ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ଦେଶର ଗ୍ରାମୀଣ ଅଞ୍ଚଳରେ ଲକ୍ଷେ ୨୫ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୮୦ ହଜାର ୨ଶହ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି। ସେଥିମଧ୍ୟରୁ କେନ୍ଦ୍ର ସରକାର ୫୩ ହଜାର ୮ଶହ କୋଟି ଏବଂ ରାଜ୍ୟ ସରକାର ୨୬ ହଜାର ୪ ଶହ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏନେଇ କ୍ୟାବିନେଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପାଣ୍ଠି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୬୦ ଅନୁପାତ ୪୦ରେ ଖର୍ଚ୍ଚ କରାଯିବ। ତେବେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଆଦି ୩ ରାଜ୍ୟରେ ଏହା ୯୦ ଅନୁପାତ ୧୦ରେ ଖର୍ଚ୍ଚ ହେବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଇତିମଧ୍ୟରେ ୫ ଲକ୍ଷ ୯୯ ହଜାର କିମି ରାସ୍ତା ନିର୍ମିତ ହୋଇଛି।
Posted inଜାତୀୟ