ପ୍ୟାରିସ, ୮ା୫ (ଏପି)-କରୋନା ଭାଇରସ୍ ପାଇଁ ଫ୍ରେଞ୍ଚ୍ ଓପନ୍ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। ଫ୍ରେଞ୍ଚ୍ ଟେନିସ୍ ଫେଡେରେଶନ (ଏଫ୍ଟିଏଫ୍) କହିଛି ଟିକେଟ କ୍ରେତାଙ୍କୁ ଟିକେଟର ମୂଲ୍ୟ ଫେରାଇ ଦିଆଯିବ। ରୋଲାଣ୍ଡ ଗ୍ୟାରୋସଠାରେ ଏହି କ୍ଲେକୋର୍ଟ ଟୁର୍ନାମେଣ୍ଟ ମେ ୨୪ରୁ ଜୁନ୍ ୭ ପର୍ଯ୍ୟନ୍ତ ଖେଳାଯାଇଥାନ୍ତା। ପରବର୍ତ୍ତୀକାଳରେ ଏହାକୁ ସେପ୍ଟେମ୍ବର ୨୦ରୁ ଅକ୍ଟେବାର ୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଟୁର୍ନାମେଣ୍ଟ ଯଦି ଆୟୋଜିତ ହୁଏ ତେବେ ଏଥିପାଇଁ ନୂଆ ଟିକେଟର ବ୍ୟବସ୍ଥା ହେବ।