ପ୍ରଭାବିତ ହେଉଛି ଓଡ଼ିଶାର ଅଣ୍ଡା ଶିଳ୍ପ: ଆନ୍ଦୋଳନକୁ ଓହ୍ଲାଇବ ଏଓଏଲ୍‌ଏଫ୍‌ଏ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାର ଅଣ୍ଡା ବ୍ୟବସାୟ ଅତ୍ୟନ୍ତ ଦୁର୍ଦ୍ଦିନ ସ୍ଥିତିରେ ପହଞ୍ଚି ସାରିଥିବା ସୂଚନା ଦେଇଛି ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏଶନ। ବ୍ୟବସାୟରେ ହେଉଥିବା କ୍ଷତିକୁ ଭରଣା କରି ନ ପାରି ପ୍ରାୟ ୧୨ରୁ ଅଧିକ ଅଣ୍ଡା ଉତ୍ପାଦନକାରୀ ଫାର୍ମ ବନ୍ଦ ହୋଇ ସାରିଲାଣି। ଅନେକ ଫାର୍ମ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି। ଆମ ରାଜ୍ୟରେ କୃଷିଭିତ୍ତିିକ ଅଣ୍ଡା ଉତ୍ପାଦନ ଶିଳ୍ପରେ ପ୍ରତ୍ୟକ୍ଷ ଭାବେ ୫୦ ହଜାର ଓ ପରୋକ୍ଷ ଭାବେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। କିନ୍ତୁ ଆଜକୁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ହେଲାଣି କୁକୁଡା ଖାଦ୍ୟ ପ୍ରସ୍ତୁତି ହେଉଥିବା ବିଭିନ୍ନ ଉତ୍ପାଦ ମୂଲ୍ୟ ଅତ୍ୟଧିକ ବୃଦ୍ଧି ହେଉଥିବା ଯୋଗୁ ଅଣ୍ଡାର ଉତ୍ପାଦନ ଦର ମଧ୍ୟ ତଦନୁଯାୟୀ ବୃଦ୍ଧି ପାଇଛି। ଏହି ପରିସ୍ଥିତିର ଫାଇଦା ନେଇ କିଛି ଅଣ୍ଡା ବ୍ୟବସାୟୀ ବାହାର ରାଜ୍ୟରୁ ୧୦/୧୫ଦିନର ବାସି ଓ ନିମ୍ନମାନର ଅଣ୍ଡାକୁ କମ୍‌ଦରରେ ଆଣି ଆମ ରାଜ୍ୟର ଅଣ୍ଡା ବଜାରରେ ବିକ୍ରି କରୁଛନ୍ତି। ଏହା ସହିତ ଆମ ରାଜ୍ୟର ଅଣ୍ଡା ଉତ୍ପାଦନ କରୁଥିବା କୃଷକ ଭାଇମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଅଣ୍ଡା ବିକ୍ରି ପାଇଁ ବାଧ୍ୟ କରୁଛନ୍ତି, ଯାହାକି ଓଡ଼ିଶାର ଚାଷୀ ଭାଇମାନଙ୍କ ଲାଗି ଏକ ଖରାପ ପରିସ୍ଥିତି ସୃଷ୍ଟି କରୁଛି ଏବଂ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ଏମାନେ ବାଧ୍ୟ ହେଉଛନ୍ତି। ସରକାରଙ୍କ ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମରେ ବାହାର ରାଜ୍ୟରୁ ଆମଦାନୀ ହେଉଥିବା ଅଣ୍ଡା ବନ୍ଦ ଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। କିନ୍ତୁ କିଛି ବ୍ୟବସାୟୀ ଉପରୋକ୍ତ ଭୟଙ୍କର ସ୍ଥିତିକୁ ଖାତିର ନକରି ନିଜର ଲାଭ ପାଇଁ ନିମ୍ନମାନର ଅଣ୍ଡାକୁ ବିକ୍ରି କରି ଚାଲିଛନ୍ତି। ରାଜ୍ୟ ସରକାର ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଅଲ୍‌ ଓଡ଼ିଶା ଲେୟାର ଫାର୍ମରସ୍‌ ଆସୋସିଏଶନ(ଏଓଏଲ୍‌ଏଫ୍‌ଏ) ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri