ପ୍ରେମରେ ପଡ଼ିଛନ୍ତି କି..ଏହି ୩ଟି ଜିନିଷ ଉପରେ ଧ୍ୟାନ ଦେଲେ ହେବନାହିଁ ବ୍ରେକ୍‌ଅପ୍‌

ସବୁଠୁ ମଧୁର ସମ୍ପର୍କ ହେଉଛି ପ୍ରେମ। ପ୍ରେମ କାହା ସହ କେଉଁ ମୂହୁର୍ତ୍ତରେ ହୋଇଯାଏ ଜଣାପଡେନା। ହେଲେ ସମ୍ପର୍କରେ ବାନ୍ଧିହେବା ଯେତିକି ସହଜ ସମ୍ପର୍କକୁ ଅତୁଟ ରଖିବା ସେତିକି କଷ୍ଟକର ହୋଇଥାଏ। ଏଣୁ ଯଦି ଆପଣ ପ୍ରେମରେ ପଡ଼ିଛନ୍ତି ତେବେ ଏହି ୩ ଜିନିଷ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଫଳରେ ଆପଣ ଖୁସିରେ ରଖିବା ସହ ଆପଣଙ୍କ ସମ୍ପର୍କକୁ ସୁଦୃଢ଼ ହୋଇପାରିବ। ଯେପରିକି:

* ପାର୍ଟନରଙ୍କ ପସନ୍ଦ ନାପସନ୍ଦକୁ ସର୍ବଦା ଧ୍ୟାନ ଦିଅନ୍ତୁ। ଯଦି କୌଣସି ସମୟରେ ପାର୍ଟନରଙ୍କ ସଙ୍ଗେ କିଛି ମନାନ୍ତର କିମ୍ବା ମତାନ୍ତର ହୁଏ ତେବେ ଦୁହିଁଙ୍କ ଭିତରୁ କିଏ ପ୍ରଥମ କଥା ହେବ ସେ ନେଇ ଅନେକ ସମୟରେ ଦ୍ୱନ୍ଦ ଚାଲିଥାଏ। ମାତ୍ର ଏପରି କିଛି ନ ଭାବି କଥାହୋଇ ନିଜର ଚିନ୍ତାଧାରା ପରିବର୍ତ୍ତନ କରନ୍ତୁ। କାରଣ ଏପରି କରିବା ଦ୍ୱାରା ଜଣଙ୍କର ଅନ୍ୟଜଣଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ, ଭଲପାଇବା ବଢ଼ିଥାଏ।

*କୁହାଯାଏ ପ୍ରେମରେ ଜଣଙ୍କ କଥା ଅନ୍ୟଜଣେ ଜାଣିପାରନ୍ତି। ମାତ୍ର ଏହା ସବୁବେଳେ ସମ୍ଭବ ନୁହେଁ। ଅନେକ ସମୟରେ ନିଜେ ମୁହଁ ଖୋଲି ପାର୍ଟନରଙ୍କୁ ଜଣାଇବା ଜରୁରୀ ହୋଇଥାଏ। ଆପଣ ଜଣାଇବା ପରେ ସେ ଆପଣଙ୍କ ଆବଶ୍ୟକତା ପୂରଣ କରିବାକୁ ଚେଷ୍ଟା କରିବେ। ଏଣୁ ଆପଣ କହିବା ପରେ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପାର୍ଟନର ଜାଣି ପାରନ୍ତି ଆପଣଙ୍କ ସମ୍ପର୍କରେ କ’ଣ ଆବଶ୍ୟକ।

* ଅନେକ ସମୟରେ ପାର୍ଟନରଙ୍କ କୌଣସି ଭୁଲ୍‌କୁ ନେଇ ମନମାଳିନ୍ୟ ସୃଷ୍ଟିହୋଇଥାଏ। ଏ ନେଇ ଆପଣଙ୍କୁ ପାର୍ଟନରଙ୍କ ଭୁଲ୍‌ ଜଣାଇ ତାଙ୍କୁ ସୁଧାରି ସମ୍ପର୍କରେ ଆଗକୁ ବଢ଼ିବାକୁ ହୋଇଥାଏ। ଏଥିରେ ପାର୍ଟନରଙ୍କୁ ନିଚ୍ଚା ନ ଦେଖାଇ ନିଜେ ତାଙ୍କୁ ଭୁଲ୍‌ ଦେଖାଇବାକୁ ଚେଷ୍ଟା କରନ୍ତୁ। ଏପରି କରିବା ଫଳରେ ସମ୍ପର୍କରେ କୌଣସି ତିକ୍ତତା ଆସି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri