Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ

ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ ଜଣେ ପ୍ରାଣୀ ଚିକିତ୍ସକ ଓ ମା’ ଥିଲେ ଶିକ୍ଷୟିତ୍ରୀ। ଯେହେତୁ ଚାକିରି କ୍ଷେତ୍ରରେ ସେମାନଙ୍କର ବାରମ୍ବାର ବଦଳି ହେଉଥିଲା, ତେଣୁ ମୋର ପାଠପଢ଼ା ବି ବିଭିନ୍ନ ସ୍କୁଲ୍‌ରେ ହୋଇଥିଲା। ତେବେ ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୭୯ ମସିହାରେ ଏକାଦଶ ପାସ୍‌ କରିବା ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ଆଇଏସ୍‌.ସି. ପଢ଼ିଥିଲି। ତା’ପରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ୍‌ରେ ଡିପ୍ଲୋମା ଇନ୍‌ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ପଢ଼ିବା ପାଇଁ ଆଡ୍‌ମିଶନ ନେଲି। କିନ୍ତୁ ର଼୍ୟାଗିଂ ହେବାରୁ ଇଂଜିନିୟରିଂ ସ୍କୁଲ୍‌ ଛାଡ଼ି ଭୁବନେଶ୍ୱର ଚାଲି ଆସିଲି। ଯେହେତୁ ସ୍କୁଲ ଓ କଲେଜ ପଢ଼ାବେଳୁ ସ୍କାଉଟ୍‌, ଗାଇଡ୍‌, ସ୍ପୋଟର୍‌ସ ଆଦିରେ ଭାଗ ନେବା ସହ ଡ୍ରାମାରେ ଅଭିନୟ କରୁଥିଲି, ତେଣୁ କଳା କ୍ଷେତ୍ରରେ କିଛି ଗୋଟାଏ କରିବାକୁ ଚିନ୍ତା କରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆଡ୍‌ମିଶନ ନେଲି। ପାଠ ଭଲ ପଢୁଥିବାରୁ ୩ୟ ଶ୍ରେଣୀରୁ ମୋତେ ବୃତ୍ତି ମିଳି ଆସୁଥିଲା, ଆଉ ମା’ ସେହି ଟଙ୍କାକୁ ପୋଷ୍ଟାଲ୍‌ରେ ଜମା କରି ଦେଉଥିଲେ। ହେଲେ ଯେବେ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାକୁ ନିଷ୍ପତ୍ତି ନେଲି, ସେବେ ପୋଷ୍ଟାଲ୍‌ରେ ଜମା ଥିବା ମୋ ବୃତ୍ତି ଟଙ୍କା ଉଠାଯାଇ ଆଡ୍‌ମିଶନ ଖର୍ଚ୍ଚରେ ଲାଗିଥିଲା। ଏଠାରେ ମୁଁ ଡ୍ରାମାରେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିଲି। ପଢ଼ା ଭିତରେ ମୋତେ ଦୂରଦର୍ଶନ ତରଫରୁ ପ୍ରସ୍ତୁତ ‘ମାମଁୁ’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲା। ଏଥିରେ ମାମୁଁ ଭୂମିକାରେ ବିଜୟ ମହାନ୍ତି ଅଭିନୟ କରୁଥିବାବେଳେ ମୁଁ ଭଣଜା ଭୂମିକାରେ ଅଭିନୟ କଲି। ଏହାପରେ ଆଉ ଏକ ଚଳଚ୍ଚିତ୍ର ‘ହାକିମ ବାବୁ’ରେ ମଧ୍ୟ ଅଭିନୟ କଲି। ଏଥିରେ ମୁଁ ଅଜିତ୍‌ ଦାସଙ୍କ ହାକିମ୍‌ ବାବୁ ଚରିତ୍ରର ପିଲାବେଳର ଅଭିନୟ କରିଥିଲି। ଖୁସି ଲାଗୁଥିଲା। ଭାବିଥିଲି ଅଭିନୟକୁ କ୍ୟାରିୟର୍‌ କରିବି। କିନ୍ତୁ ବିଧିର ବିଧାନ ବିଚିତ୍ର। ଏକ ଦୁର୍ଘଟଣାର ସମ୍ମୁଖୀନ ହେଲି। ଅଣ୍ଟାରେ ଆଘାତ ଲାଗିବାରୁ ଆଉ ଅଭିନୟ କରିବାକୁ ଇଚ୍ଛା ହେଲାନି। ଏହାପରେ ନିର୍ଦ୍ଦେଶନା କ୍ଷେତ୍ର ଆଡ଼େ ମୁହଁାଇଲି। ପ୍ରଥମ ଥର ଦୂରଦର୍ଶନ ତରଫରୁ ‘ସମସ୍ୟା’ ନାମକ ଏକ ନାଟକ ଲେଖିଲି ଆଉ କିଛି ପଇସା କରଜରେ ଆଣି କଳାକାର, କଷ୍ଟ୍ୟୁମ୍‌, ମ୍ୟୁଜିକାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଇତ୍ୟାଦି ଯୋଗାଡ଼ କରି ଦୂରଦର୍ଶନର ଯୁବ କାର୍ଯ୍ୟକ୍ରମରେ ନାଟକଟିକୁ ପରିବେଷଣ କଲି। ସୂଚନାଯୋଗ୍ୟ, ଏହି ନାଟକରୁ ହିଁ ମୁଁ ମୋର ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରିଥିଲି। ଏଥିପାଇଁ ମୋତେ ୧୫୦୦ ଟଙ୍କାର ଏକ ଚେକ୍‌ ବି ମିଳିଥିଲା, ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେତେବେଳେ ମୋର କୌଣସି ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ତେଣୁ ଏସ୍‌ବିଆଇରେ ଗୋଟେ ଆକାଉଣ୍ଟ ଖୋଲି ଚେକ୍‌ ଭଙ୍ଗାଇଲି। ତା’ପରେ ଟଙ୍କା ଉଠାଇ କରଜ ସବୁ ଶୁଝିଥିଲି। ଏହାପରେ ‘ଭୁଲି ହୁଏନା’ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କାମ କରିବାର ସୁଯୋଗ ପାଇଲି। ତା’ପରେ ‘ବୋହୂ ହେବ ଏମିତି’ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କିଛି ଦିନ କାମ କରିବା ପରେ ଚଳଚ୍ଚିତ୍ର ଜଗତକୁ ଛାଡିଲି। କେବଳ ନାଟକରେ ନିର୍ଦ୍ଦେଶନା ଦେବାକୁ ଚିନ୍ତା କରି ୧୯୮୬ରେ ‘ନାଟ୍ୟ ଚେତନା’ ନାମକ ଏକ ଥିଏଟର୍‌ ସଂସ୍ଥା ପ୍ରତିଷ୍ଠା କଲି। ଏଥିରେ ପିଲାମାନଙ୍କୁ ନାଟକ ଉପରେ ଶିକ୍ଷା ଦେବା ସହ ଅନେକ ନାଟକ ମଧ୍ୟ ପ୍ରସ୍ତୁତ କଲି। ୟା’ଭିତରେ ‘ନାଟ୍ୟ ଚେତନା’ ତରଫରୁ ପ୍ରାୟ ୨୭ ନାଟକ ଓ ୪୭ଟି କ୍ଷୁଦ୍ର ନାଟକ ପ୍ରସ୍ତୁତ ହୋଇ ସାରିଲାଣି। ତନ୍ମଧ୍ୟରୁ ଅନେକ ନାଟକ ଦେଶର କେତେକ ସ୍ଥାନ (ଯେମିତିକି କଲିକତା, ଦିଲ୍ଲୀ, ବମ୍ବେ, ଚେନ୍ନାଇ ଇତ୍ୟାଦି) ଓ ବିଦେଶ (ନେପାଳ, ବାଂଲାଦେଶ, କୋରିଆ, ହଂକଂ, ନେଦରଲ୍ୟାଣ୍ଡ, ବେଲ୍‌ଜିୟମ, ଇଟାଲି, ଫ୍ରାନ୍ସ, ଫିନ୍‌ଲାଣ୍ଡ, ନରଓ୍ବେ ଇତ୍ୟାଦି)ରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟ୍ୟ ଉତ୍ସବରେ ମଧ୍ୟ ପରିବେଷଣ କରାଯାଇସାରିଲାଣି। ସେହିପରି ମୋ ଲିଖିତ ଓ ନିର୍ଦ୍ଦେଶିତ କେତୋଟି ଲୋକପ୍ରିୟ ନାଟକ ହେଉଛି କାଠ, ଗୀତ, ଧୂଆଁ, ମାଟି, ଫୁଲ, ନିଆଁ ଇତ୍ୟାଦି। ଅନ୍ୟପକ୍ଷେ କ୍ଷୁଦ୍ର ନାଟକ ଭିତରେ ରହିଛି ବଣମଣିଷ, ଟାଙ୍ଗିଆ ଛାପ୍‌, ସପନର ସପନ, ବିଷ ବଜାର, ଧଳା ସୁନା, ଜାଲ ଭିତରେ ଜମି ଇତ୍ୟାଦି। ଏସବୁ ବ୍ୟତୀତ ଖୋର୍ଦ୍ଧାସ୍ଥିତ ବରୁଣେଇ ପାହାଡ ପଛପଟେ ୧୯୯୧ରେ ‘ନାଟ୍ୟଗ୍ରାମ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଢ଼ି ଓଡ଼ିଶାର ଗ୍ରାମୀଣ ନାଟ୍ୟ କଳାକାରମାନଙ୍କଠାରୁ ଆରମ୍ଭ କରି ଦେଶ ଓ ବିଦେଶର ଛାତ୍ରୀଛାତ୍ରମାନଙ୍କୁ ନାଟ୍ୟଶିକ୍ଷା ଦେଇଆସୁଛି। ଏପରିକି ୧୯୯୩ଠାରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ଆନ୍ତର୍ଜାତିକ ନାଟକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇ ଆସୁଛି। ତେବେ ଜଣେ ନାଟ୍ୟ ନିର୍ଦ୍ଦେଶକ ହିସାବରେ ରୋଜଗାର ପାଇଁ ନୁହେଁ, ବରଂ ନିଜସ୍ବ ସ୍ବତନ୍ତ୍ର ଶୈଳୀ ପାଇଁ ବିଭିନ୍ନ ଦେଶକୁ ଯାଇ ନାଟ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଉଥିବାରୁ ମୁଁ ଖୁବ୍‌ ଆତ୍ମସନ୍ତୋଷ ଲଭି ପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri