ବରଗଡ଼ ଅଫିସ/ପଦ୍ମପୁର,୨୬।୭: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡେନ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଖଗେଶ୍ବର ବେହେରାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି। ବେହେରାଙ୍କ ବୁଡେନସ୍ଥିତ ଅଫିସ, ଘର, ପଦ୍ମପୁରର ଦୁଇଟି ଘର, ବେଲପଡ଼ା ଥାନା ଅନ୍ତର୍ଗତ ତିହିନିସ୍ଥିତ ଶ୍ବଶୁର ଘର ସମେତ ୬ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ ଚାଲିଛି। ବରଗଡ଼ ଭିଜିଲାନ୍ସ ଡିଏସ୍ପି ବୀରେନ୍ଦ୍ର କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ ସରିବା ପରେ ସମ୍ପତ୍ତି ଆକଳନ କରାଯିବ ବୋଲି ଡିଏସ୍ପି ନାୟକ କହିଛନ୍ତି।