Posted inଜାତୀୟ

ଫଡ୍‌ନବିସଙ୍କ ଶକ୍ତିପରୀକ୍ଷା ପାଇଁ ୩୦ ଘଣ୍ଟାର ସମୟ ସୀମା: ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ; ହେବ ସିଧା ପ୍ରସାରଣ

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାକୁ ନେଇ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ରାୟ ଦେଇଛନ୍ତି। ରାୟ ଅନୁସାରେ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ଏହାର ସିଧାପ୍ରସାରଣ ପାଇଁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଧାୟକଙ୍କ ଶପଥ ଗ୍ରହଣ ପରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦିଆଯିବ। କୌଣସି ଗୁପ୍ତ ମତଦାନ ଦ୍ୱାରା ଏହା କରା ଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନର ବିଚାର କରି ବିଚାରପତି ଏନ୍‌.ଓ୍ବି. ରମନା, ଅଶୋକ ଭୂଷଣ ଏବଂ ସଞ୍ଜିବ୍‌ ଖାନ୍ନାଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଏବେ ଫଡ୍‌ନବିସ୍‌ଙ୍କ ହାତରେ ୩୦ ଘଣ୍ଟାର ସମୟ ସୀମା ରହିଛି। ଏହି ସମୟ ମଧ୍ୟରେ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ହାସଲ ପାଇଁ ଭାଜପା ପକ୍ଷରୁ ଜୋର୍‌ସୋର୍‌ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣଘାତୀ ନୁହେଁ HMPV! ସଂକ୍ରମିତ ହେଲେ କେମିତି ଦୂରେଇବେ ବିଶେଷଜ୍ଞ ଦେଲେ ଟିପ୍ସ

ନୂଆଦିଲ୍ଲୀ,୧୦।୧: ଦେଶର ଅନେକ ରାଜ୍ୟରେ ହ୍ୟୁମାନ ମେଟାପନ୍ୟୁମୋଭାଇରସ (HMPV) ମାମଲା ରିପୋର୍ଟ ହୋଇଛି। ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତ ହୋଇସାରିଛନ୍ତି। ତଥାପି, ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି...

ଜାଣିଶୁଣି ଯୁବରାଜଙ୍କ କ୍ୟାରିୟର ଖରାପ କରିଥିଲେ କୋହଲି: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି, ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ଏହି ଷ୍ଟକ୍‌ ବ୍ରୋକର୍‌ ନେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତକାର, ଜାତୀୟ ରାଜନୀତିରେ ହଇଚଇ!

ନୂଆଦିଲ୍ଲୀ,୧୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଡକାଷ୍ଟ ଜଗତରେ ପାଦ ଦେଇଛନ୍ତି। ମୋଦି ସମ୍ପ୍ରତି ଉଦ୍ୟୋଗୀ ନିଖିଲ କାମଥଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି। ଏହା ଜେରୋଧାର ସହ-ପ୍ରତିଷ୍ଠାତା...

ଭାରତ ସରକାରଙ୍କ ମୁଣ୍ଡବିନ୍ଧା ବଢାଇଲେ ୟୁନୁସ, ଶେଖ ହାସିନାଙ୍କୁ ନେଇ ଦେଇଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୧:ଶେଖ ହାସିନାଙ୍କୁ ନେଇ ଭାରତ ସରକାର ନିଷ୍ପତ୍ତି ନେବା ପରେ ଆଖି ଦେଖାଇଛନ୍ତି ୟୁନୁସ ସରକାର। ବାଂଲାଦେଶର ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ...

କୌଣସି ଜାତିକୁ ଓବିସି ଲିଷ୍ଟରେ କେମିତି ଯୋଡାଯାଏ? ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨୬ ଦିନ ବାକି ଅଛି। କିନ୍ତୁ ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।...

ଇତିହାସ ହୋଇପାରେ ‘ଇଣ୍ଡିଆ’

୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନ୍‌ଡିଏ)କୁ କେନ୍ଦ୍ରରେ କ୍ଷମତାଚ୍ୟୁତ କରିବା ପାଇଁ ଏହାର ପ୍ରାୟ ୧୦ ମାସ ପୂର୍ବରୁ ବିରୋଧୀ...

ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଦିଲ୍ଲୀରେ ଏହି ସ୍କିମ୍‌ ଆଣିପାରେ ଭାଜପା: ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ ବିରୋଧୀ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର...

ଗୋଦାମରେ ସଢ଼ୁଛି ୯ ଲକ୍ଷ କୁଇଣ୍ଟାଲ ଖାଦ୍ୟଶସ୍ୟ

ଭୋପାଳ, ୯ା୧: ସରକାରୀ ବ୍ୟବସ୍ଥାରେ ଅବହେଳା ଯୋଗୁ ମଧ୍ୟପ୍ରଦେଶର ଡିଣ୍ଡୋରି ସହରରେ ଥିବା ସରକାରୀ ଗୋଦାମଗୁଡ଼ିକରେ ୯ ଲକ୍ଷ କୁଇଣ୍ଟାଲର ଖାଦ୍ୟଶସ୍ୟ ସଢ଼ି ନଷ୍ଟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri