ନୂଆଦିଲ୍ଲୀ,୩୦।୧: ଜାନୁୟାରୀ ୩୧ଠାରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ବୈଠକ ଶେଷ ହୋଇଛି। ଦେଶର ଆର୍ଥିକ ସ୍ଥିତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି। ବୈଠକରେ ଆର୍ଥିକ ସ୍ଥିତିକୁ ନେଇ ଚର୍ଚ୍ଚା କରିବାକୁ ବିରୋଧୀ ଦଳ କହିଥିଲେ। ଏଭଳି ଆଲୋଚନାକୁ ସ୍ବାଗତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବୈଠକରେ ୨୬ଟି ରାଜନୈତିକ ଦଳ ଯୋଗଦେଇଥିବା ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।