ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର, ୭ା୯(ବ୍ୟୁରୋ): ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ ପାଇବେ ଶାରଳା ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ଡ. ଦାଶ ୪୦ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ଏନେଇ ଘୋଷଣା କରାଯାଇଛି। ପୁରସ୍କାର ସ୍ବରୂପ ତାଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ସଙ୍ଗୀତ ଏବଂ ଚିତ୍ରକଳା କ୍ଷେତ୍ରରେ ଉଲ୍କେଖନୀୟ ଅବଦାନ ଲାଗି ରାଜ୍ୟର ଅନ୍ୟ ଦୁଇଜଣ କୃତୀ ବ୍ୟକ୍ତିତ୍ୱଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ଚଳିତ ବର୍ଷ ଲାଗି ସଙ୍ଗୀତ କ୍ଷେତ୍ରରେ ପଣ୍ଡିତ ହରମୋହନ ଖୁଣ୍ଟିଆ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଚିତ୍ରକଳା କ୍ଷେତ୍ରରେ ଲଲାଟ ମୋହନ ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୨୬ ତାରିଖରେ ସ୍ଥାନୀୟ ଏକ ହୋଟେଲ୍‌ଠାରେ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ‘ଶାରଳା ପୁରସ୍କାର’ ପ୍ରଦାନ କରାଯିବ। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଭାମାନଙ୍କୁ ପୁରସ୍କୃତ କରିବେ। ଶିଳ୍ପପତି ସ୍ବର୍ଗତ ଡ. ବଂଶୀଧର ପଣ୍ଡା ଏବଂ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲ୍‌ସ୍‌ ଆଣ୍ଡ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌(ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

CM kisan yojana: ଆଜି ଚାଷୀଙ୍କ ଆକାଉଣ୍ଟକୁ ଯିବ ସିଏମ କିଷାନ ଟଙ୍କା : ଜାଣନ୍ତୁ କେତେ

ଭୁବନେଶ୍ୱର,୮।୯: ନୂଆଁଖାଇରେ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି। ନୂଆଁଖାଇରୁ ଆରମ୍ଭ ହେବାକୁ ଯାଉଛି ସିଏମ କିଷାନ ଯୋଜନା। ଏହି ଯୋଜନାରେ ଚାଷୀ ୪ ହଜାର ଟଙ୍କାର...

ଜେଲ୍‌ ଗଲେ ଲାଞ୍ଚୁଆ ପ୍ରିନ୍ସପାଲ୍‌

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ): ଜଣେ ଛାତ୍ରୀଙ୍କୁ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖା ଏବଂ ପରୀକ୍ଷା ସମୟରେ ସହଯୋଗ କରିବା ପାଇଁ ୧୦ ହଜାର...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri