ବନ୍ୟଜନ୍ତୁ ଶିକାର ରୋକିବାକୁ ହେଉନି ପାଟ୍ରୋଲିଂ: ରାତିରେ ବିଦ୍ୟୁତ୍‌ କାଟ, ଲୋକେ ହଇରାଣ

ଭଞ୍ଜନଗର,୬।୭(ଡି.ଏନ.ଏ.)-ବନ୍ୟଜନ୍ତୁ ସୁରକ୍ଷା ପାଇଁ ସାଉଥ୍‌କୋ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ବିଭିନ୍ନ ସମୟରେ ସମନ୍ବୟ ବୈଠକ ହେଉଛି। ମିଳିତ ପାଟ୍ରୋଲିଂ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏହା କାଗଜ କଲମରେ ରହିଯାଉଛି । ଯାହାର ଫାଇଦା ନେଉଛନ୍ତି ବନ୍ୟଜନ୍ତୁ ଶିକାରୀ। ସେମାନେ ରାତି ହେଲେ ଜଙ୍ଗଲ ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍‌ ତାରରେ ହୁକିଂ କରି ଶିକାର କରୁଥିବାରୁ ଫ୍ୟୁଜ୍‌ ଚାଲିଯାଉଛି। ଏହାକୁ ରୋକିବା ପାଇଁ ସାଉଥ୍‌କୋ ପକ୍ଷରୁ ରାତିରେ ଲାଇନ କାଟି ଦିଆଯାଉଥିବା ଅଭିଯୋଗ ହେଉଛି। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ନାଟେଙ୍ଗା, ଗୋବରା, କଣ୍ଟେଇପଲ୍ଲୀ ଆଦି ଅଞ୍ଚଳରେ ରାତିରେ ବିଦ୍ୟୁତ୍‌ କାଟ୍‌ ହେଉଛି। ଏପଟେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି କିମ୍ବା ବିକଳ୍ପ ବ୍ୟବସ୍ଥା କରା ନ ଯାଇ ଏଭଳି ବିଦ୍ୟୁତ୍‌ କାଟ କରାଗଲେ ଆଗାମୀ ଦିନରେ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀକରପୁର ଗ୍ରାମର ଆଇନଜୀବୀ ଚନ୍ଦ୍ରମଣି ମହାପାତ୍ର କହିଛନ୍ତି। ଏ ନେଇ ସାଉଥ୍‌କୋ ଯନ୍ତ୍ରୀ ରତ୍ନାକର ତ୍ରିପାଠୀ ବନ୍ୟଜନ୍ତୁ ପାଇଁ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, କେଉଁ କାରଣରୁ ରାତି ହେଲେ ଫ୍ୟୁଜ୍‌ ଚାଲିଯାଉଛି ତାହା ଠିକ୍‌ ଭାବେ ଜଣାପଡ଼ୁନାହିଁ । ପ୍ରାୟ ୮ଦିନ ହେବ ଏହି ସମସ୍ୟା ଲାଗି ରହିଛି । ସକାଳେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇଯାଉଛି। ଶୁକ୍ରବାର ରାତିରେ ବିଭିନ୍ନ ଅଞ୍ଚଳ ଯାଞ୍ଚ କରାଯାଇଥିଲେ ମଧ୍ୟ ତ୍ରୁଟି ଜଣାପଡ଼ିନି। ତଥାପି କାକର ପଡ଼ିଲେ କିମ୍ବା ବର୍ଷା ହେଲେ ଏଭଳି ସମସ୍ୟା ଉପୁଜିପାରେ । ଆଗାମୀ ଦିନରେ ଏହି ସମସ୍ୟା ଦୂର ହେବ ବୋଲି ଯନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri