ପ୍ରଥମ ପର୍ଯ୍ୟାୟରେ ୬୪ ଜଣଙ୍କୁ ନିଯୁକ୍ତି

ଢେଙ୍କାନାଳ ଅଫିସ, ୨୪।୮: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁରୁଣ୍ଟିସ୍ଥିତ ରିମ୍‌ଝିମ୍‌ ଇସ୍ପାତ କମ୍ପାନୀରେ ଜମିହରା ପ୍ରଜାଙ୍କ ନିଯୁକ୍ତି ପ୍ରକ୍ରିୟା ନେଇ ଏକ ବୈଠକ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟିକା ସୀମାରାଣୀ ନାୟକ, କ୍ଷତିଗ୍ରସ୍ତ ପ୍ରଜା ସଂଘର କର୍ମକର୍ତ୍ତା, ନିଯୁକ୍ତି ଆଶାୟୀ ଉପସ୍ଥିତ ଥିଲେ। ଅବସର ସମୟରେ ଉପନୀତ ୨୫ଜଣ କ୍ଷତିଗ୍ରସ୍ତଙ୍କୁ ଥଇଥାନ କରାଯାଇଥିବା ଅବଶିଷ୍ଟ ୧୫୦ ଜଣଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ତେବେ ବୈଠକରେ କମ୍ପାନୀ ପୂର୍ବ ନିଷ୍ପତ୍ତି ପରିବର୍ତ୍ତନ କରିଥିଲା। କାରଖାନାରେ ଉତ୍ପାଦନ ଆରମ୍ଭ ହୋଇ ନ ଥିବାରୁ କାହାରିକୁ ନିଯୁକ୍ତି ଦେଇହେବ ନାହିଁ କହିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଦୀର୍ଘ ୩ ଘଣ୍ଟାର ବିଚାରବିମର୍ଷ ପରେ ଉପଜିଲାପାଳ ଏବଂ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର ସାମଲ କାରଖାନାର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଫୋନରେ ଆଲୋଚନା କରିଥିଲେ। ଏହାପରେ ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ୬୪ଜଣଙ୍କୁ ନିଯୁକ୍ତିପତ୍ର ଦେବାକୁ ସହମତି ଜଣାଇଛି।
ଏ ସଂକ୍ରାନ୍ତରେ କ୍ଷତିଗ୍ରସ୍ତ ପ୍ରଜା ଚିତ୍ତରଞ୍ଜନ ନାଥ କୁହନ୍ତି, କମ୍ପାନୀ ଜମିହରାଙ୍କୁ ଭକୁଆ ବନାଉଛି ା ବିଶ୍ୱାସକୁ ନେଇ ଖେଳ ଖେଳୁଛି। ବୈଠକରେ ପ୍ରଥମ ପର୍ଯ୍ୟାୟରେ ୬୪ ଏବଂ ୨-୩ ମାସରେ ଅନ୍ୟ ୪୦ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ହେଲେ ଏହାକୁ ଭରସା ପାଉନାହିଁ। ପ୍ରତିଶ୍ରୁତି ପ୍ରତାରଣା ପାଲଟିଲେ ମାଟି ପାଇଁ ଲଢ଼େଇ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ସଭାପତି ଗଙ୍ଗାଧର କୁହନ୍ତି, ମଙ୍ଗଳବାର ୫୦ଜଣଙ୍କୁ ଏବଂ ବୁଧବାର ଅନ୍ୟ ୫୦ଜଣଙ୍କୁ ନିଯୁକ୍ତିପତ୍ର ଦେବାକୁ ନିଷ୍ପତ୍ତି ହୋଇଥିଲା। ତେବେ ସେମାନେ ୩୪ ଜଣଙ୍କୁ ନିଯୁକ୍ତି ଦେବାକୁ କାଗଜପତ୍ର ଧରି ଆସିଥିଲେ। ଏହାର ତୀବ୍ର ପ୍ରତିବାଦ କରାଯାଇଥିଲା। ବୁଧବାର ୬୪ଜଣଙ୍କୁ ଓ ଏହା ପରେ ଅନ୍ୟ ୪୫ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ମାସେ ଦୁଇମାସ ମଧ୍ୟରେ କମ୍ପାନୀର ଫେରୋ ଆଲଏଜ୍‌ ୟୁନିଟ କାର୍ଯ୍ୟକ୍ଷମ ହେଲେ ଅନ୍ୟମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଆଲୋଚନା ହୋଇଛି। ଏ ସଂକ୍ରାନ୍ତରେ ବୁଧବାର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲାପାଳ, ବିଧାୟିକା, କ୍ଷତିଗ୍ରସ୍ତ ପ୍ରଜା ସଂଘ, ଜମିହରା ପ୍ରଜାଙ୍କ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ଏକ ଏମ୍‌ଓୟୁ ସ୍ବାକ୍ଷର କରିବେ। ଏଥିରେ ଅବଶିଷ୍ଟ କ୍ଷତିଗ୍ରସ୍ତଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ପ୍ରଦାନ ବିଷୟ ଉଲ୍ଲେଖ ରହିବ ବୋଲି ଗଙ୍ଗାଧର ସୂଚନା ଦେଇଛନ୍ତି। ବିଧାୟିକା କୁହନ୍ତି, ଆମେ ସମସ୍ତେ ଚାହୁଁଛୁ କମ୍ପାନୀ ରହୁ। ଜମିହରା କ୍ଷତିଗ୍ରସ୍ତଙ୍କୁ ଥଇଥାନ କରିବା ଆମର ଦାୟିତ୍ୱ ବୋଲି ବିଧାୟିକା କହିଛନ୍ତି। ଉପଜିଲାପାଳ କୁହନ୍ତି, ବିଆର୍‌ଜି କମ୍ପାନୀ ପାଇଁ ସମ୍ପୃକ୍ତ କ୍ଷତିଗ୍ରସ୍ତ ମାନେ ଜମି ହରାଇଛନ୍ତି। ଏହାକୁ ରିମଝିମ୍‌ କମ୍ପାନୀ କିଣିବା ପରେ ପୂର୍ବ କମ୍ପାନୀର ୧୭୫ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯିବା ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ୬୪ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ଅନୁରୂପ ଭାବେ ଅବଶିଷ୍ଟଙ୍କୁ କିଭଳି ଥଇଥାନ ଓ ନିଯୁକ୍ତି ଦିଆଯିବ, ତାହା ପରବର୍ତ୍ତୀ ବୈଠକରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ।
ବୈଠକରେ ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ବାଇଁ, ଅତିରିକ୍ତ ତହସିଲଦାର ସୁମନ୍ତ ନାୟକ, ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜାସଂଘ ଉପସଭାପତି ନରେନ୍ଦ୍ର ସାହୁ, ସମ୍ପାଦକ ବିଜୟ ଧଳ, ଅଖିଳ ମହାପାତ୍ର, କୁଞ୍ଜବିହାରୀ ତ୍ରିପାଠୀ, ବିନୋଦ ସାହୁ, କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଏମ୍‌.ପି. ସିଂ ଏବଂ ଜମିହରା ପ୍ରଜାଙ୍କ ପକ୍ଷରୁ ରାଜୀବ ଲୋଚନ ସ୍ବାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଗଞ୍ଜେଇ ଜବତ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ରବିବାର ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଶ୍ମଶାନ ନିକଟରୁ ୨ କିଣ୍ଟାଲ ୧୪ କେ.ଜି ୨...

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଟ୍ରଲର, ୨ ମହିଳା ଗୁରୁତର

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ରାଇସୁଆଁ ପୁରୁଣା ଥାନା ନିକଟରେ ରବିବାର ସାରେ ରାସ୍ତା ଅତିକ୍ରମ କରୁଥିବାବେଳେ...

୨ ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୋଗ ପରେ ପୋଲିସର ତତ୍ପରତା, ୩ ଜଣ ଅଟକ

ରାଉରକେଲା, ୨୨।୯(ସଂଗୀତା ଜେନା): ରାଉରକେଲାରେ ଚାଞ୍ଚଲ୍ୟ। ଦୁଇ ଜଣ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପର ହୋଇ ଉଠିଛି। ଏହି...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

ଗାଁ ନିକଟରେ ଦିନ ଦି ପ୍ରହରରେ ବୁଲୁଛି ଗୋଠ ଛଡା ଭାଲୁ, ଲୋକେ ଆତଙ୍କିତ

କୋକସରା,୨୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ପାତ୍ରବସା ଗାଁ ନିକଟରେ ଏକ ଭାଲୁ ଦିନ ଦି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri