ବନବିଭାଗ ପକ୍ଷରୁ ଚଢାଉ: ଚଉକାଠ ଜବତ, ୨ ଗିରଫ

ବଇଣ୍ଡା,୧୯।୯(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ସକାଳେ ବନବିଭାଗ ଚଢାଉ କରି ୨ଟି ଶାଳଗଣ୍ଡିକୁ ଜବତ କରିଛି। ଏଥିସହ ୨ ଜଣ କାଠ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଠାକୁରଗଡ଼ ଗ୍ରାମର ହାଡିବନ୍ଧୁ ନାୟକ, ନୀଳକଣ୍ଠ ରାଉତ। ବିଭାଗ ପକ୍ଷରୁ କେସ ନଂ. ୬୩/୧୯ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି, ହାଡ଼ୀବନ୍ଧୁ ଓ ନୀଳକଣ୍ଠ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ୨ଟି ଶାଳଗଣ୍ଡି କାଟି ଘରକୁ ଆଣୁଥିବାବେଳେ ଖବରପାଇ ଫରେଷ୍ଟର ସୁବ୍ରତ କୁମାର ଶତପଥୀ, ଫରେଷ୍ଟ ଗାର୍ଡ ସାନ୍ତୁନୁ ଦେହୁରି ଚଢାଉ କରି ଗିରଫ କରିଥିଲେ। ଉକ୍ତ କାଠର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦୟପୁର ବେଳାଭୂମିରେ ଲାଗିଲା ଏଭଳି ଯନ୍ତ୍ର, ଦେଖିଲେ…

ଭୋଗରାଇ,୫ ।୧୧ ( ପ୍ରଦୀପ ଦାସ ): ଓଡ଼ିଶା ସୀମାନ୍ତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଉଦୟପୁର ସମୁଦ୍ରକୂଳରେ ସୋମବାର ଜାହାଜର ଦିଗ ନିର୍ଣ୍ଣୟ ଯନ୍ତ୍ର(...

ନୂତନ ଡେଲି ମାର୍କେଟର ଶିଳାନ୍ୟାସ: ଉପକୃତ ହେବେ ୫ ଶହରୁ ଅଧିକ ବ୍ୟବସାୟୀ

ଭବାନୀପାଟଣା,୪ା୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ପକ୍ଷରୁ ସୋମବାର ସ୍ଥାନୀୟ ୨୦ ନଂ ୱାର୍ଡରେ ନୂତନ ଡେଲି (ଦୈନିକ) ମାର୍କେଟର ଶିଳାନ୍ୟାସ କରାଯାଇଛି। ଏଥିପାଇଁ...

ଓଡ଼ିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ୩ ସ୍ବର୍ଣ୍ଣ ପଦକ ହାସଲକାରୀ ସମ୍ମାନିତ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଅମଲା ଭବନଠାରେ ରବିବାର ଓଡିଶା ବନ ଓ ପରିବେଶ ବିଭାଗ ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ବହୁତ ହୋଇଗଲା ଏଥର ଛାଡ଼ିବାନି: କାହିଁକି ଏମିତି କହିଲେ ପୁରୀ ଗଜପତି ମହାରାଜା

ପୁରୀ,୫।୧୧:ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ...

କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ

ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ...

ମାତିଛନ୍ତି ସାଇବର ଲୁଟେରା: ପରୀକ୍ଷାରେ ପାସ କରାଇବା ପାଇଁ ଅଭିଭାବକଙ୍କୁ ଆସୁଛି ମିଥ୍ୟା କଲ୍‌

ରାଇକିଆ,୫।୧୧(ପ୍ରଦୀପ ବେହେରା):ସାଇବର ଲୁଟେରାଙ୍କ ସକ୍ରିୟତା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଲୁଟ ପାଇଁ ଉଦ୍ୟମ କରୁଛନ୍ତି। ସୋମବାର ରାଇକିଆ ଜୀବନ...

ଧାନ ଫସଲ ଉପରେ ରାତାରାତି ପୋତିଦେଲେ ମାଟି:ପ୍ରତିବାଦରେ ରାସ୍ତାରୋକୋ ଉତ୍ତେଜନା ଜାରି

ବରଗଡ, ୫।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଖେଦାପାଲିି ଗ୍ରାମରେ ଚାଷ ହୋଇଥିବା ଧାନ ଫସଲ ଉପରେ ମାଟି ପୋତିବାକୁ ନେଇ ଉତ୍ତେଜନା...

ସ୍ବାମୀଙ୍କୁ  ଘଛରେ ବାନ୍ଧି, ଆଖି ଆଗରେ ସ୍ତ୍ରୀଙ୍କୁ କଲେ…

କୋରାପୁଟ/ନନ୍ଦପୁର,୫।୧୧(ଅମିତାଭ ବେହେରା): ସ୍ବାମୀଙ୍କୁ ନିସ୍ତୁକ ପିଟିଲେ, ଗଛରେ ବାନ୍ଧିଦେଲେ। ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଲେ। ସ୍ବାମୀଙ୍କ ଆଖି ଆଗରେ ଛଟଛଟ ହୋଇ ପ୍ରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri