ଫୁଲୁଛି ନଦୀଜଳ

ଭୁବନେଶ୍ୱର, ୧୦।୯(ବ୍ୟୁରୋ): ରାଜ୍ୟର ପ୍ରମୁଖ ନଦୀରେ ବନ୍ୟାଜଳ ଫୁଲିବାରେ ଲାଗିଛି । କେତେକ ନଦୀରେ ବନ୍ୟାଜଳ ବିପଦସଙ୍କେତ ନିକଟରେ ପ୍ରବାହିତ ହେଉଥିବା ବେଳେ ଆଉ କେତେକ ସ୍ଥାନରେ ବନ୍ୟାପାଣି ବଢ଼ି ଚାଲିଛି। ଦିନେ ଦୁଇଦିନରେ ବର୍ଷା ପରିମାଣ ବୃଦ୍ଧି ହେଲେ ବନ୍ୟା ସ୍ଥିତି ଗମ୍ଭୀର ହେବା ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟାରେ ୧୩ଟି ଜିଲାର ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୨ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ୧୩ ଏବଂ ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ନଦୀରେ ବନ୍ୟାଜଳ ପୁଣି ଫୁଲିବ ବୋଲି ଅନୁମାନ କରାଯାଉଛି।
ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ମହାନଦୀ, କୁଶଭଦ୍ରା, ଦେବୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ବଂଶଧରା, ଋଷିକୁଲ୍ୟା ଓ ବୁଢାବଳଙ୍ଗ ନଦୀର ବନ୍ୟା ଜଳ ସ୍ଥିର ରହିଛି। ମହାନଦୀର ଟିକରପଡା ଓ ନରାଜଠାରେ ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ କୁଶଭଦ୍ରାର ନିମାପଡା, ଦେବୀ ନଦୀର ଆଳିପିଙ୍ଗଳ, ବ୍ରାହ୍ମଣୀର ଇନ୍ଦୁପୁର, ସୁବର୍ଣ୍ଣରେଖାର ଜାମଶୋଳାଘାଟ ଓ ରାଜଘାଟଠାରେ ବନ୍ୟାଜଳ ସତର୍କ ସୂଚନା ଉପରେ ପ୍ରବାହିତ ହେଉଛି। ତେବେ ରାଜ୍ୟର ପ୍ରମୁଖ ଜଳଭଣ୍ଡାରଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ହୀରାକୁଦରେ ଜଳସ୍ତର ୬୨୫.୫୪ ଫୁଟ ରହିଥିବା ବେଳେ ରେଙ୍ଗାଳିି ୧୨୨.୫୨ ମିଟର, ବାଲିମେଳା ୧୫୦୧.୭ ଫୁଟ, ମାଛକୁଣ୍ଡ ୨୭୪୮.୪ ଫୁଟ, ଅପରକୋଲାବ ୮୫୫.୫ ମିଟର, ଇନ୍ଦ୍ରାବତୀ ଜଳଭଣ୍ଡାରରେ ୬୪୦.୮୩ ମିଟର ଜଳ ସ୍ତର ରହିଛି। ବନ୍ୟାଜଳ ବୃଦ୍ଧି ପାଉଥିଲେ ମଧ୍ୟ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିଛି। ଜୁନ ପହିଲାରୁ ସେପ୍ଟେମ୍ବର ୯ ତାରିଖ ସୁଦ୍ଧା ରାଜ୍ୟରେ ୧୦୦୮ ମିଲିମିଟର ବର୍ଷା ହେବାକୁ ଥିବା ବେଳେ ହୋଇଛି ୧୦୫୬.୬ ମିଲିମିଟର। ଅର୍ଥାତ ସ୍ବାଭାବିକଠାରୁ ୫ ମିଲିମିଟର ଅଧିକ ବର୍ଷା ହୋଇଛି। କୋରାପୁଟ ଜିଲାରେ ସ୍ବାଭାବିକଠାରୁ ୪୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ମାଲକାନଗିରି ୨୧, କଳାହାଣ୍ଡି ୧୮, କନ୍ଧମାଳ ୧୭, ପୁରୀ ୨୦, ରାୟଗଡା ୧୪, ସୁବର୍ଣ୍ଣପୁର ୧୯, ନବରଙ୍ଗପୁର ୧୧, ବରଗଡ ୧୫, ବୌଦ୍ଧ ୧୮ ଏବଂ ବଲାଙ୍ଗୀର ଜିଲାରେ ୧୮ ମିଲିମିଟର ଅଧିକ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୩୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୩୪, ସୁନ୍ଦରଗଡ ୧୧, ବାଲେଶ୍ୱର ୪.୪, ତାଳଚେରରେ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

ନଭେମ୍ବର ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଉଚ୍ଚ ପଦାଧିକାରୀ, ଜିଲାପାଳମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର,୧୩।୧୧: ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ...

ଓଡ଼ିଶାର ସବୁ ଆନ୍ତଃ ରାଜ୍ୟ ବିବାଦର ସମାଧାନ ପାଇଁ ଗଠନ ହେବ ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି

ଭୁବନେଶ୍ୱର,୧୩।୧୧: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee )...

ମାଓବାଦୀଙ୍କ ବର୍ବରତା: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ବିଜାପୁର ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ବୁଧବାର ମାଓବାଦୀମାନେ ହତ୍ୟା କରିଛନ୍ତି । ସେ ହେଲେ ସୁବଳ ଦୁଲାରୁ...

ଅପରେଶନବେଳେ ଜଙ୍ଗଲରୁ ୩ ମିଲିସିଆଙ୍କୁ ଗିରଫ କଲେ ସୁରକ୍ଷାବାହିନୀ

ମାଲକାନଗିରି,୧୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ର ବିଜାପୁର ନେମେଡ ଅଞ୍ଚଳରୁ ୩ ମିଲିସିଆଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେମାନେ ହେଲେ ସୋନୁ ଓୟମ, ସନୁ ଲେକାମ ଓ...

ଅଧ୍ୟକ୍ଷ ଦାୟିତ୍ୱ ନେଲେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, କହିଲେ ସହରର ବିକାଶ ଲାଗି…

ପୁରୁଷୋତ୍ତମପୁର,୧୩ା୧୧: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଅଧକ୍ଷ ଭାବରେ ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା ବୁଧବାର ସନ୍ଧ୍ୟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଅଧ୍ୟକ୍ଷ ଭାବରେ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri