ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିବେ ଓ ଦ୍ୱିତୀୟ ବରରେ ନିଜ ପୁତ୍ର ଭରତ ରାଜସିଂହାସନରେ ଅଭିଷିକ୍ତ ହୋଇ ଅଯୋଧ୍ୟାର ରାଜା ହେବେ। ଏହି ବର ଯୋଗୁ ରାଜା ଦଶରଥ ଧର୍ମ ସଙ୍କଟରେ ପଡିଥିଲେ। ଏହି ସମୟରେ ପିତୃଭକ୍ତ ରାମ ପିତାଙ୍କ ମର୍ମବେଦନା ବୁଝିପାରି ପିତୃସତ୍ୟ ରକ୍ଷା ପାଇଁ ବନବାସ ଯିବାକୁ ବିନାଦ୍ୱିଧାରେ ଆଗଭର ହୋଇଥିଲେ। ଶ୍ରୀରାମଙ୍କ ସହିତ ଭାଇ ଲକ୍ଷ୍ମଣ ଓ ସ୍ତ୍ରୀ ସତୀ ସୀତାଙ୍କ ସହିତ ବନ ଅଭିମୁଖେ ଯାତ୍ରା କରିଥିଲେ। ଏହି କରୁଣଦୃଶ୍ୟକୁ କଳାକାରଙ୍କ ଦ୍ୱାରା ହୃଦୟସ୍ପର୍ଶୀ ହୋଇଥିଲା। ଶ୍ରୀରାମ, ଲକ୍ଷ୍ମଣ, ସୀତା, ଦଶରଥ, କୌଶଲ୍ୟା, କୈକେୟୀ, ମନ୍ଥରା, ବଶିଷ୍ଠ ଋଷି ଭୂମିକାରେ ଯଥାକ୍ରମେ ଲୁଲୁ ପାଣିଗ୍ରାହୀ, ଦୀପକ ପୃଷେଟ, କମଳେନ୍ଦୁ ପାଣିଗ୍ରାହୀ, ଭିକାରୀ ଚରଣ ସା, ଦିବ୍ୟଲୋଚନ ମିଶ୍ର, ସୁରେଶ ସେଠ, ମହାଦେବ ସା, ସୋନୁ ପାଣିଗ୍ରାହୀ ଅଭିନୟ କରିଥିଲେ। ଯାତ୍ରା ଆରମ୍ଭ ପୂର୍ବରୁ ରାଉରକେଲା ଶ୍ରୀକ୍ଷେତ୍ର କଳା ପରିଷଦ ଦ୍ୱାରା ସଙ୍ଗୀତ ପରିବେଷଣ ଓ ବଡ଼ଗାଁ ବ୍ଲକ ତଳିମୁଣ୍ଡା ଗ୍ରାମର ରାଧାକୃଷ୍ଣ ଆଦିବାସୀ ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ରାଧାକୃଷ୍ଣ ଦଳର ଶିଶୁ ବାଦ୍ୟକାର କ୍ଷୀରୋଦ ନାଏକ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଏହି ଦିନ ସମ୍ବଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୯: ୮ ତାରିଖ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ୯...

ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ: ଜଙ୍ଗଲ ମଝିରେ ଜୀବନ ବଞ୍ଚାଇବାକୁ ରାତିସାରା ସଂଘର୍ଷ

ରେଢାଖୋଲ ୪/୯(ଅଚ୍ୟୁତାନନ୍ଦ ପୁରୋହିତ): ଚଳନ୍ତା ଟ୍ରେନ୍‌ରୁ ଖସି ବି ବଞ୍ଚିଗଲେ ୫ ବର୍ଷର ପ୍ରୀତିଶ। ଜୀବନ ବଞ୍ଚାଇବାକୁ ରାତି ସାରା ଜଙ୍ଗଲ ମଝିରେ କଲେ ସଂଘର୍ଷ।...

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ...

ବଳାତ୍କାର, ହତ୍ୟାର ଶିକାର ଯୁବତୀଙ୍କୁ ଗାଁ ମଶାଣିରେ ଜାଗା ମିଳିଲାନି

ନାକଟୀଦେଉଳ, ୪ା୯(ବୈକୁଣ୍ଠନାଥ ସାହୁ): ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ନିଜ ଗାଁ ଶ୍ମଶାନରେ ସତ୍କାର ପାଇଁ ସ୍ଥାନ ମିଳିଲାନାହିଁ। ଗାଁର...

୬୫ ବର୍ଷରେ ଆଖିବୁଜିଲା ‘ଖେର୍ସେଲ’

ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟରେ କେଭଟିଭ ହାତୀ ‘ଖେର୍ସେଲ’ର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ବୁର୍ଲା...

ବନ୍ଦ ହେଲା ହୀରାକୁଦ ଡ୍ୟାମର ସବୁ ଗେଟ୍‌

ସମ୍ବଲପୁର,୨।୯: ହୀରାକୁଦ ଡ୍ୟାମର ଜଳସ୍ତରକୁ ଦୃଷ୍ଟିରେ ରଖି ସୋମବାର ସମସ୍ତ ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ଖୋଲାଥିବା ୬ଟି ଗେଟ୍‌କୁ ବନ୍ଦ କରାଯାଇଥିବା ନେଇ ଡ୍ୟାମ...

ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା

ନାକଟୀଦେଉଳ,୧ା୯(ବୈକୁଣ୍ଠନାଥ ସାହୁ): ନିଖୋଜର ୩ଦିନ ପରେ ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଉଲଗ୍ନ ଗଳିତ ମୃତଦେହ। ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଛି ବୋଲି ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri