Posted inଖେଳ

ପ୍ରେସିଡେଣ୍ଟ କପ୍‌ ବକ୍ସିଂ: ମେରୀକମ୍‌, ସିମରନଜିତଙ୍କୁ ସ୍ବର୍ଣ୍ଣ ପଦକ; ୭ ସ୍ବର୍ଣ୍ଣ ସହ ଭାରତକୁ ମୋଟ ୯ ପଦକ

ନୂଆଦିଲ୍ଲୀ,୨୯।୭(ପି.ଟି.)- ୬ ଥର ବିଶ୍ୱଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିବା ଅଭିଜ୍ଞ ଭାରତୀୟ ମହିଳା ବକ୍ସର ମେରୀକମ ଓ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ସିମରନଜିତ କୌର ଆଉ ଏକ ବିଶ୍ୱସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଇଣ୍ଡୋନେସିଆର ଲାବୁଆନ ବାଜୋଠାରେ ଅନୁଷ୍ଠିତ ୨୩ତମ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟୁର୍ନାମେଣ୍ଟରେ ମେରୀକମ୍‌ ୫୧ କେ.ଜି. ବର୍ଗରେ ଓ ସିମରନଜିତ ୬୦ କେ.ଜି. ବର୍ଗ ପ୍ରତିଯୋଗିତାରେ ଚାମ୍ପିୟନ ହୋଇ ସ୍ବର୍ଣ୍ଣ ଜିତିଛନ୍ତି। ୭ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ଭାରତ ମୋଟ୍‌ ୯ଟି ପଦକ ହାସଲ କରିଛି।
ମହିଳା ବକ୍ସରମାନେ ସବୁ ୪ଟି ଫାଇନାଲରେ ବାଜି ମାରି ୪ଟି ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ପୁରୁଷ ଖେଳାଳିମାନେ ମିଶ୍ର ପ୍ରଦର୍ଶନ କରିଥିଲେ। ପୁରୁଷ ଖେଳାଳିମାନେ ୨ ରୌପ୍ୟ ସହ ୩ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ଇଣ୍ଡିଆ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ଦୁଇମାସ ପରେ ମେରୀକମ୍‌ ଏହି ସମ୍ମାନଜନକ ଟୁର୍ନାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଏପ୍ରିଲ ପ୍ରାଙ୍କ୍ସ ୫-୦ରେ ହରାଇ ଚାମ୍ପିୟନ ହୋଇଥିଲେ। ସମ୍ପୂର୍ଣ୍ଣ ଏକାପାଖିଆ ଭାବେ ସେ ବିଜୟ ହାସଲ କରିଥିଲେ। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ରୁଷିଆର ୟେକାଟେରିନବର୍ଗରେ ଆୟୋଜନ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ଭଲ ପ୍ରଦର୍ଶନ କରି ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟରେ ସେ ରହିଛନ୍ତି। ସେହିପରି ସିମରନଜିତ ଫାଇନାଲରେ ଇଣ୍ଡୋନେସିଆର ଏସିଆନ ଗେମ୍ସ ବ୍ରୋଞ୍ଜ ପଦକ ବିଜେତା ହସନାହ ହୁସଓ୍ବାତୁନଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି। ୫୪ କେ.ଜିରେ ଆସାମର ଯୁବ ମହିଳା ବକ୍ସର ଯମୁନା ବୋରୋ ୫-୦ରେ ଇଟାଲୀର ଅଭିଜ୍ଞ ବକ୍ସର ଗିଉଲିଆ ଲାମାଗ୍ନାଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି। ୪୮ କେ.ଜି. ବର୍ଗରେ ମୋନିକା ଇଣ୍ଡୋନେସିଆର ଏନ୍‌ଡାଙ୍ଗଙ୍କୁ ୫-୦ରେ ହରାଇ ସ୍ବର୍ଣ୍ଣ ଜିତିଛନ୍ତି।
ପୁରୁଷ ବିଭାଗରେ ଅଙ୍କୁଶ୍‌ ଦାହିୟା ୬୪ କେ.ଜି.ରେ, ନୀରଜ ସ୍ବାମୀ ୪୯ କେ.ଜି.ରେ ଓ ଆନନ୍ଦ ପ୍ରହଲ୍ଲାଦ ଚୋପାଡେ ୫୨ କେ.ଜି.ରେ ବାଜି ମାରି ଚାମ୍ପିୟନ ହେବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଚୋପାଡେ ୫-୦ରେ ଆଫଗାନିସ୍ତାନର ରମହମନୀ ରାମିଶଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ଦାହିୟା ୫-୦ରେ ମାକାଉରେ ଲିଅଙ୍ଗ କିନ୍‌ ଫଙ୍ଗକୁ ହରାଇ ଚାମ୍ପିୟନ ହୋଇଛନ୍ତି। ସେହିପରି ନୀରଜ ୪-୧ରେ ଫିଲିପାଇନ୍ସର ମାକାଡୋ ଜୁନିୟର ରାମେଲଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ତେବେ ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଗୌରବ ବିଧୁରୀ ଫାଇନାଲରେ ୨-୩ରେ ଇଣ୍ଡୋନେସିଆର ମାଣ୍ଡଜିଏ ଜିଲ୍‌ଙ୍କଠାରୁ ୫୬ କେ.ଜି. ବନଟାମଓ୍ବେଟ୍‌ ବାଉଟ୍‌ରେ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ସେହିପରି ୨୦୧୮ ଇଣ୍ଡିଆ ଓପନ ରୌପ୍ୟ ପଦକ ବିଜେତା ଦୀନେଶ ଡାଗର ୦-୫ରେ ଇଣ୍ଡୋନେସିଆର ସମଦା ସାପୁତ୍ରଙ୍କଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି।...

୬ ମ୍ୟାଚ୍‌ରୁ ୫ରେ ପରାଜୟ, IPL ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ?କ’ଣ କହୁଛି…

ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏପର୍ଯ୍ୟନ୍ତ IPL ୨୦୨୫ ବହୁତ ଖରାପ ରହିଛି। ପ୍ରଥମ ୬ ମ୍ୟାଚ୍‌ରୁ ୫ରେ CSK ପରାଜିତ ହୋଇଛି। ଏହି...

ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍‌, ନାଁ ଜାଣିଲେ ଉଡିବ ହୋସ୍‌

IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି।...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଏଏଫ୍‌ସି ଏସିଆନ କପ୍‌ ୨୦୩୧ ଲାଗି ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଲୀ, ୧୧ା୪: ଭାରତ ୨୦୩୧ ଏଏଫ୍‌ସି ଏସିଆନ କପ୍‌ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରି ଏହାର ବିଡ୍‌ ‘ ଏକ୍ସପ୍ରେସନ ଅଫ୍‌ ଇଣ୍ଟରେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image