ଗୁଆହାଟୀ,୧୨।୧୦(ପି.ଟି.)- ଆସନ୍ତା ମଙ୍ଗଳବାର କୋଲକାତାରେ ଖେଳାଯିବାକୁ ଥିବା ବାଂଲଦେଶ ବିପକ୍ଷ ଫିଫି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପାଇଁ ଏକ ୨୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଭାରତ ହେଡ୍ କୋଚ୍ ଆଇଗର ଷ୍ଟିମାନ ଏହି ଦଳ ଘୋଷଣା କରିଛନ୍ତି। ଡିଫେଣ୍ଡର ସନ୍ଦେଶ ଝିନ୍ଗାନ ଓ ଅନଓ୍ବର ଅଲି (ଜୁନିୟର)ଙ୍କୁ ଇଞ୍ଜୁରି କାରଣରୁ ବାଦ୍ ଦିଆଯାଇଛି। କୋଲକାତାର ଭିଓ୍ବାଇବିକେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ହାଲିଚରଣ ନରଜାରି, ଫରୁଖ ଚୌଧୁରୀ ଓ ନିଶୁ କୁମାର ଏହି ଦଳରେ ସ୍ଥାନ ପାଇନାହାନ୍ତି। ମ୍ୟାଚ୍ ଖେଳିବାକୁ ରବିବାର ଭାରତୀୟ ଦଳ କୋଲକାତାରେ ପହଞ୍ଚିବ।
ଭାରତୀୟ ଦଳ:
ଗୋଲକିପର: ଗୁରପ୍ରୀତ ସିଂ ସାନ୍ଧୁ, ଅମରିନ୍ଦର ସିଂ, କମଲଜିତ ସିଂ।
ଡିପେଣ୍ଡର୍ସ: ପ୍ରିତମ କୋଟଲା, ରାହୁଲ ଭେକେ, ଆଦିଲ ଖାଁ, ନରେନ୍ଦର, ସାର୍ଥକ ଗୋଲୁଇ, ଆନସ ଇଡାଥୋଡିକା, ମନ୍ଦାର ରାଓ ଦେସାଇ, ସୁଭାସିଷ ବୋଷ।
ମିଡ୍ଫିଲ୍ଡର: ଉଡନ୍ତା ସିଂ, ନିଖିଲ ପୁଜାରୀ, ଭିନିତ ରାଏ, ଅନିରୁଦ୍ଧ ଥାପ୍ପା, ଅବଦୁଲ ସାହଲ, ରେନିଏର ଫର୍ଣ୍ଣାଣ୍ଡିଜ, ବ୍ରାଣ୍ଡନ ଫର୍ଣ୍ଣାଣ୍ଡିଜ, ଲାଲିଆଞ୍ଜୁଆଲା ଚାଙ୍ଗଟେ, ଆଶିକ କୁରୁନିୟାନ।