‘ଫେରନ୍ତା ସତର୍କ ରହିଲେ ସଂକ୍ରମଣ ହେବ ନାହିଁ’ : ବିମାନ, ରେଳରେ ଫେରନ୍ତାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର, ୧୩ା୫(ବ୍ୟୁରୋ): ବାହାର ରାଜ୍ୟ ବା ଦେଶରୁ ଫେରୁଥିବା ପ୍ରବାସୀମାନେ ସମସ୍ତେ କରୋନା ପଜିଟିଭ୍‌ ନୁହନ୍ତି। ଯଦି ସେମାନେ ସଙ୍ଗରୋଧରେ ରହିବେ ଓ ସମସ୍ତ ସତର୍କତା ଅବଲମ୍ବନ କରିବେ ତେବେ ସଂକ୍ରମିତ ହେବେ ନାହିଁ। ଠିକ୍‌ ଭାବେ ସରକାରଙ୍କ ନିୟମ ମାନି ୨୮ ଦିନ କ୍ୱାରାଣ୍ଟାଇନ୍‌ରେ ରହିଲେ ସଂକ୍ରମଣ ହ୍ରାସ ପାଇବ। ଅବଶ୍ୟ କିଛି ନୂଆ ପଜିଟିଭ୍‌ ମାମଲା ସାମ୍ନାକୁ ଆସିବ, କିନ୍ତୁ ସେମାନଙ୍କୁ ଚିକିତ୍ସା କରାଯାଇ ସୁସ୍ଥ କରିହେବ ବୋଲି ରାଜ୍ୟ ମହିଳା ଓ ଶିଶୁ ବିଭାଗର ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ କହିଛନ୍ତି।
ଭୁବନେଶ୍ୱରରୁ ଏବେ ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇଛି। ଏଠାରେ ହଜାର ହଜାର ପ୍ରବାସୀ ଓହ୍ଲାଇବେ। ତେଣୁ ପ୍ରମୁଖ ଶାସନ ସଚିବ ଗର୍ଗ ଗୁରୁବାର ଭିଡିଓ କନ୍‌ଫ୍ରେନ୍ସିଂରେ କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନରଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଭୁବନେଶ୍ୱରକୁ ବିମାନ ଓ ରେଳ ଦ୍ୱାରା ଫେରୁଥିବା ପ୍ରବାସୀଙ୍କ ପାଇଁ କେତେକ ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ବର୍ତ୍ତମାନ କେତେଜଣ ଫେରନ୍ତାଙ୍କୁ ବିଏମ୍‌ସି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖିବା ସମୟରେ ବିଭିନ୍ନ ସ୍ଥାନରେ ଚାପା ଉତ୍ତେଜନା ସହ ବିରୋଧ କରାଯାଉଥିବା ନଜରକୁ ଆସିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହୁଥିବା ସମୟରେ କିଛି ସ୍ଥାନରେ ଆକ୍ରାନ୍ତ ତଥା ତାଙ୍କ ପରିବାର ସଦସ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଉଥିବା ଅଭିଯୋଗ ହେଉଛି। ତେଣୁ ଆଲୋଚନା ପରେ ବିଏମ୍‌ସି ପକ୍ଷରୁ ପରିବର୍ତ୍ତିତ ନିର୍ଦ୍ଦେଶନାମା ମଧ୍ୟ ପ୍ରକାଶ କରାଯାଇଛି। ଏନେଇ ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଫେରନ୍ତା ଓ ତାଙ୍କ ପରିବାର ସଦସ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ସମୟରେ ପଡୋଶୀ ସେମାନଙ୍କୁ ସହଯୋଗ କରିବା ପାଇଁ ବିଏମ୍‌ସି ଅନୁରୋଧ କରିଛି। ଯଦି କେହି ପଡ଼ୋଶୀ ସହଯୋଗ କରିବାକୁ ରାଜି ନ ହୁଅନ୍ତି, ତେବେ ଦୈନିକ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଆସୁଥିବା ଅଙ୍ଗନଓ୍ବାଡି ଓ ଆଶା କର୍ମୀଙ୍କୁ ଆବଶ୍ୟକ ସାମଗ୍ରୀର ତାଲିକା ପ୍ରଦାନ କରିବାକୁ କୁହାଯାଇଛି। ସମ୍ପୃକ୍ତ ଅଙ୍ଗନଓ୍ବାଡି ଓ ଆଶାକର୍ମୀ ଉକ୍ତ ତାଲିକା ବିଏମ୍‌ସିକୁ ଦେବା ପରେ କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘରେ ସାମଗ୍ରୀ ପହଞ୍ଚତ୍ବାର ବ୍ୟବସ୍ଥା କରାଯିବ। ନଚେତ୍‌ ସେମାନେ ବିଏମ୍‌ସିର ଅନ୍‌ଲାଇନ୍‌ ହୋମ୍‌ ଡେଲିଭରି ସୁବିଧାର ମଧ୍ୟ ଲାଭ ଉଠାଇପାରିବେ। ଅନ୍ୟପକ୍ଷରେ କେବଳ ବିଏମ୍‌ସି କର୍ତ୍ତୃପକ୍ଷ ନୁହନ୍ତି, କମିଶନରେଟ୍‌ ପୋଲିସ୍‌ର ବିଭିନ୍ନ ଥାନା କର୍ତ୍ତୃପକ୍ଷ ମଧ୍ୟ ଫେରନ୍ତା ପ୍ରବାସୀଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ ରଖିପାରିବେ। ଏହାପରେ ପୋଲିସ ସମ୍ପୃକ୍ତ ପରିବାର ସଦସ୍ୟଙ୍କ ଘର ନମ୍ବର ସହ ସମସ୍ତ ବିବରଣୀ ବିଏମ୍‌ସିକୁ ଦେବେ। ଏଥିସହ ଉକ୍ତ ଘର ସମ୍ମୁଖରେ ହୋମ୍‌ କ୍ୱାରାଣ୍ଟାଇନ ଷ୍ଟିକର ଲଗାଇବେ ବୋଲି ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri