ପ୍ରଭାବିତ ହେବ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପ

କଲମ୍ବୋ,୨୨ା୪(ପି.ଟି./ ଆଇଏଏନ୍‌ଏସ୍‌): ଶ୍ରୀଲଙ୍କାରେ ରବିବାର ଇଷ୍ଟର ପାଳନ ବେଳେ ଆତଙ୍କବାଦୀ ଆକ୍ରମଣ ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି। ଗ୍ରୀଷ୍ମ ଅବକାଶ ସମୟରେ ଶ୍ରୀଲଙ୍କାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱର ଅନେକ ଦେଶରୁ ପର୍ଯ୍ୟଟକମାନଙ୍କ ଭିଡ଼ ଲାଗିରହିଥାଏ। ହେଲେ ଏହି ଋତୁରେ ପର୍ଯ୍ୟଟନସ୍ଥଳୀ, ହୋଟେଲ ବ୍ୟବସାୟ ଓ ଟୁର୍‌ ଅପରେଟରଙ୍କ ବେପାରକୁ ସଦ୍ୟ ଆକ୍ରମଣ ପ୍ରଭାବିତ କରିବ ବୋଲି କୁହାଯାଉଛି।
ଜନଗଣନା ଅନୁସାରେ ଶ୍ରୀଲଙ୍କାର ମୋଟ ଜନସଂଖ୍ୟା ହେଉଛି ୨୨ ନିୟୁତ। ସେମାନଙ୍କ ମଧ୍ୟରୁ ୭୦% ବୌଦ୍ଧ ହୋଇଥିବାବେଳେ ୧୨.୬% ହିନ୍ଦୁ, ୯.୭% ମୁସଲମାନ ଓ ୭.୬% ହେଉଛନ୍ତି ଖ୍ରୀଷ୍ଟିୟାନ। ୨୦୧୮ରେ ଶ୍ରୀଲଙ୍କାକୁ ୨.୩ ନିୟୁତ ବିଦେଶୀ ପର୍ଯ୍ୟଟକ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪,୫୦,୦୦୦ ହେଉଛନ୍ତି ଭାରତୀୟ। ଦ୍ୱୀପରାଷ୍ଟ୍ର ପାଇଁ ଭାରତ ସବୁଠୁ ବଡ଼ ବଜାରର ଉତ୍ସ ହୋଇଥିବାରୁ ଚଳିତ ବର୍ଷ ସେଠାକୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ପର୍ଯ୍ୟଟନ ପାଇଁ ଯିବେ ବୋଲି ଶ୍ରୀଲଙ୍କା ଆଶା କରିଥିଲା। କିନ୍ତୁ ଯାତ୍ରା ଋତୁ ଆରମ୍ଭରେ ଏହି ସିରିଜ ବିସ୍ଫୋରଣ ଘଟିଥିବାରୁ ବାର୍ଷିକ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ। ଆଗାମୀ ମାସଗୁଡ଼ିକରେ ପର୍ଯ୍ୟଟନ ଶିଳ୍ପ ବହୁଳ ଭାବେ ପ୍ରଭାବିତ ହେବ ବୋଲି ସେଠାକାର କର୍ତ୍ତୃପକ୍ଷ କହିଛନ୍ତି। ଏକ ଆକଳନ ଅନୁସାରେ ପର୍ଯ୍ୟଟନ କ୍ଷେତ୍ରରୁ ୨୦୧୮ ଅକ୍ଟୋବରରେ ଶ୍ରୀଲଙ୍କା ୨୮୪ ନିୟୁତ ଡଲାର ଆୟ କରିଥିବାବେଳେ ନଭେମ୍ବରରେ ଏହା ୩୬୨.୭ ନିୟୁତ ଡଲାରକୁ ବୃଦ୍ଧି ପାଇଥିଲା। ହେଲେ ଏବେ ପର୍ଯ୍ୟଟନରେ ଅଭିବୃଦ୍ଧିର ଏହି ଧାରା ପ୍ରଭାବିତ ହେବ ବୋଲି ସେଠାକାର ପ୍ରଧାନମନ୍ତ୍ରୀ ରନିଲ୍‌ ଓ୍ବିକ୍ରମସିଂହେ କହିଛନ୍ତି। ସେହିପରି ୩୦ ବର୍ଷ ପରେ ପ୍ରଥମଥର ପାଇଁ ତିନୋଟି ହୋଟେଲକୁ ଏପରି ଟାର୍ଗେଟ କରାଯାଇଛି ବୋଲି ଶ୍ରୀଲଙ୍କା ଆସୋସିଏଶନ୍‌ ଅଫ୍‌ ଇନ୍‌ବାଉଣ୍ଡ ଟୁର୍‌ ଅପରେଟର୍ସ (ଏସ୍‌ଏଲ୍‌ଏଆଇଟିଓ) ଅଧ୍ୟକ୍ଷ ହରିଥ୍‌ ପେରେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହମାସ୍‌ ଶୀର୍ଷନେତା ୟାହୟା ସିନ୍‌ଓ୍ବର ନିହତ: ସ୍ପଷ୍ଟ କଲା ଇସ୍ରାଏଲ୍‌

ଦେଇର୍‌ ଅଲ୍‌-ବଲାହ, ୧୭ା୧୦: ଗାଜାରେ ଇସ୍ରାଏଲୀ ସେନାର ଆକ୍ରମଣରେ ହମାସ୍‌ର ଶୀର୍ଷନେତା ୟାହୟା ସିନ୍‌ଓ୍ବରଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ କର୍ତ୍ତୃପକ୍ଷ ଏନେଇ ଗୁରୁବାର ରାତିରେ ସ୍ପଷ୍ଟ...

ସତରେ କ’ଣ ହମାସ ମୁଖ୍ୟଙ୍କର ହୋଇଛି ମୃତ୍ୟୁ? ଇସ୍ରାଏଲ ସେନାର ବଡ଼ ଦାବି

ଜେରୁଜେଲମ,୧୭।୧୦: ହାମାସ ମୁଖ୍ୟ ୟାହିୟା ସିନୱାରଙ୍କୁ ହତ୍ୟା କରାଯାଇଥିଲା କି? ଗାଜାରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଇସ୍ରାଏଲ ସେନା ଦାବି କରିଛି। ବୋଧହୁଏ...

ଏବେ କେଉଁଠି ଅଛନ୍ତି ଶେଖ ହାସିନା? ବୈଦେଶିକ ମନ୍ତ୍ରଣାଳୟ ଦେଲା ଅପଡେଟ୍‌

ନୂଆଦିଲ୍ଲୀ,୧୭।୧୦: ବାଂଲାଦେଶରେ ହୋଇଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟରେ ଦିଲ୍ଲୀ ପଳାଇଆସିଥିଲେ। ଏହା ପରେ ତାଙ୍କୁ ଗାଜିଆବାଦରେ ଶପିଂ କରୁଥିବା ଦେଖିବାକୁ...

କିଏ ସେହି ସୁନ୍ଦରୀ, ଯାହାଙ୍କ ସହିତ ଟ୍ରୁଡୋଙ୍କର ରହିଛି ସମ୍ପର୍କ! ଅନେକ ସମୟରେ ଏକାଠି ନଜର ଆସନ୍ତି

ଓଟାଓ୍ବା,୧୭।୧୦: କାନାଡା ଏବଂ ଭାରତ ତିକ୍ତତା ମଧ୍ୟରେ କାନାଡାର ବୈଦେଶିକ ମନ୍ତ୍ରୀ ମେଲୋନି ଜୋଲି ମଧ୍ୟ ଏହି ଚର୍ଚ୍ଚାରେ ଅଛନ୍ତି। ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା...

ହାସିନାଙ୍କ ମୁଣ୍ଡରେ ଗିରଫ ତଲଓ୍ବାର! ନଭେମ୍ବର ୧୮ରେ କୋର୍ଟରେ ହାଜର ନିର୍ଦ୍ଦେଶ

ଢାକା,୧୬।୧୦: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଗୁରୁବାର ବାଂଲାଦେଶ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟରେ କ୍ଷମତାରୁ ହଟାଯିବା...

ଜୟଶଙ୍କରଙ୍କୁ ନେଇ ମିଛ କହୁଛି ପାକିସ୍ତାନୀ ଗଣମାଧ୍ୟମ

ନୂଆଦିଲ୍ଲୀ,୧୭।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏସ୍‌ସିଓ ସମ୍ମିଳନୀ ଲାଗି ପାକିସ୍ତାନ ଗସ୍ତରେ ଅଛନ୍ତି। ହେଲେ ଏହି ଗସ୍ତକୁ ନେଇ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼...

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ସ୍ୱୀକାର କଲେ ଜଷ୍ଟିନ ଟ୍ରୁଡୋ, କାନାଡ଼ା ପାଖରେ ନାହିଁ ନିଜ୍ଜାର ହତ୍ୟାର ପ୍ରମାଣ

ନୂଆଦିଲ୍ଲୀ, ୧୬ା୧୦: ବୁଧବାର କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସ୍ୱୀକାର କରିଛନ୍ତି ଯେ କାନାଡା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri