ବଜାରକୁ ଆସିଲା ହୋଣ୍ଡାର ଲିମିଟେଡ ଏଡିଶନ ଆକ୍ଟିଭା ୫ଜି, ସିବି ସାଇନ୍‌

ନୂଆଦିଲ୍ଲୀ,୨୮-୫: ହୋଣ୍ଡା ମୋଟର ସାଇକେଲ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ଲିମିଟେଡ ଏଡିଶନ ଆକ୍ଟିଭା ୫ଜି ଏବଂ ନୂଆ ସିବି ସାଇନ ବଜାରକୁ ଆସିଛି। ଲିମିଟେଡ ଏଡିଶନ ଆକ୍ଟିଭା ୫ଜିରେ ୧୦ ନୂଆ ପ୍ରିମିୟମ ଷ୍ଟାଇଲ ସଂଯୋଗ ହୋଇଛି। ଏହା ପର୍ଲ ପ୍ରିସିୟସ ହ୍ବାଇଟ ସହ ମେଟ ସିଲଭର କଲ୍‌ର ଏବଂ ଷ୍ଟ୍ରୋଣ୍ଟିୟମ ସିଲଭର ମେଟାଲିକ ସହ ପର୍ଲ ଇଗ୍ନିୟସ ବ୍ଲାକ ରଙ୍ଗରେ ଆସିଛି। ସେହିଭଳି ଲିମିଟେଡ ଏଡିଶନ ସିବି ସାଇନ ୫ ନୂଆ ପ୍ରିମିୟମ ଷ୍ଟାଲଲ ଏଡିଶନ ସହ ଆସୁଛି। ବ୍ଲାସ ସହ ଇମ୍ପେରିଆଲ ରେଡ ମେଟାଲିକ୍‌ ଏବଂ ବ୍ଲାକ୍‌ ସହ ସ୍ପିୟର ସିଲଭର ମେଟାଲିକ ରଙ୍ଗରେ ଏହା ଉପଲବ୍ଧ।

ହୋଣ୍ଡା ସର୍ବଦା ଗ୍ରାହକଙ୍କୁ ପ୍ରାଥମିକତା ଦେଇ ଆସିଥିବା ବେଳେ ନୂଆ ମଡେଲଗୁଡିକ ବଜାରକୁ ଛାଡି ଏହି ଧାରାକୁ ଆଉ ପାଦେ ଆଗକୁ ନେଇଥିବା କମ୍ପାନୀ ବିକ୍ରି ଓ ମାର୍କେଟିଂ ବରିଷ୍ଠ ଉପସଭାପତି ୟଦବିନ୍ଦର ସିଂ ଗୁଲେରିୟା କହିଛନ୍ତି। ନୂଆ ଆକ୍ଟିଭା ୫ଜିରେ ଷ୍ଟାଇଲିସ ଗ୍ରାଫ୍ଟିକ୍ସ, ବ୍ଲାକ ରିମ୍‌, କ୍ରୋମ ମଫଲର କଭର, କମ୍ପ୍ଲିଟଲି ବ୍ଲାକ ଆଉଟ ଇଞ୍ଜିନ, ଗ୍ରାବ ରେଲ ଇଣ୍ଟେରିୟର କଭର ଏବଂ କଣ୍ଟ୍ରାଷ୍ଟ କଲର ସିଟ ରହିଛି। ଏହା ୫୫,୦୩୨ ଟଙ୍କାର ଉପଲବ୍ଧ ହେଉଛି। ସେହିଭଳି ନୂଆ ସିବି ସାଇନ ଅତ୍ୟାଧୁନିକ ଗ୍ରାଫିକ୍ସ, ଡାଇନାମିକ କଲର ଥିମ ଗ୍ରାବ ରେଲ, ମଡର୍ନ ସାଇଡ କାଉଲ, ବୋଲ୍ଡ ଡୁଆଲ ଟୋନ ଟ୍ୟାଙ୍କ, ଷ୍ଟନିଂ ଡେକାଲ୍ସ ସହ ଆସୁଥିବା ବେଳେ ଏହାର ବଜାର ଦର ୫୯,୦୮୩ ଟଙ୍କା ରହିଥିବା କମ୍ପାନୀ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

RuPay Debit Card : ଏବେ ଅନଲାଇନ ପେମେଣ୍ଟ କରିବା ହେବ ମହଙ୍ଗା, ଦେବାକୁ ପଡିବ ଏତେ ଚାର୍ଜ…

ନୂଆଦିଲ୍ଲୀ,୧୧।୩: ଭାରତରେ ଅନଲାଇନ କାରବାର ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶେଷକରି, UPI ଏବଂ Rupay ଡେବିଟ କାର୍ଡ ବ୍ୟବହାରରେ ଏକ...

ଆମେରିକା ବଜାରରେ ମାନ୍ଦାବସ୍ଥା ଭୟ: ୪୦୦ ପଏଣ୍ଟରୁ ଅଧିକ ଖସିଗଲା ସେନସେକ୍ସ

ମୁମ୍ବାଇ,୧୧।୩: ଆମେରିକାର ମାନ୍ଦାବସ୍ଥା ଭୟ ମଧ୍ୟରେ ୱାଲ ଷ୍ଟ୍ରିଟ୍ ରାତାରାତି ହ୍ରାସ ପାଇବା ପରେ ଏହାର ପ୍ରଭାବ ଏସୀୟ ବଜାର ଉପରେ ଦେଖିବାକୁ ମିଳିଛି। ମଙ୍ଗଳବାର...

ରାଜ୍ୟରେ ବଢୁଛି ତମାଖୁ-ପାନ ମସଲା ବିକ୍ରୟରୁ ଟିକସ ଆଦାୟ: ୧୦ ବର୍ଷରେ ପୁରିଲାଣି ସରକାରଙ୍କ ପକେଟ

ଭୁବନେଶ୍ୱର,୧୦୩: ଗତ ଦଶ ବର୍ଷ ମଧ୍ୟରେ ତମାଖୁ ଉତ୍ପାଦ ଏବଂ ପାନ ମସଲା ବିକ୍ରୟରୁ ଓଡ଼ିଶା ସରକାର ୬,୫୯୫.୫୫ କୋଟି ଟଙ୍କା ଟିକସ ଆଦାୟ କରିଛି।...

ଲଳିତ ମୋଦିଙ୍କୁ ଲାଗିବ ବଡ଼ ଝଟକା, ପାସପୋର୍ଟ ରଦ୍ଦ କରିବ ଏହି ଦେଶ

ନୂଆଦିଲ୍ଲୀ,୧୦।୩: ନିଜ ଦେଶ କବଳରୁ ରକ୍ଷା ପାଇବା ପାଇଁ, ପଳାତକ ବ୍ୟବସାୟୀ ଲଳିତ ମୋଦି ଭାନୁଆଟୁ ନାଗରିକତା ହାସଲ କରିଥିଲେ। ଏବେ କିନ୍ତୁ ଲଳିତ ମୋଦିଙ୍କୁ...

ମାର୍ଚ୍ଚ ୧୯ରୁ ଲାଗୁ ହେବ YouTubeର ନୂଆ ନିୟମ:କଣ୍ଟେଣ୍ଟ କ୍ରିଏଟର୍ର୍‌ସ ହୋଇଯାନ୍ତୁ ସାବଧାନ, ନଚେତ୍‌ ଆକାଉଣ୍ଟ ହୋଇଯିବ ବ୍ଲକ

ନୂଆଦିଲ୍ଲୀ,୧୦।୩:YouTube ଅନଲାଇନ ଜୁଆ ବିଷୟବସ୍ତୁ ବିରୋଧରେ ନିୟମ କଠୋର କରିଛି। କମ୍ପାନୀର ନୂତନ ନିୟମ ୧୯ ମାର୍ଚ୍ଚରୁ ଲାଗୁ ହେବାକୁ ଯାଉଛି। ଏହା ପରେ, ଯେଉଁ...

ଦୀପକଙ୍କୁ ଉଦୀୟମାନ ସାଇବର ସୁରକ୍ଷା ଉଦ୍ୟୋଗୀ ସମ୍ମାନ

ନୂଆଦିଲ୍ଲୀ,୯।୩: ଦେଶର ପ୍ରମୁଖ ଷ୍ଟାର୍ଟଅପ ତଥା ସାଇବର ସୁରକ୍ଷା ସମାଧାନ ସଂସ୍ଥା ଥ୍ରେଟସିସ୍‌ ଟେକ୍ନୋଲୋଜିଜର ପ୍ରତିଷ୍ଠାତା ତଥା ସିଇଓ ଦୀପକ କୁମାର ନାଥଙ୍କୁ ନିକଟରେ ଆଉ...

IND vs NZ: ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ପାଇଁ ଲାଗିଛି 5000 କୋଟି ଟଙ୍କାର ବେଟିଂ! ଜାଣନ୍ତୁ କାହାକୁ ଜିତେଇବ ସଟ୍ଟାବଜାର

ନୂଆଦିଲ୍ଲୀ,୯।୩:ଆରମ୍ଭ ହୋଇଯାଇଛି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ମେଗା ମ୍ୟାଚ ପାଇଁ ଏପର୍ଯ୍ୟନ୍ତ 5000 କୋଟି ଟଙ୍କାର ବେଟିଂ...

ଧମାକାଦାର ଅଫର୍‌, iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ରିହାତି

ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri