ଛତ୍ରପୁର, ୨୧।୬(ଡି.ଏନ୍.ଏ.)- ରବିବାର ଫାଦର୍ସ ଡେ’ ଅର୍ଥାତ୍ ପିତୃ ଦିବସ। ଏହି ଦିବସରେ ବାପା ଦେଇଥିବା ମାର୍ଗ ଦର୍ଶନ ଓ ଉପଦେଶକୁ ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ମନେ ପକାଇ ଟୁଇଟ କରିଛନ୍ତି। ଆନା ସବୁବେଳେ ଆବଶ୍ୟକୀୟ ଓ ଅଣ ଆବଶ୍ୟକୀୟ ବିଷୟ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ବନ୍ଧରେ ମାର୍ଗ ଦର୍ଶନ ଦେଉଥିଲେ। ଫଳରେ ମୋ ଜୀବନରେ କଦାପି ଆବଶ୍ୟକୀୟ ବିଷୟର ଅଭାବ ପଡିନି ବୋଲି ଜିଲାପାଳ କହିଛନ୍ତି।