Posted inଫୁରସତ

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: କେସିଙ୍ଗା ବ୍ଲକ୍‌ ବିଡିଓ ଭୀମସେନ ଶବର

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭୀମସେନ ଶବର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ଜିଲା ଗୁଣୁପୁର ସବ୍‌ଡିଭିଜନ ଅନ୍ତର୍ଗତ ରାମନାଗୁଡ଼ା ବ୍ଲକର ବଂଶଧାରା ନଦୀକୂଳେ ଅବସ୍ଥିତ ଅନ୍ତରଝୋଲା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ବିଦ୍ୟାଳୟରୁ ୩ୟ ଶ୍ରେଣୀ ପାସ୍‌ କରିବା ପରେ କୈଳାସପୁର ଓ କୁଜେନ୍ଦ୍ରିସ୍ଥିତ ଆଦିବାସୀ ଆବାସିକ ବିଦ୍ୟାଳୟରେ ମ୍ୟାଟ୍ରିକ୍‌ ପର୍ଯ୍ୟନ୍ତ ପଢିଥିଲି। ତା’ ପରେ ଗୁଣୁପୁର ମହାବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପଢି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇକୋନୋମିକ୍ସରେ ପିଜି କଲି। ପିଜି ପଢା ଚାଲିଥିବା ସମୟରେ ହିଁ ଓଡିଶା ପ୍ରଶାସନିକ ସେବାରେ ଚାକିରି ପାଇଗଲି। ୧୯୮୯ ଅକ୍ଟୋବର ୩ ତାରିଖରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ସ୍ପେଶାଲ୍‌ ଅଫିସର୍‌ ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ହେଲେ ଦୁର୍ଭାଗ୍ୟ ଚାକିରିର ପ୍ରଥମ ଦରମା ପାଇଲା ବେଳକୁ ବାପାଙ୍କର ଅକାଳ ବିୟୋଗ ହୋଇସାରିଥିଲା। ତେଣୁ ମା’ ହାତରେ ଯେବେ ମୁଁ ମୋ ଦରମା ଟଙ୍କା ନେଇ ଦେଲି, ସେ ବହୁତ କାନ୍ଦିଥିଲା। ସମ୍ବଲପୁରରେ ପ୍ରାୟ ୨ବର୍ଷ କାମ କରିବା ପରେ ମାଲକାନାଗିରି ଜିଲାର ମୋଟୁ ତହସିଲ୍‌ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲ୍‌ଦାର ପଦବୀରେ ଯୋଗ ଦେଇଥିଲି। ଏହାପରେ ୧୯୯୮ ମସିହାରେ କୋରୁକୁଣ୍ଡା ବ୍ଲକର ବିଡିଓ ଭାବେ ପ୍ରାୟ ୪ ବର୍ଷ ଦାୟିତ୍ୱ ତୁଲାଇବା ପରେ ମାଥିଲିର ବିଡିଓ ହୋଇଥିଲି। ଏଠାରେ ବି କିଛିଦିନ କାମ କରିବା ପରେ ପ୍ରାୟ ୨ବର୍ଷ କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର ବିଡିଓ ଦାୟିତ୍ୱ ତୁଲାଇଥିଲି। ତା’ପରେ ପୁଣି ୨ ବର୍ଷ ବରଗଡ଼ରେ ରେଭିନ୍ୟୁ ଅଫିସର୍‌ ଭାବେ କାମ କରି ଗୁଣୁପୁର ଆଇଡିଟିଏରେ ସ୍ପେଶାଲ୍‌ ଅଫିସର୍‌ ଭାବେ ଯୋଗ ଦେଇଥିଲି। କିଛିଦିନ ପରେ କୋରାପୁଟର ଲକ୍ଷ୍ମୀପୁର ବ୍ଲକକୁ ତହସିଲଦାର୍‌ ଭାବେ ବଦଳି ହୋଇ ଯାଇଥିଲି। ସେଠାରେ ପାଖାପାଖି ୬ ବର୍ଷ ରହି ଅନେକ ଗରିବ ଲୋକଙ୍କ ଜମିପଟା, ଘରଡିହ, ମ୍ୟୁଟେଶନ୍‌ ପ୍ରଭୃତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିଲି। କାରଣ ମୁଁ ଗୋଟିଏ ଗରିବ ପରିବାରରୁ ଗାଈ ଚରାଇ ଝାଟିମାଟି ଘରେ ଜୀବନ ବିତାଇ ଆସିଥିଲି। ଲକ୍ଷ୍ମୀପୁର ପରେ ପୁଣି ୪ ବର୍ଷ ନବରଙ୍ଗପୁର ଜିଲାର କୋସାଗୁମୁଡ଼ା ବ୍ଲକରେ ବିଡିଓ ଭାବେ ଦାୟିତ୍ୱ ତୁଲାଇଥିଲି। ଆଉ ଗତ ବର୍ଷେ ହେବ କଳହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ର ବିଡିଓ ଭାବେ ମୁଁ କାର୍ଯ୍ୟ କରୁଅଛି। ଚାକିରି କରିବା ମୋର ୟା’ ଭିତରେ ୩୦ ବର୍ଷ ଅତିବାହିତ ହୋଇଗଲାଣି। ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିଥିବାରୁ ଦକ୍ଷ ପ୍ରଶାସକ ଭାବେ ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମୋତେ ପୁରସ୍କୃତ କରିଥିଲେ। ଅନ୍ୟପକ୍ଷେ ୨୦୧୧ ମସିହାରେ ନିର୍ଭୁଲ ଭାବରେ ଜନଗଣନା କରିଥିବାରୁ ମୁଁ ମେଡାଲ୍‌ ବି ପାଇଥିଲି। ତେବେ ପ୍ରଶାସନିକ ଦାୟିତ୍ୱ ସୁଚାରୁରୂପେ ତୁଲାଇବା ସହ ମଝିରେ ମଝିରେ ସମୟ ବାହାରକରି ମୁଁ ସ୍କୁଲ୍‌, କଲେଜ ପରିଦର୍ଶନରେ ଯାଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ, ଅର୍ଥନୀତି ଆଦି ବିଷୟରେ ଶିକ୍ଷାଦାନ କରିଥାଏ। ସେହିପରି ଯେ କୌଣସି ସମସ୍ୟା ନେଇ ଲୋକମାନେ ମୋ ପାଖକୁ ଆସିଲେ ସେମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ମୁଁ ସର୍ବଦା ଚେଷ୍ଟାରତ ଥାଏ। ଏପରି କି ଛୁଟିଦିନରେ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ରାସ୍ତାଘାଟ, ଗରିବ ଲୋକଙ୍କ ସମସ୍ୟା ଦେଖି ତାକୁ ସମାଧାନ କରିବାକୁ ତତ୍ପର ହୋଇଥାଏ। ବିପନ୍ନ ଲୋକଙ୍କର ଦୁଃଖ ଦେଖି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରେ। ପ୍ରତି ମାସରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ୨୬ଟି ଗ୍ରାମ ପଞ୍ଚାୟତର ୧୧୦ ଖଣ୍ଡ ଗାଁକୁ ପରିଦର୍ଶନରେ ଯାଇ ଲୋକଙ୍କର ସମସ୍ୟା ବୁଝିବାକୁ ମୁଁ ସବୁବେଳେ ଚେଷ୍ଟା କରିଥାଏ। ଚଳିତ ମାସ ୩ ତାରିଖରେ କର୍ମକ୍ଷେତ୍ରରେ ମୋର ୩୦ ବର୍ଷ ପଦାର୍ପଣ କରିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି। ଆଉ ଅବସର ଗ୍ରହଣ ପରେ ବି ଏମିତି ଲୋକଙ୍କ ସେବା କରିବାକୁ ଦୃଢସଂକଳ୍ପ ମଧ୍ୟ ନେଇସାରିଛି। କାରଣ ସେବାରେ ଯେଉଁ ଆନନ୍ଦ ଓ ତୃପ୍ତି ମିଳେ ତାହା ଆଉ କେଉଁଥିରେ ମିଳେନା ବୋଲି ମୋର ବିଶ୍ୱାସ ରହିଛି।
-ତୁମେଶ୍ୱର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri