ଫଳ ଭେଣ୍ଡିଂ ଜୋନ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧୭ ଦୋକାନ

ଭୁବନେଶ୍ବର,୨୪ା୧(ବ୍ୟୁରୋ):କଳ୍ପନା ଛକ ନିକଟ ମା’ ତାରିଣୀ ଭେଣ୍ଡିଂ ଜୋନରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧୭ରୁ ଊର୍ଦ୍ଧ୍ୱ ଫଳ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଦୋକାନରେ ଥିବା ଫଳ ଓ ଅନ୍ୟ ସାମଗ୍ରୀ ଜଳି ଯାଇଛି। ସୂଚନାନୁଯାୟୀ, ପ୍ରତି ଦିନ ଭଳି ରାତି ପ୍ରାୟ ୧୦ଟାରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଉ କେତେଜଣ ବ୍ୟବସାୟୀ ଦୋକାନ ଭିତରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଗୋଟିଏ ଦୋକାନରୁ ନିଅଁା ଓ ଧୂଆଁ ବାହାରୁ ଥିବା ଦେଖି କେହି ଜଣେ ପାଟି କରି ଡାକ ପକାଇ ଥିଲେ। ଏହାଶୁଣି ଭିତରେ ଶୋଇଥିବା ବ୍ୟବସାୟୀମାନେ ବାହାରକୁ ଚାଲି ଆସିଥିଲେ। ସେମାନେ ବାଲି ଓ ପାଣି ପକାଇଥିଲେ ମଧ୍ୟ ନିଅଁାକୁ ଆୟତ୍ତ କରି ପାରି ନ ଥିଲେ। କଳ୍ପନା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଅଁା ଏତେ ଜୋରରେ ଲାଗିଥିଲା ଯେ, ସେମାନେ ଲିଭାଇବାକୁ ପ୍ରାୟ ଦେଢ ଘଣ୍ଟା ଲାଗିଥିଲା। ବିଦ୍ୟୁତ୍‌ ଶର୍ଟସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରିଛନ୍ତି। କେଶବ ସାହୁ, ସୁଦୀପ୍ତ ସାହୁ, କେଶବ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ସାହୁ, ହୃଦାନନ୍ଦ ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ବାବାଜି ଦାସ, ମାନଗୋବିନ୍ଦ ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଦୋକାନ ଜଳି ଯାଇଥିବା ଜଣାପଡିଛି। ସୂଚନାଥାଉ କି, ୨୦୧୫ ରେ ଏହି ଭେଣ୍ଡିଂ ଜୋନର ପ୍ରାୟ ୨୫ ଦୋକାନ ପୋଡି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ

ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ...

ସ୍ତ୍ରୀଙ୍କୁ କବ୍‌ଜାରେ ରଖି ମାଗୁଛନ୍ତି ୨ ଲକ୍ଷ: ବୈକୁଣ୍ଠଧାମ ଆଶ୍ରମ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ କେନ୍ଦୁଝର ଯୁବକ

ଭୁବନେଶ୍ୱର,୨୭ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ...

୨୯ରେ ମୋଦିଙ୍କ ମେଗା ରୋଡ଼ ଶୋ’: ୨ ଘଣ୍ଟା ପର୍ଯ୍ୟନ୍ତ କରିବେ ଦଳୀୟ ନେତାଙ୍କ ସହ ମାରାଥନ୍‌ ବୈଠକ

ଭୁବନେଶ୍ୱର, ୨୭ା୧୧(ସୁନିତ୍‌ ମିଶ୍ର):ଓଡ଼ିଶାରେ ଭାଜପା ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଆସନ୍ତା ୨୯ରେ ୩ ଦିନିଆ ଓଡ଼ିଶା ଗସ୍ତରେ...

ଶୀତର ଲହରି ଜାରି: ୩୦ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ସେହିପରି...

୭ ମାସରେ ରାଜ୍ୟରେ ୪୧ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୭ା୧୧ (ବନ୍ଦନା ସେଠୀ):ରାଜ୍ୟରେ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି। ଗତ ୩ବର୍ଷରେ ହାତୀ ଆକ୍ରମଣରେ ୬୬୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୫୦୯ଜଣ ଲୋକ ହାତୀ...

ଖାଲି ପଡ଼ିଥିବା ସୂଚନା କମିଶନ ପଦବୀ: ଓଡ଼ିଶାରେ ୬ରୁ ୪ ଖାଲି

ଭୁବନେଶ୍ୱର,୨୭ା୧୧(ଅନିଲ ଦାସ): ୨୦୨୩ରେ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସୂଚନା କମିଶନରେ ଖାଲି ପଡ଼ିଥିବା ପଦବୀ ପୂରଣରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ...

ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ

କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି...

୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି

ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri