ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର ୫ ଡଜନ ଆମ୍ବ ଥିବା ଏକ ପେଟିକୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଜଣାପଡିଛି। ଚଳିତ ବର୍ଷ ନିଲାମିରେ ଏହି ଆମ୍ବକୁ ଡଜନ ପିଛା ୨ହଜାର ଟଙ୍କା ମିଳିଛି ବୋଲି କୁହାଯାଉଛି। ଅର୍ଥାତ ଗୋଟିଏ ଆମ୍ବର ଦାମ୍‌ ପାଖାପାଖି ୧୭୦ ଟଙ୍କା । ବ୍ୟବସାୟୀ ବିଜୟ ପାଟିଲ କହିଛନ୍ତି ମାର୍ଚ୍ଚ ମାସରେ ଏହି ଆମ୍ବର ଦାମ କମିଯିବ ହେଲେ ଏବେ ଏହା ଚଢା ଦରରେ ବିକ୍ରି କରାଯିବ। ଆଉ ଏପ୍ରିଲ-ମେ ବେଳକୁ ଏହା ସାଧାରଣ ଜନତାଙ୍କ ପକେଟକୁ ସୁହାଇଲା ଭଳି ଦାମରେ ମିଳିବ ବୋଲି ସେ କହିଛନ୍ତି। ପ୍ରତିବର୍ଷ ପ୍ରାୟ ନଭେମ୍ବରରେ ଏହାର ଉତ୍ପାଦନ ହେଉଥିବା ବେଳେ ଚଳିତ ବର୍ଷ ଏହା ୩ମାସ ବିଳମ୍ବରେ ଆସିଛି ବୋଲି କୁହାଯାଇଛି। ଗତବର୍ଷ ଏହାର ଦାମ୍‌ ଅଧିକ ଥିବା ବେଳେ ଚଳିତବର୍ଷ ଏହା କମି ଯାଇଛି। ତେବେ ଗତବର୍ଷ ଏହି ଆମ୍ବ ଗୋଟିକର ଦାମ୍‌ ପାଖାପାଖି ୨୩୦ ଟଙ୍କା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ: ୫ କୁକୁର ଛୁଆଙ୍କୁ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଲେ ୨ ମହିଳା

ମିରଟ, ୧୦।୧୧: ଉତ୍ତରପ୍ରଦେଶର ମିରଟରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସ୍ଥାନୀୟ କଙ୍କରଖେଡ଼ା ଥାନା ଖଡ଼ୌଲି କଲୋନୀରେ ୩ ଦିନ ତଳେ ଜନ୍ମ ହୋଇଥିବା...

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ସ୍ଥାୟୀ ସରକାରୀ କର୍ମଚାରୀ ଭଳି ସୁବିଧା କର

ଅହମଦାବାଦ,୧୦ା୧୧: ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ସ୍ଥାୟୀ ସିଭିଲ୍‌ କର୍ମଚାରୀଙ୍କ ଭଳି ସୁବିଧା କରିବା ନିମନ୍ତେ ଗୁଜରାଟ ହାଇକୋର୍ଟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ...

ଜାମିନ ନିଷ୍ପତ୍ତିରେ ଦିନେ ବିଳମ୍ବ ବି ମୌଳିକ ଅଧିକାରକୁ ପ୍ରଭାବିତ କରେ

ଜାମିନ ଆବେଦନ କରିବା ବ୍ୟକ୍ତିଗତ ସ୍ବାଧୀନତା ଅଧିକାରର ଏକ ଅଂଶବିଶେଷ। ଅନୁରୂପ ଭାବେ ବ୍ୟକ୍ତିଗତ ସ୍ବାଧୀନତା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ସୁନିଶ୍ଚିତ କରାଯାଇଥିତ୍ବା ଜୀବନଧାରଣ...

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୯।୧୧: ଶନିବାର ଜମ୍ମୁ କଶ୍ମୀରର ବାରାମୁଲ୍ଲା ଜିଲାର ସୋପୋର ସହରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।...

NEET ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଙ୍କୁ ୭ ମାସ ଧରି ବଳାତ୍କାର, ପୀଡ଼ିତା କହିଲେ ନିଜ ମାମଲା ନିଜେ ଲଢିବି

କାନପୁର,୯।୧୧: ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୭ ବର୍ଷର ନାବାଳିକାକୁ ସହରର ଏକ ପ୍ରସିଦ୍ଧ କୋଚିଂ ସେଣ୍ଟରର...

୧୪ କୋଟି କୋଭିଡ ଘୋଟାଲା ମାମଲାକୁ ନେଇ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା

ବେଙ୍ଗାଲୁରୁ,୯।୧୧: କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଶନିବାର କହିଛନ୍ତି ଯେ ଜଷ୍ଟିସ ମାଇକେଲ ଡି କୁହ୍ନା ଯାଞ୍ଚ ଆୟୋଗ ତତ୍କାଳୀନ ରାଜ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା...

ଦେଶରେ ଆଗକୁ ବଢିବ ମୁସଲମାନ ଜନସଂଖ୍ୟା, ହିନ୍ଦୁଙ୍କୁ ନେଇ କରାଯାଉଛି ଏମିତି ଦାବି!

ନୂଆଦିଲ୍ଲୀ,୯।୧୧: ଜନସଂଖ୍ୟା ଉପରେ ଅନୁସନ୍ଧାନ କରୁଥିବା ଏକ ସଂସ୍ଥା ପ୍ୟୁ ରିସର୍ଚ୍ଚର ଏକ ଅପଡେଟ ିପୋର୍ଟ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ଅଟେ। ପ୍ୟୁ ରିସର୍ଚ୍ଚ ସେଣ୍ଟର...

ସିଜେଆଇ ହେବା ପୂର୍ବରୁ କାହିଁକି ମର୍ଣ୍ଣିଂ ଓ୍ବାକ ବନ୍ଦ କରିଦେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୯।୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ସେ ନଭେମ୍ବର ୧୧ରେ ୫୧ ତମ ମୁଖ୍ୟ ବିଚାର ପତି ବା ସିଜେଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri