ଯାଜପୁର ଅଫିସ,୨ା୬- ସାରା ରାଜ୍ୟରେ ପନିପରିବା ଚାଷ ପାଇଁ ଯାଜପୁର ଜିଲା ପ୍ରସିଦ୍ଧି ଲାଭ କରିଛି। ଜିଲାର ରସୁଲପୁର, ସୁକିନ୍ଦା, ଦାନଗଦୀ, ବିଞ୍ଝାରପୁର, ବରୀ ଆଦି ବ୍ଲକର ନଦୀପଠା ଅଞ୍ଚଳର ଚାଷୀ ପନିପରିବା ସହ ଆଳୁ ଚାଷକୁ ମଧ୍ୟ ପ୍ରାଧାନ୍ୟ ଦେଇଥାନ୍ତି। ହେଲେ କୃଷି କିମ୍ବା ଉଦ୍ୟାନ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଆଳୁ ଚାଷୀ ସେତେଟା ପ୍ରୋସତ୍ାହନ ପାଇପାରୁ ନ ଥିବା ଅଭିଯୋଗ ଉଠିଛି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଆଳୁ ଚାଷ (ରବି) ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ସ୍କିମ ଡେଭଲପମେଣ୍ଟ ଯୋଜନାରେ ଯାଜପୁର ଜିଲାକୁ ହେକ୍ଟର ପ୍ରତି ୧୦ହଜାର ଟଙ୍କା ଆକାରରେ ୧ଲକ୍ଷ ୩୩ହଜାର ଟଙ୍କା ମଞ୍ଜୁର ହୋଇଛି ା ସାଧାରଣତଃ ଜିଲାର ଆଳୁ ଚାଷୀ ବର୍ଷର ଡିସେମ୍ବର କିମ୍ବା ଜାନୁୟାରୀ ମାସରେ ଆଳୁ ଚାଷ କରିଥାନ୍ତି ା କିନ୍ତୁ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ହୋଇ ସାରିଥିବାବେଳେ ଏଯାଏ ଜିଲାର ଅଧିକାଂଶ ଚାଷୀ ଆଳୁ ଚାଷ ପାଇଁ କୌଣସି ସହାୟତା ପାଇ ନ ଥିବା ଜଣାପଡିଛି ା
ଜିଲାର ପ୍ରାୟ ୧୨୦୦ ହେକ୍ଟର ଜମିରେ ଆଳୁ ଚାଷ ହୋଇଥାଏ ା ଚାଷୀ ବଜାରରୁ ଆଳୁ ମଞ୍ଜି କିଣି ଚାଷୀ ଚାଷ କରିଥାଏ। ଗତ ରବି ଋତୁରେ ଆଳୁ ଚାଷ ସମୟରେ ଉଦ୍ୟାନ ବିଭାଗ ପକ୍ଷରୁ ଆଳୁ ମଞ୍ଜି ଯୋଗାଇ ଦିଆଯାଇଥିଲା। ହେଲେ ବଜାର ଦରଠାରୁ ସରକାରୀ ଦର ଅଧିକ ହୋଇଥିବାରୁ ଚାଷୀ ମହଲରେ ସେତେବେଳେ ଉଦ୍ବେଗ ପ୍ରକାଶ ପାଇଥିଲା। ସେ ସମୟରେ ସରକାରୀସ୍ତରରେ ଆଳୁ ଚାଷୀଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇ ନ ଥିଲା। ଫଳରେ ଜିଲାର ଚାଷୀ ଉପଯୁକ୍ତଭାବେ ଆଳୁ ଚାଷରେ ଲାଭବାନ ହେଉ ନ ଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ରାଜ୍ୟ ଉଦ୍ୟାନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଆଳୁ ଚାଷୀ ପାଇଁ ୩୮୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଯାଜପୁର ଉଦ୍ୟାନ ବିଭାଗ ସହନିର୍ଦ୍ଦେଶକ କାର୍ଯ୍ୟାଳୟକୁ ୧୩.୩୩ ହେକ୍ଟର ଜମିରେ ୨୦୦ କୁଇଣ୍ଟାଲ ଆଳୁ ମଞ୍ଜି ଯୋଗାଇ ଦିଆଯାଇଥିବା ଦର୍ଶାଯାଇଛି ା ଏଥିପାଇଁ ୩ ପର୍ଯ୍ୟାୟ ନରମାଲ, ଏସ୍ସିପି ଓ ଟିଏଏସପି ଜରିଆରେ ହେକ୍ଟର ପ୍ରତି ୧୦ ହଜାର ଟଙ୍କା ଆକାରରେ ୧ଲକ୍ଷ ୩୩ ହଜାର ଟଙ୍କା ଆବଣ୍ଟିତ ହୋଇଥିବା କୁହାଯାଇଛି। ଏଥିପାଇଁ ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ତାଙ୍କ ପତ୍ରସଂଖ୍ୟା ୨/୫୬୪୫/୨୭ା୫ା୨୦୧୯ରେ ରାଜ୍ୟର ସମସ୍ତ ବିଭାଗୀୟ ଉପନିର୍ଦ୍ଦେଶକ ଓ ସହନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। ରାଜ୍ୟର ୨୧ ଜିଲାର ୩୫ଟି ଉପନିର୍ଦ୍ଦେଶକ ଓ ସହନିର୍ଦ୍ଦେଶକ କାର୍ଯ୍ୟାଳୟ ଅଧୀନସ୍ଥ ୫୦୮.୯୧୭ ହେକ୍ଟର ଜମିରେ ୭୬୩୩ କୁଇଣ୍ଟାଲ ଆଳୁ ମଞ୍ଜି ବଣ୍ଟନ ହୋଇଛି ଏବଂ ଏଥିପାଇଁ ୫୦ଲକ୍ଷ ୮୯ ହଜାର ୧୭୦ ଟଙ୍କା ମଞ୍ଜୁର ହୋଇଛି। ଅନ୍ୟପକ୍ଷେ ୨୦୧୮-୧୯ର ରବି ଋତୁ ଆଳୁ ଚାଷ ସମୟର ପ୍ରାୟ ୪ମାସ ଅତିକ୍ରାନ୍ତ ହୋଇସାରିଛି। ଏହିକ୍ରମରେ ଚାଷୀ କୌଣସି ସହାୟତା ପାଇ ନ ଥିବାବେଳେ ବିଭାଗୀୟ ଆବଣ୍ଟିତ ଅନୁଦାନ କୁଆଡେ ଗଲା ବୋଲି ଏବେ ଚାଷୀ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଜିଲାରେ ଏଭଳି ଭାବେ ବାଇଗଣ, କୋବି, ଲଙ୍କା, ଟମୋଟା, ଆଳୁ ଆଦି ପନିପରିବା ଚାଷୀ ବିଭିନ୍ନ ସମୟରେ ଅବହେଳିତ ହୋଇ ଆସୁଥିଲେ ହେଁ କୌଣସି ଉଦ୍ୟାନରେ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳୁନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, କର୍ମ ଯୋଜନା, ସମନ୍ବିତ ତୈଳବୀଜ ଯୋଜନା, ଇ-ରୋଗପୋକ ସର୍ବେକ୍ଷଣ, କୃଷି ସହାୟକ କେନ୍ଦ୍ର ଯୋଜନା, ଜାତୀୟ ଉଦ୍ୟାନ କୃଷି ମିଶନ, ଜାତୀୟ ଔଷଧିୟ ଚାଷ ମିଶନ, ଜାତୀୟ ଅନୁଜଳସେଚନ ମିଶନ ଆଦି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଅଥଚ ଯୋଜନାଗୁଡିକ ଠିକ ଭାବେ କାର୍ଯ୍ୟକାରୀ ହେଉ ନ ଥିବାରୁ ଜିଲାର ପନିପରିବା ଚାଷୀଙ୍କ ଆର୍ଥତ୍କ ସ୍ଥିତି ସୁଦୃଢ ହୋଇ ପାରୁ ନ ଥିବା ଦେଖିବାକୁ ମିଳିଛି। ଏଥିପାଇଁ ଜନପ୍ରତିନିଧିଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ରହୁଥିଲେ ହେଁ ସେମାନେ କେବଳ ଠିକାଦାରୀ ରାଜନୀତିରେ ବ୍ୟସ୍ତ ରହି ପନିପରିବା ଚାଷୀଙ୍କ ସ୍ବାର୍ଥକୁ ଭୁଲି ଯାଉଛନ୍ତି। ତେଣୁ ଜିଲାରେ ଆବଶ୍ୟକୀୟ ପରିମାଣର ଶୀତଳ ଭଣ୍ଡାରଟିଏ ମଧ୍ୟ ପ୍ରତିଷ୍ଠା ହୋଇପାରୁ ନାହିଁ। ଚାଷୀ ପନିପରିବା ଚାଷ କରୁଛି ସତ, ହେଲେ ଏଠାରେ ବଜାର ବ୍ୟବସ୍ଥା ନାହିଁ। ଫଳରେ ପରିଶ୍ରମ ଅନୁସାରେ ଚାଷୀ ଉପଯୁକ୍ତ ଦରରେ ପନିପରିବା ବିକ୍ରି କରି ନ ପାରି କ୍ଷତିରେ ରହୁଛି। ଅନେକ ସମୟରେ ପନିପରିବା ପଚିସଢି ଯିବା ଆଶଙ୍କାରେ ବ୍ୟବସାୟୀଙ୍କୁ କମ ଦରରେ ବିକ୍ରି କରିଦେଉଛି। ପଶ୍ଚିମବଙ୍ଗ ରାଜ୍ୟରେ ସରକାର ପନିପରିବା ଚାଷୀଙ୍କ ପାଇଁ ମଣ୍ଡିର ବ୍ୟବସ୍ଥା କରିଛି ା ଫଳରେ ସେଠାକାର ଚାଷୀ ପନିପରିବା ଚାଷ କରି ଅଧିକ ଲାଭବାନ ହେଉଛନ୍ତି। ସେହିପରି ପ୍ରୋସତ୍ାହନ ଓଡିଶା ସରକାରଙ୍କ ପାଖରେ ନ ଥିବାରୁ ବହୁ ଚାଷୀ ଆଉ ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି ା ଚାଷୀ ରବୀନ୍ଦ୍ର ବେହେରା ଓ ସୁଶାନ୍ତ ବେହେରା କୁହନ୍ତି, ଡିସେମ୍ବରରେ ପ୍ରତ୍ୟେକ ଚାଷୀ ପରିବାର ପ୍ରାୟ ୪/୫ ଗୁଣ୍ଠ ଲେଖାଏଁ ଆଳୁ ଚାଷ କରିଥାନ୍ତି। ହେଲେ ଏଯାଏ କୌଣସି ସରକାରୀ ସହାୟତା ମିଳିନାହିଁ। ଏଭଳି ସ୍ଥିତିରେ ୨୦୧୮-୧୯ ଆର୍ଥିକ ବର୍ଷର ଆଳୁ ଚାଷ ସମ୍ବନ୍ଧୀୟ ଅନୁଦାନ କାହା ପାଖକୁ ଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଏହି ଯୋଜନା ନିଶ୍ଚିତ ଭାବେ ପରିଚାଳନା ହେବା କଥା। ଅନୁଦାନ ଖର୍ଚ୍ଚ ହେବା ପରେ ବିନିଯୋଗ ପ୍ରମାଣପତ୍ର(ୟୁସି) ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।