ପ୍ରେମିକର ବର୍ବରକାଣ୍ଡ: ପ୍ରେମିକାଙ୍କ ବେକ କାଟିଦେଲେ

କାମାକ୍ଷାନଗର, ୨୧।୮(ଡି.ଏନ୍‌.ଏ.): ପ୍ରେମିକାଙ୍କୁ ପିଛା କରି ସୁନ୍ଦରଗଡ଼ରୁ ଚାଲିଆସିଲେ ଢେଙ୍କାନାଳ। ରାତାରାତି ତାଙ୍କୁ ଧରି ଫେରାର ହୋଇଯିବାକୁ କରିଥିଲେ ଯୋଜନା। ହେଲେ ଏଥିରେ ଯୁବତୀ ଜଣକ ଅନିଚ୍ଛା ପ୍ରକାଶ କରିବାରୁ ରକ୍ତମୁଖା ହୋଇଉଠିଲେ ପ୍ରେମିକ। ହିତାହିତ ଜ୍ଞାନ ହରାଇ ଧାରୁଆ ଛୁରିରେ କାଟିଦେଲେ ପ୍ରେମିକାଙ୍କ ତଣ୍ଟି। କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ଘଟିଥିବା ଏପରି ସ୍ପର୍ଶକାତର ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ସୁଦ୍ଧା ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ। ପୋଲିସ ସୂଚନା ପାଇ ଖୋଳତାଡ଼ ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଯୁବତୀ ଏବଂ ଯୁବକଙ୍କର ଘର ସୁନ୍ଦରଗଡ଼ ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଯୁବତୀ ଜଣକ କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ ରହୁଥିବା ନିଜ ଉଭଣୀଙ୍କ ଘରକୁ ଆସିଥିଲେ। ତାଙ୍କୁ ପିଛା କରି ସମ୍ପୃକ୍ତ ଯୁବକ ମଧ୍ୟ ଉକ୍ତ ଗ୍ରାମକୁ ଆସିଥିଲେ। ମଙ୍ଗଳବାର ରାତିରେ ଯୁବତୀ ଜଣକ ପରିସ୍ରା କରିବାକୁ ଉଠିଥିବାବେଳେ ପ୍ରେମିକ ପହଞ୍ଚତ୍ ତାଙ୍କ ସହ ଫେରାର ହୋଇଯିବାକୁ ବାଧ୍ୟ କରିଥିଲେ। ଏଥିରେ ଅନିଚ୍ଛା ପ୍ରକାଶ କରିବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ଯୁବକ ଯୁବତୀଙ୍କ ବେକ, ହାତକୁ ତୀକ୍ଷ୍ମ ଛୁରିରେ କାଟି ପକାଇଥିଲେ। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ନେଇ କଙ୍କଡ଼ାହାଡ଼ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା କୁହନ୍ତି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରୁ ସୂଚନା ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମିଳିଛି। ତଦନ୍ତ ବାଧାପ୍ରାପ୍ତ ହେବା ଆଶଙ୍କା ଥିବାରୁ ତାଙ୍କ ନାମ ଗୋପନ ରଖାଯାଇଛି। ଯୁବତୀ ଗୁରୁତର ଥିବାରୁ କଥାବାର୍ତ୍ତା କରିପାରୁନାହାନ୍ତି। ତାଙ୍କ ବୟାନ ରେକର୍ଡ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆଗଦାରେ ପଡ଼ିଥିଲା ନବଜାତ ଶିଶୁକନ୍ୟା, କାନ୍ଦ ଶବ୍ଦ ଶୁଣି…

କୋକସରା/ଜୟପାଟଣା/କଲମପୁର,୨ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ପ୍ରକାଶ ବୈଠାରୁ/ଗଣେଶ ରାମ ବାଗ୍‌): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ଭୁର୍ସିଗୁ୍‌ଡ଼ା ଗାଁରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗାଁର...

ଆର୍‌ଆଇ, ଅମିନ ପରୀକ୍ଷା ସେଣ୍ଟର ମାଲିକଙ୍କୁ ଉଠାଇ ନେଲା ପୋଲିସ, ଜାଣନ୍ତୁ କାହିଁକି

କଣ୍ଟାମାଳ/ମନମୁଣ୍ଡା,୨।୧୦(ଆଦିତେଶ୍ୱର ମିଶ୍ର /ବେଣୁଧର ପଧାନ): ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆୟୋଜିତ ଆର୍‌ଆଇ, ଅମିନ ପରୀକ୍ଷାରେ ବାରମ୍ବାର ଅନିୟମିତତାର ଅଭିଯୋଗ ଆସୁଛି। ବୁଧବାର...

ବିଜେଡି ଛାଡ଼ିଲେ ଡ.ଭବାନୀ ଶଙ୍କର ନିଆଲ

ଭବାନୀପାଟଣା,୨ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ବିଜେଡି ନେତା ତଥା ଅନ୍ତର୍ଜାତୀୟ କବି ଡ. ଭବାନୀ ଶଙ୍କର ନିଆଲ ବୁଧବାର ବିଜେଡି...

ନିଜ ଜୀବନକୁ ବାଜି ଲଗାଇ ବୁଡ଼ି ଯାଉଥିବା ଯୁବକଙ୍କୁ ପାଣିରୁ ଉଦ୍ଧାର କଲେ ଶିକ୍ଷକ

କୋରୁକୋଣ୍ଡା,୨ା୧୦(ଶିବଦତ୍ତ ସାହୁ): ଗଭୀର ଜଳରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଛନ୍ତି ଜଣେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା...

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ବାମୀଙ୍କୁ ଅଟକ ରଖିଲା ପୋଲିସ, ସ୍ବାମୀ କହିଲେ…

ଦିଗପହଣ୍ଡି,୨ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ରଞ୍ଜିତା ପଣ୍ଡା ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଜୟଚନ୍ଦ୍ର...

ଶଟ୍‌ ସର୍କିଟ ଲାଗି ଜଳିଗଲା ବାଇକ୍‌

କୋକସରା,୨।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମୋଟେର ଚାରବାହାଲ ଜାତୀୟ ରାଜପଥ ୨୬ ନିକଟରେ ଶଟ୍‌ ସର୍କିଟ ଯୋଗୁ ହୁତୁହୁତୁ ହୋଇ...

ସାମ୍ନାକୁ ଆସିଲେ ବର୍ଷା, ଆସୁ ଆସୁ କହିଦେଲେ ଏମିତି..

ଭୁବନେଶ୍ୱର,୨।୧୦: ବଢିଲାଣି ବିଜେଡି କଳି। ଏହି କଳି ଏବେ ଶଙ୍ଖ ଭବନରେ ପହଞ୍ଚିଛି। କର୍ପୋରେଟରଙ୍କ ଠାରୁ ଆରମ୍ଭ ହୋଇ ଏବେ ଏହି କଳି ନେତାଙ୍କ ପାଖରେ...

ଚୋରି କରିବାକୁ ଆସି ମହିଳାଙ୍କୁ ଗଣବଳାତ୍କାର, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨ା୧୦: ରାଜଧାନୀରେ ଚୋରି ପରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରିଥିବା ୩ ଅଭିଯୁକ୍ତଙ୍କୁ ମୈତ୍ରୀ ବିହାର ଥାନା ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ରବିବାର ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri