୍ରପୁରଠାରେ। ସ୍ଥାନୀୟ ଅନ୍‌ସ୍ଲୋ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ ପରେ ହାଇଦ୍ରାବାଦ୍‌ର ଏକ କଳା ଅନୁଷ୍ଠାନରେ ଚିତ୍ରଶିକ୍ଷା ନିମନ୍ତେ ନାମ ଲେଖାଇଥିଲି। କିଛି କାଳ ପରେ ଖବରକାଗଜରେ ଏକ ବିଜ୍ଞାପନ ଦେଖି ଭୁବନେଶ୍ୱରସ୍ଥ ରାଜ୍ୟ ସଂଗ୍ରହାଳୟ ଓ ପ୍ରତ୍ନତତ୍ତ୍ୱ ବିଭାଗକୁ ଚିତ୍ରଶିଳ୍ପୀ ଚାକିରିଟିଏ ନିମନ୍ତେ ଦରଖାସ୍ତ ପଠାଇଲି। ସାକ୍ଷାତ୍‌କାରରେ ମନୋନୀତ ହୋଇ ୧୯୬୨ରେ ଚାକିରିରେ ଯୋଗଦେଲି। ମୋର ଉପର ଅଫିସର ଐତିହାସିକ କେଦାରନାଥ ମହାପାତ୍ର ମୋତେ ସେତେବେଳେ ବହୁତ ସାହାଯ୍ୟ କରୁଥିଲେ। ତେଣୁ ମୁଁ ତାଙ୍କୁ ‘ଗଡ୍‌ ଫାଦର୍‌’ ଭାବେ ସମ୍ମାନ ଦେଉଥିଲି। ଆଉ ପ୍ରଥମ ମାସର ଦରମା ୧୪୫ ଟଙ୍କା ପାଇବା ପରେ ତାଙ୍କୁ ଦେଖାକରି ଆଶୀର୍ବାଦ ନେଲାବେଳେ ସେ ଖୁସି ହୋଇ କହିଲେ ‘ପ୍ରଥମ ଦରମା ପାଇଛ, ଲିଙ୍ଗରାଜ ପ୍ରଭୁଙ୍କଠାରେ ଭୋଗ ଟିକେ କରିଦିଅ’। ତାଙ୍କ କହିବାନୁସାରେ ପରଦିନ ମନ୍ଦିରକୁ ଯାଇ ଭୋଗ କରିଥିଲି ଏବଂ କିଛି ଟଙ୍କା ମନିଅର୍ଡର ଦ୍ୱାରା ବାପାଙ୍କ ନିକଟକୁ ପଠାଇଥିଲି। ଚାକିରିର ପ୍ରଥମ ଭାଗରେ ନୂଆଦିଲ୍ଲୀସ୍ଥିତ ଜାତୀୟ ସଂଗ୍ରହାଳୟ ଏବଂ ପ୍ରତ୍ନତାତ୍ତ୍ୱିକ ସଂସ୍ଥାନରେ ପ୍ରଶିକ୍ଷଣ ପାଇବା ସମୟରେ ଭାରତର ବିଭିନ୍ନ ସ୍ଥାନରେ ଥିବା କେତେକ ପ୍ରମୁଖ ସଂଗ୍ରହାଳୟ ଓ ପ୍ରାଚୀନ କୀର୍ତ୍ତି ଦେଖିବାର ସୁଯୋଗ ପାଇଥିଲି। ରାଜ୍ୟ ସଂଗ୍ରହାଳୟ ଭବନରେ ସେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗ ସମେତ ଓଡ଼ିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ଓ ଲଳିତକଳା ଏକାଡେମୀ ମଧ୍ୟ କାର୍ଯ୍ୟ କରୁଥିଲା। ଅର୍ଥାତ୍‌ ସ୍ଥାନଟି ଥିଲା ବିଦ୍ୱାନ୍‌ ତଥା କଳାକାରମାନଙ୍କର ଏକ ମିଳନସ୍ଥଳ। ତେଣୁ ଏଠାରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ସହିତ ମୋର ସମ୍ପର୍କ ଗଢ଼ି ଉଠିଥିଲା। ୧୯୭୩ ବେଳକୁ ଓଡ଼ିଶାରେ ସମସାମୟିକ ଚିତ୍ରକଳା କ୍ଷେତ୍ରରେ ଏକ ଆନ୍ଦୋଳନ ସୃଷ୍ଟି ହୋଇଥିଲା। ଅଧ୍ୟାପକ ଶିଳ୍ପୀ ଅନନ୍ତ ପଣ୍ଡା ସେତେବେଳେ ‘ଓ୍ବା’ ବା ‘ଓ୍ବାର୍କିଂ ଆର୍ଟିଷ୍ଟ ଆସୋସିଏଶନ୍‌’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଏହି ଅନୁଷ୍ଠାନ ତରଫରୁ ଓଡ଼ିଶା ଓ ଓଡ଼ିଶା ବାହାରେ ଅନେକ ଚିତ୍ର ପ୍ରଦର୍ଶନୀର ଆୟୋଜନ ବି କରାଯାଉଥିଲା। ମୋ ସମେତ ଉକ୍ତ ଅନୁଷ୍ଠାନରେ କେତେକ ପ୍ରମୁଖ ଶିଳ୍ପୀ ଯେମିତିକି: ଡ. ଦୀନନାଥ ପାଠୀ, ଡ. ଜେ.ପି. ଦାସ୍‌, ଡି.ଏନ୍‌. ରାଓ, ଚନ୍ଦ୍ରଶେଖର ରାଓ ପ୍ରମୁଖ ଯୋଗ ଦେଇଥିଲେ। ‘ଓ୍ବା’ ବ୍ୟତୀତ ସେତେବେଳେ ମୁଁ ରାଜ୍ୟ ଓ ଜାତୀୟ ସ୍ତରର ବହୁ ଚିତ୍ରକଳା ପ୍ରଦର୍ଶନୀ ଓ ଶିଳ୍ପୀ ଶିବିରରେ ମଧ୍ୟ ଯୋଗ ଦେଇଥିଲି ଏବଂ ପୁରସ୍କୃତ, ସମ୍ମାନିତ ବି ହୋଇଥିଲି। ତା’ଛଡ଼ା ସେ ସମୟରେ ଭୁବନେଶ୍ୱରରେ କୌଣସି ବ୍ୟବସାୟିକ କଳା ତଥା ପ୍ରଚାର ସଂସ୍ଥା ନ ଥିଲା। ମୁଁ ପ୍ରଥମେ ୧୯୭୫ରେ ‘ଆର୍ଟେକ୍ସ’ ନାମକ ଏକ ପ୍ରତିଷ୍ଠାନ ଖୋଲି ବହୁ ସରକାରୀ, ବେସରକାରୀ ସଂସ୍ଥାର ‘ଲୋଗୋ ବା ପ୍ରତୀକ ଚିହ୍ନ’ ଅଙ୍କନ କରିଥିଲି। ତା’ ସହିତ ବହୁ ପ୍ରଦର୍ଶନୀ ମଣ୍ଡପ, ପ୍ରଜ୍ଞାପନ ମେଢ଼ ଇତ୍ୟାଦି ବି ପ୍ରସ୍ତୁତ କରୁଥିଲି। ସେହିପରି ଗବେଷଣାତ୍ମକ ଲେଖା ଲେଖିବାରେ ରୁଚି ଥିବାରୁ ମୁଁ ଲେଖିବା ଆରମ୍ଭ କଲି। ‘କଳିଙ୍ଗର ମନ୍ଦିର ସ୍ଥାପତ୍ୟ’ ଥିଲା ମୋର ପ୍ରଥମ ଗବେଷଣାତ୍ମକ ରଚନା। ଆଉ ୟା’ ଭିତରେ ମୋର ୬ ଖଣ୍ଡ ପୁସ୍ତକ ଓ ଶତାଧିକ ପ୍ରବନ୍ଧ ପ୍ରକାଶ ପାଇସାରିଲାଣି। ସେହିପରି କେତୋଟି ଗବେଷଣା ପତ୍ରିକା ଓ ସ୍ମରଣିକାର ସମ୍ପାଦନାରେ ମଧ୍ୟ ସହଯୋଗ କରିଛି। ବର୍ତ୍ତମାନ ୭ଟି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଆଜୀବନ ସଭ୍ୟ ଅଛି । ଆଉ ଭୁବନେଶ୍ୱରରେ ଅର୍ଦ୍ଧ ଶତାବ୍ଦୀର ସାଂସ୍କୃତିକ ଜୀବନ ଅତିବାହିତ କରିବା ପରେ ବର୍ତ୍ତମାନ ମୁଁ ସମ୍ବଲପୁରରେ ଅବସ୍ଥାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ: ଏତିକି ବର୍ଷ ବୟସରେ ନେଲେ ଶେଷ ବିଦାୟ

ଲଣ୍ଡନ,୨୭ା୧୧: ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଜନ୍‌ ଆଲ୍‌ଫ୍ରେଡ୍‌ ଟିନିସ୍‌ଉଡ୍‌ଙ୍କର ୧୧୨ ବର୍ଷରେ ପରଲୋକ ହୋଇଯାଇଛି। ଇଂଲଣ୍ଡର ସାଉଥପୋର୍ଟ କେୟାର ହୋମ୍‌ରେ ସୋମବାର ତାଙ୍କର ଦେହାନ୍ତ...

ବିପଦରେ ସାଇଗା ପ୍ରଜାତିର ହରିଣଙ୍କ ଅସ୍ତିତ୍ୱ

ମସ୍କୋ: ବିଶ୍ୱରେ ଅନେକ ପ୍ରକାରର ହରିଣ ପ୍ରଜାତି ଦେଖିବାକୁ ମିଳିଥାଏ। ସାଧାରଣତଃ ହରିଣଗୁଡ଼ିକୁ ସେମାନଙ୍କର ଶିଙ୍ଗ ଏବଂ ସୌନ୍ଦର୍ଯ୍ୟତା ପାଇଁ ବେଶ୍‌ ପ୍ରଶଂସା କରାଯାଇଥାଏ। କିନ୍ତୁ...

ପ୍ରେମିକାଙ୍କ ପାଇଁ ସପ୍ତାହକୁ ୧୮ ହଜାର କି.ମି. ଯାତ୍ରା

ବେଜିଂ: ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଖବର ସମସ୍ତଙ୍କ ହୃଦୟ ଜିତିପାରିଛି। ଅଷ୍ଟ୍ରେଲିଆରେ ପଢ଼ୁଥିବା ଚାଇନାର ଜଣେ ଛାତ୍ର ନିଜ ଅଧ୍ୟୟନ ଓ ପ୍ରେମିକାଙ୍କ...

ଷ୍ଟିଲ୍‌ ପରି କାନ

ମହିଳାମାନେ କାନ ଫୋଡାନ୍ତି କାନରେ ଝୁମୁକା ଲଗାଇବା ପାଇଁ। କେହି କେହି ପୁରୁଷ ବି କାନ ଫୋଡ଼ାଇଥାନ୍ତି। ତେବେ ଯଦି ଝୁମୁକା ଓଜନିଆ ହୋଇଯାଏ କାନରେ...

ଗଛ ବୟଫ୍ରେଣ୍ଡ

କୁହାଯାଏ ପ୍ରେମ ଅନ୍ଧ। କାହିଁକି ନା ପ୍ରେମ ଦେଖେନା ଜାତି, ଧର୍ମ କି ଧନୀ ଗରିବର ଭେଦଭାବ। ତେବେ ଆଜିକାଲି ବୋଧହୁଏ ପ୍ରେମ ଅଧିକ ଅନ୍ଧ...

ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ମାରନ୍ତି ତାଳି

ଏଇ ପୃଥିବୀରେ ଯେତିକି ଦେଶ ଅଛି ସେତିକି ପ୍ରଥା ପରମ୍ପରା ବି ଅଛି। ସେଥିମଧ୍ୟରୁ ଅନେକ ଅଜବ ପରମ୍ପରା ବି ଥାଏ। ଯେମିତି କି ଏକ...

କୁକୁଡ଼ା ନୁହେଁ ହୋଟେଲ

ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା...

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri