ପ୍ରଶାସନର ନୂଆବର୍ଷ ପ୍ରସ୍ତୁତି: ଝଲସିଲାଣି ମେଘନାଦ ପାଚେରି; ଶେଷ ପର୍ଯ୍ୟାୟରେ ବ୍ୟାରିକେଡ କାମ

ପୁରୀ ଅଫିସ, ୨୯ା୧୨:  ଆଉ ୩ ଦିନ ପରେ ନୂଆବର୍ଷ। ପୁରୀରେ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି, ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ଦର୍ଶନ ଓ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁବ୍ୟବସ୍ଥିତ କରାଯାଇଛି। ନୂଆବର୍ଷରେ ଶ୍ରୀମନ୍ଦିରକୁ ଆସିବାକୁ ଥିବା ଭକ୍ତମାନେ ଯେପରି କୌଣସି ପ୍ରକାର ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଅନ୍ୟପକ୍ଷରେ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନୂଆ ରୂପ ଦିଆଯାଉଛି। ଶନିବାର ପୂର୍ବପାର୍ଶ୍ୱ ମେଘନାଦ ପାଚେରି କଡ଼ରେ ଆଲୋକୀକରଣ କରାଯାଇଛି। ଫଳରେ ଝଲସୁଛି ମେଘନାଦ ପାଚେରି।

ଶ୍ରୀମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀଙ୍କ ଲାଗି ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏହି ନିର୍ଦ୍ଦେଶ ପାଳନ ପାଇଁ ଜିଲା ପ୍ରଶାସନ, ଶ୍ରୀମନ୍ଦିର ଏବଂ ପୋଲିସ ପ୍ରଶାସନ ସମସ୍ତେ ଲାଗିପଡ଼ିିଛନ୍ତି। ନୂଆବର୍ଷରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବା ପାଇଁ ସିଂହଦ୍ୱାର ସମ୍ମୁଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ନିଆରା ଢଙ୍ଗରେ ସଜା ଯାଉଛି। ଶ୍ରୀମନ୍ଦିରର ପୂର୍ବ ପାର୍ଶ୍ୱ ଅର୍ଥାତ୍‌ କାକୁଡ଼ିଖାଇ ମନ୍ଦିରଠାରୁ ଲକ୍ଷ୍ମୀବଜାର କୋଣ ପର୍ଯ୍ୟନ୍ତ ମେଘନାଦ ପାଚେରି କଡ଼ରେ ବିଭିନ୍ନ ପ୍ରକାର ଗଛ କୁଣ୍ଡିଆ ସଜାଯାଇଛି। ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମେଘନାଦ ପାଚେରି କଡରେ ଲାଇଟ୍‌ ଖଞ୍ଜାଯାଇଛି। ଫଳରେ ରାତିରେ ଗଛ ତଳୁ ପଡୁଥିବା ଏହି ଲାଇଟ୍‌ରେ ଝଲସୁଛି ମେଘନାଦ ପାଚେରି। ସେହିପରି ନିର୍ମାଣାଧୀନ ନୂତନ ବ୍ୟାରିକେଡ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଶନିବାର ଏହାର ଉପର ଶେଡ୍‌ରେ ରଙ୍ଗୀନ କପଡ଼ା ପକାଯାଉଥିବା ଏବଂ ସିସିଟିଭି, ବକ୍ସ ଆଦି ଲଗାଯାଉଥିବାବେଳେ ବ୍ୟାରିକେଡ ଆସି ପହଞ୍ଚତ୍ଛି। ସ୍ଥାୟୀ ଜୋତା ଓ ମୋବାଇଲ ଷ୍ଟାଣ୍ଡ କାମ ଦିନେ ଦୁଇଦିନ ମଧ୍ୟରେ ପ୍ରସ୍ତୁତ ହେବାକୁ ଥିବାବେଳେ ଭକ୍ତଙ୍କ ଲାଗି ପାନୀୟଜଳ ଏବଂ ଟଏଲେଟ୍‌ ବ୍ୟବସ୍ଥା ହୋଇଛି। ମନ୍ଦିର ଭିତରେ ଦର୍ଶନରେ ଯେପରି କୌଣସି ପ୍ରକାର ବିଶୃଙ୍ଖଳା ନ ଉପୁଜେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଯାତାୟାତ ନିମନ୍ତେ ବଡ଼ଦାଣ୍ଡରେ ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ନିର୍ମାଣାଧୀନ ନୂତନ ବ୍ୟାରିକେଡ ପ୍ରବେଶ ପଥରେ ଯଥା ସମ୍ଭବ ଗହଳି କମାଇବା ପାଇଁ ଭିଆଇପି ଗାଡ଼ି ଉପରେ କଟକଣା ଲଗାଯାଇଛି। ଟାଉନ ଥାନାଠାରୁ ନୂତନ ବ୍ୟାରିକେଡ ପର୍ଯ୍ୟନ୍ତ ବଡ଼ଦାଣ୍ଡ ମଝିରେ ପାଦଚଲା କରିଡର କରାଯାଇଛି। ସେହିପରି ଭିଆଇପି ଗାଡ଼ିିଗୁଡିକୁ ମରିଚିକୋଟ ଛକଠାରୁ ଆଗକୁ ଛଡ଼ାଯାଉ ନାହିଁ। ପାଦଚଲା କରିଡର ପାଇଁ ହୋଇଥିବା ବାଉଁଶ ବ୍ୟାରିକେଡରେ ଭକ୍ତଙ୍କୁ ସଚେତନ କରିବାକୁ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଥିବା ବ୍ୟାନର ଲଗାଯାଇଛି। ଏଥିରେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଉଚ୍ଚ ଶବ୍ଦରେ ଗାଡ଼ିି ହର୍ଣ୍ଣ ବଜାନ୍ତୁ ନାହିଁ, ବଡ଼ଦାଣ୍ଡରେ ଚାଲି ଚାଲି ଜଗନ୍ନାଥଙ୍କୁ ଦର୍ଶନ କରିବା ଭାଗ୍ୟରେ ଥିଲେ ମିଳେ, ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ ଲେଖାଯାଇଛି। ସେହିପରି ବଡ଼ଦାଣ୍ଡ ଧୂଳି ମୁଣ୍ଡରେ ବୋଳି, ଜଗା କାଳିଆର ଦର୍ଶନ କରି ମନରେ ଦିଅ ଶାନ୍ତି ଭରି ଆଦି ଆଧ୍ୟାତ୍ମିକତାର ବାର୍ତ୍ତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଡିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ହାତୀ ଘଉଡ଼ାଇବାକୁ ଯାଇ ଆକ୍ରମଣର ଶିକାର ହେଲେ ବନ କର୍ମଚାରୀ

ଅନୁଗୋଳ,୨୦ା୯: ହାତୀ ଘଉଡ଼ାଇବାକୁ ଯାଇଥିବା ବନ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ମହୀଧରପୁର ଫାଣ୍ଡି ଫୁଲପଡ଼ା ଗାଁରେ ବନ କର୍ମଚାରୀଙ୍କୁ  ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ତେବେ...

ଶୌଚ ହେବାକୁ ଯାଇ ଚାଲିଗଲା ବୃଦ୍ଧଙ୍କ ଜୀବନ

ବରୀ,୨୦।୯(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ଧାରପୁର ପଂଚାୟତ ନାଥପୁର ଗ୍ରାମର ଅବନୀ ଜେନା (୬୩) ବର୍ଷ ସ୍ଥାନୀୟ ଅମୃତ ସରୋବରକୁ...

ଶିକ୍ଷକ ସଂଘରେ ଫାଟ: ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ବିରୋଧ କଲେ ଗୋଟିଏ ଗୋଷ୍ଠୀ

ଭଦ୍ରକ, ୨୦।୯(ସନାତନ ରାଉତ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘରେ ଫାଟ। ସଂଘ ପକ୍ଷରୁ ଶୁକ୍ରବାର ନୂତନ ଜାତୀୟ ଶିକ୍ଷାନୀତି ସମ୍ବନ୍ଧରେ ଆଲୋଚନା ଚକ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri