ବଡବିଲ୍‌ରୁ ଚୋରି ହାଇଓ୍ବା ଝାଡଖଣ୍ଡରୁ ଜବତ, ମାଷ୍ଟରମାଇଣ୍ଡ ସହ ୩ ଗିରଫ

ବଡ଼ବିଲ, ୨୮ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ହାଇଓ୍ବାକୁ ପୋଲିସ ବୁଧବାର ରାତିରେ ଝାଡଖଣ୍ଡରୁ ଜବତ କରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ୍‌ ସହ ଅନ୍ୟ ଦୁଇ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ଗୁରୁଦେବ ଗୁପ୍ତା ଓରଫ ଛୋଟୁ, ୨ ଦଲାଲ ଝାଡ଼ଖଣ୍ଡ ଜିଲା ମଝଗାଓଁ ଥାନା ଖରପୋଷ ଗ୍ରାମର ଅମିର ହୁସୈନ ଓ ସେକ୍‌ ନୌସାଦ।

ସୂଚନା ଅନୁଯାୟୀ, ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହିରେ ରହୁଥିବା ଗୁରୁଦେବ ଗୁପ୍ତାଙ୍କ ହାଇଓ୍ବା (ନଂ.ଓଡି୦୯ସି୯୦୬୨) ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ୟାରେଜ ସମ୍ମୁଖରୁ ଚୋରି ହୋଇଥିଲା। ଏ ନେଇ ବୁଧବାର ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। କେସ୍‌ ନଂ. ୭୭/୧୯ରେ ଏକ ମାମଲା ରୁଜୁକରି ପୋଲିସର ଏକ ଟିମ୍‌ ତଦନ୍ତ ପାଇଁ ଝାଡଖଣ୍ଡ ଏବଂ ଅନ୍ୟ ଏକ ଟିମ୍‌ କେନ୍ଦୁଝର ଯାଇଥିଲେ। ତେବେ ଝାଡ଼ଖଣ୍ଡ ପୋଲିସ ସହାୟତାରେ ବଡ଼ବିଲ ପୋଲିସ ଝାଡଖଣ୍ଡର ରାଜନଗର ଥାନା ଅଞ୍ଚଳରୁ ଉକ୍ତ ଗାଡିକୁ ଜବତ କରିଛି। ଛୋଟୁଙ୍କ ନାମରେ ବିଭିନ୍ନ ଥାନାରେ ଗାଡି ଚୋରି ଅଭିଯୋଗ ରହିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପବିତ୍ର ଘୋଷଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୭।୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ କିଛି ସମୟର ଅପେକ୍ଷା। ରଥ ଉପରେ ବିରାଜିବେ ଚର୍ତୁଦ୍ଧାମୂରତି। ଏଥିପାଇଁ ବଡ଼ଦାଣ୍ଡରେ ରଥ ପଥ ସବୁ ପ୍ରସ୍ତୁତ। ଏହି...

ରଥ ପଥ ଜଗନ୍ନାଥ…

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ରବିବାର ପବିତ୍ର ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାଯତ ସମସ୍ତେ ପ୍ରସ୍ତୁତ। କେବଳ...

ବାଲୁଖଣ୍ଡରେ ହେବ ସଫାରି

ଭୁବନେଶ୍ୱର,୭ା୭(ଅସମାପିକା ସାହୁ)ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଜଙ୍ଗଲ ସଫାରି ହେବ। ପର୍ଯ୍ୟଟକଙ୍କୁ ଜଙ୍ଗଲ ବୁଲିବାର ଅନୁଭୂତି ମିଳିବ। ଅକ୍ଟୋବରରୁ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଶନିବାର...

କଟକରୁ ପୁରୀ ଗଡ଼ିବ ୨୦୦ ବସ୍‌

କଟକ,୭ା୭ (କାର୍ତ୍ତିକ ସାହୁ)ପୁରୀ ରଥଯାତ୍ରାକୁ ଯାତ୍ରୀ ପରିବହନ ପାଇଁ କଟକରୁ ପ୍ରାୟ ୨୦୦ ବସ୍‌ ଗଡ଼ିବ। କଟକ ନେତାଜୀ ବସ୍‌ ଟର୍ମିନାଲ(ସିଏନ୍‌ବିଟି)ରୁ ବସ୍‌ଗୁଡ଼ିକ ଯାତ୍ରୀ ନେଇ...

ଚାଣକ୍ୟ ହସ୍ପିଟାଲ ସିଲ୍‌

କଟକ,୭ା୭(ଶିଳ୍ପା ପ୍ରିୟଦର୍ଶିନୀ)କଟକ ରାଣୀହାଟ ଅଞ୍ଚଳରେ ଥିବା ଚାଣକ୍ୟ ହସ୍ପିଟାଲକୁ ଶନିବାର ସିଲ୍‌ କରାଯାଇଛି। ଜାତୀୟ ମାନବାଧିକାର କମିଶନ୍‌(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶକ୍ରମେ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା...

ଆଜି ୭ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୭ା୭(ଅନୁରାଧା ମହାରଣା)ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଶନିବାର ବାରିପଦାରେ ସର୍ବାଧିକ ୯୨.୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୩.୦...

ରଥଯାତ୍ରାବେଳେ ବିପଦପୂର୍ଣ୍ଣ ରେଳଯାତ୍ରାକୁ ବାରଣ

ଭୁବନେଶ୍ୱର,୭।୭(ଅନୁରାଧା ମହାରଣା)ରଥଯାତ୍ରା ମହୋତ୍ସବ ସମୟରେ ଟ୍ରେନ୍‌ଗୁଡିକରେ ମାତ୍ରାଧିକ ଭିଡ଼ ହୋଇଥାଏ। ବିଶେଷକରି ପୁରୀ ଷ୍ଟେଶନରେ ଅତ୍ୟଧିକ ଭିଡ଼ ରହିଥାଏ। ଲୋକେ ବିପଦପୂର୍ଣ୍ଣ ଭାବେ ଟ୍ରେନ୍‌ରେ ଯାତ୍ରା...

ପଥକୁ ଓହ୍ଲାଇବେ ଦାରୁଦିଅଁ

ପୁରୀ ୭ା୭(ଅଜିତ୍‌ କୁମାର ମହାନ୍ତି)ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏହି ଦିବସରେ ଅର୍ଥାତ୍‌ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ପଥ(ବଡ଼ଦାଣ୍ଡ)କୁ ଓହ୍ଲାଇବେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri