ମୁମ୍ବାଇ: ବଲିଉଡ୍ ନାୟିକା ଇସା ଦଓ୍ବେଲ ପୁଣିଥରେ ପରଦା ମୁହାଁ ହୋଇଛନ୍ତି ବୋଲି ଖବର ମିଳିଛି। ବିବାହ ଓ ମାତୃତ୍ୱଲାଭ ପରେ ସେ ବଡ ପରଦାରୁ ଦୂରେଇ ଯାଇଥିଲେ। ହେଲେ ଏବେ ପୁଣିଥରେ ଭଲ କାହାଣୀ ଓ ଭଲ ଚରିତ୍ର ମିଳିଲେ ସେ ପୁଣିଥରେ ଅଭିନୟ କରିବେ ବୋଲି କହିଛନ୍ତି। ତେବେ ପୂର୍ବଭଳି ସେ ଗୋଟିଏ ପ୍ରକାର ଚରିତ୍ରରେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ୨୦୦୨ରେ ପ୍ରଥମେ ବଲିଉଡ୍ରେ ଡେବ୍ୟୁ କରିଥିଲେ ଇସା। ଯଦିଓ ତାଙ୍କ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇ ନ ଥିଲା ଇସାଙ୍କ ଅଭିନୟକୁ କିନ୍ତୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଆଉ ତୁଷାର କପୁରଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ହେଲେ ଏବେ ଇସା କାହାସହ ପରଦାକୁ ଫେରୁଛନ୍ତି ତାକୁ ଅପେକ୍ଷା ରଖିଛନ୍ତି ଦର୍ଶକ।