ପ୍ରୋତ୍ସାହନ ଲୋଡିଲା ଶିଳ୍ପ ଜଗତ

ମୁମ୍ବାଇ,୨୩-୩: ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ କମ୍‌ କରିବା ଲାଗି ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସରକାରୀ ପ୍ରୋତ୍ସାହନ ଲୋଡାଯାଇଛି। ସେହିଭଳି ଋଣ ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ବୃଦ୍ଧି ଉପରେ ମଧ୍ୟ ଶିଳ୍ପ ଜଗତ ଜୋର ଦେଇଛି। ଋଣ ପଇଠ କ୍ଷେତ୍ରରେ ବର୍ଷେ ପର୍ଯ୍ୟନ୍ତ ମୋରାଟୋରିୟମ ବୃଦ୍ଧି, ଟିକସ ହ୍ରାସ ନେଇ ଇଣ୍ଡିଆ ଇଙ୍କ୍‌ ଦାବି କରିଛି। ଆଧାର ଭିତ୍ତିକ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ମାଧ୍ୟମରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ପ୍ରୋତ୍ସାହନ ସରକାର ପ୍ରଦାନ କରନ୍ତୁ ବୋଲି ଇଣ୍ଡିଆ ଇଙ୍କ ମତ ରଖିଛି। ଚଳିତ ଆର୍ଥତ୍କ ବର୍ଷ ତୃତୀୟ ତ୍ରୈମାସରେ ଦେଶର ଅଭିବୃଦ୍ଧି ହାର ୪.୭%କୁ ଖସି ଆସିଛି। କରୋନା ଯୋଗୁ ଦେଶର ବିକାଶ ହାର ପୁଣିଥରେ ହ୍ରାସ ଘଟିବ। ସରକାର ତ୍ୱରିତ ଭାବେ କୌଣସି ପଦକ୍ଷେପ ନ ନେଲେ ଅଭିବୃଦ୍ଧି ୨୦୨୧ରେ ୫%ରୁ ନିମ୍ନକୁ ଚାଲିଯିବ ବୋଲି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ପକ୍ଷରୁ କୁହାଯାଇଛି। ଏବେ ଋଣ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ସମସ୍ୟା ସାମ୍ନା କରୁଥିବା କରୋନା ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଏହା ଦେଶର ବିକାଶର ଗତିରୋଧ କରିଥିବା ଶିଳ୍ପସଂଘ ଆସୋଚାମ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଯୋଗେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା...

ଭୁବନେଶ୍ୱରରେ ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ

ଭୁବନେଶ୍ୱର,୧୯।୧୧: ହିରୋ ମୋଟୋକର୍ପର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ହିରୋ ଲୋନ୍‌ ଆଣ୍ଡ ଏକ୍ସଚେଞ୍ଜ କାର୍ନିଭାଲ’ର ଶୁଭାରମ୍ଭ ସର୍ବଭାରତୀୟସ୍ତରରେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହିରୋ ମୋଟୋକର୍ପର...

ଓ୍ବାଣ୍ଡର୍ଲା ପାର୍କର ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅନ୍ତଃରାଷ୍ଟ୍ରୀୟ ପୁରୁଷ ଦିବସ ଅବସରରେ ୱାଣ୍ଡର୍ଲା ହଲିଡେଜ ଲିମିଟେଡ ପକ୍ଷରୁ ଏକ ସ୍ବତନ୍ତ୍ର ଆକର୍ଷଣୀୟ ଅଫର ସମ୍ପର୍କରେ...

‘ଶ୍ରମବୀର ପ୍ୟାଲେସ’ ଉଦ୍‌ଘାଟନ କଲେ ଜେଏସ୍‌ପି ଅଧ୍ୟକ୍ଷ

ଅନୁଗୋଳ,୧୯ା୧୧ (ଜ୍ୟୋତିରଞ୍ଜନ ସାହୁ): ହରିୟାଣା କୁରୁକ୍ଷେତ୍ରର ଏମ୍‌ପି ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସ୍‌ପି) ଅଧ୍ୟକ୍ଷ ନବୀନ ଜିନ୍ଦଲ ସୋମବାର ଜେଏସ୍‌ପି ଅନୁଗୋଳ ୟୁନିଟ୍‌ରେ ‘ଶ୍ରମବୀର...

କେୟାର ହସ୍ପିଟାଲର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୯।୧୧: ସମୟ ସହିତ ଉନ୍ନତି ହୋଇଛି ଚିକିସତ୍ା ବିଜ୍ଞାନ। ବର୍ତ୍ତମାନ ଅତ୍ୟାଧୁନିକ ଟେକ୍‌ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିସତ୍ା କରାଯାଇପାରୁଛି। ଆର୍ଟିଫିସିଆଲ ଇଣ୍ଟେଲେଜେନ୍ସି...

ମଣିପାଲ ହସ୍ପିଟାଲରେ ନବଜାତ ଶିଶୁ ସପ୍ତାହ

ଭୁବନେଶ୍ୱର,୧୯।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ବିଶ୍ୱ ନବଜାତ ଶିଶୁ ସପ୍ତାହ ଏବଂ ବିଶ୍ୱ ପ୍ରିମାଚ୍ୟୁର ଦିବସ ପାଳିତ...

ଓଡ଼ିଶା ସରକାରଙ୍କ ସହ ଅନିଲ ଅଗ୍ରୱାଲ ଫାଉଣ୍ଡେଶନର ବୁଝାମଣା

ଭୁବନେଶ୍ୱର,୧୯।୧୧ (ଅଭୟ ଦାଶ): ବେଦାନ୍ତ ଗ୍ରୁପର ସାମାଜିକ ପ୍ରତିଷ୍ଠାନ ତଥା ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ଟ୍ରେଡଫିନ୍‌ର ପ୍ରଥମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୧୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ରୋଜଗାର ଭିତ୍ତିକ ଶିକ୍ଷାନୁଷ୍ଠାନ ‘ଟ୍ରେଡଫିନ’ର ପ୍ରଥମ ବାର୍ଷିକ ଉତ୍ସବ ରବିବାର ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ସ୍ଥିତ ରାଜ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri