ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ଅନୁସାରେ, ଯେଉଁ ବ୍ୟକ୍ତି ବିଟା କ୍ୟାରୋଟିନ ଅଧିକ ଗ୍ରହଣ କରିଥାନ୍ତି, ସେମାନଙ୍କଠାରେ ଅନ୍ୟଲୋକଙ୍କ ତୁଳନାରେ ଫୁସ୍ଫୁସ୍ କ୍ୟାନସର୍ ଆଶଙ୍କା କମ୍ ଦେଖାଯାଏ। ଗବେଷଣାରୁ ଜଣାପଡ଼ିଛି, ସପ୍ତାହରେ ଦୁଇଥର ଗାଜର୍ ଖାଇବା ଦ୍ୱାରା ଫୁସ୍ଫୁସ୍ କ୍ୟାନସର୍ ଆଶଙ୍କା ୬୦ ପ୍ରତିଶତ କମ୍ ହୋଇଥାଏ। ଗାଜର୍ରେ ମହଜୁଦ୍ ଥିବା ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର୍ ରୋକିବାରେ ଏବଂ ତାହାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ କ୍ୟାନସର୍ ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଖାଦ୍ୟପେୟରେ ଅନିୟମିତତା ସାଙ୍ଗକୁ ଫାଷ୍ଟଫୁଡ୍ ଜଙ୍କ୍ଫୁଡ୍ର ସେବନ ଏଥିପାଇଁ ଦାୟୀ। ତେଣୁ ଖାଦ୍ୟରେ ଗାଜର୍କୁ ସାମିଲ କରିବା ଦ୍ୱାରା ଏହି ମାରାମତ୍କ ରୋଗଠାରୁ ଦୂରେଇ ରହିବା ସମ୍ଭବପର ହୋଇପାରିବ।