ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ବହୁ ବ୍ୟକ୍ତି ବିଶେଷ ଓ ସଂଗଠନ ଭୋକରେ ଥିବା ବୁଲା ଗୋରୁଗାଈ, କୁକୁର ଆଦିଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ସରକାର ମଧ୍ୟ ଏମାନଙ୍କ ପାଇଁ ୯୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କାରଣ ଏସବୁ ପ୍ରାଣୀ ମଣିଷ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ବିଶେଷକରି ଏମାନେ ରାସ୍ତା କଡ଼ ଜଳଖିଆ ଦୋକାନ, ଡାବା, ହୋଟେଲ, ଦୋକାନ ବୁଲି ଭୋକ ଶୋଷ ମେଣ୍ଟାଇଥାନ୍ତି। ହେଲେ ଗୃହପାଳିତ ପଶୁ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି। ଏହି ପାର୍ଥକ୍ୟକୁ କିଛି ବ୍ୟକ୍ତି ଓ ସଂସ୍ଥା ବୁଝି ନ ପାରି ମାଙ୍କଡ଼ ଓ ଜଙ୍ଗଲୀ ଜନ୍ତୁଙ୍କୁ ସେଓ, କଦଳି ଆଦି ଖାଇବାକୁ ଦେଉଛନ୍ତି। ଏହା ବନ୍ୟପ୍ରାଣୀଙ୍କ ପ୍ରକୃତିର ପରିପନ୍ଥୀ। ଯଦି ଏମାନଙ୍କ ଖାଦ୍ୟାଭ୍ୟାସ ବଦଳିଯିବ ତେବେ ଲକ୍‌ଡାଉନ୍‌ ପରେ କିମ୍ବା ଭବିଷ୍ୟତରେ ଏମାନେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବେ। ଏହି ଘଟଣାକୁ ପିସିସିଏଫ୍‌ (ଓ୍ବାଇଲ୍ଡଲାଇଫ୍‌) ତଥା ମୁଖ୍ୟ ବନ୍ୟପାଣୀ ତତ୍ତ୍ୱାବଧାରକ ସନ୍ଦୀପ ତ୍ରିପାଠୀ ଗୁରୁତ୍ୱର ସହ ନେଇଛନ୍ତି। ବନ୍ୟପ୍ରାଣୀମାନଙ୍କୁ ଖାଇବାକୁ ଦେଇ ଭିକାରୀରେ ପରିଣତ ନ କରିବାକୁ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ବନ୍ୟପ୍ରାଣୀମାନେ ନିଜେ ନିଜର ଯତ୍ନ ନେଇପାରିବେ। ଲକ୍‌ଡାଉନ ପୂର୍ବରୁ ସେମାନେ କୌଣସି ସୁପର ମାର୍କେଟରୁ ତାଙ୍କର ଖାଦ୍ୟ ସଂଗ୍ରହ କରୁ ନ ଥିଲେ ବୋଲି ପିସିସିଏଫ୍‌ କହିଛନ୍ତି।
ଅନ୍ୟପଟେ ବନ୍ୟପ୍ରାଣୀଙ୍କୁ ଖାଦ୍ୟ ବଣ୍ଟନକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମଧ୍ୟ ବିରୋଧାଭାଷ ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀ ବିଶେଷଜ୍ଞ ଆଦିତ୍ୟ ପଣ୍ଡା କହିଛନ୍ତି, ମାଙ୍କଡ଼ ବା ଅନ୍ୟ କେଉଁ ବି ବନ୍ୟପ୍ରାଣୀଙ୍କୁ ଖାଇବାକୁ ଦେବା ପ୍ରଥମତଃ ବନ୍ୟପ୍ରାଣୀ ସଂରକ୍ଷଣ ଆଇନର ଉଲ୍ଲଂଘନ। ତା’ ପରେ ମାଙ୍କଡ଼ଙ୍କୁ ଯେଉଁ ଖାଦ୍ୟସବୁ ଦିଆଯାଉଛି, ସେଗୁଡ଼ା ତା’ର ପ୍ରାକୃତିକ ଖାଦ୍ୟ ନୁହେଁ। ତେଣୁ ତାଙ୍କର ଦେହ ଖରାପ ହେବା ସ୍ବାଭାବିକ। ସବୁଠାରୁ ବଡ଼ କଥା ହେଲା ମାଙ୍କଡ଼ମାନଙ୍କର ବ୍ୟବହାର। ମାଙ୍କଡ଼ ସମାଜରେ ସବୁଠାରୁ ତଳିଆ ସ୍ତରର ମାଙ୍କଡ଼ ଖାଦ୍ୟ ଆଣି ସବଳମାନଙ୍କୁ ଦେଇଥାନ୍ତି। ମଣିଷ ତାଙ୍କୁ ଯେଉଁ ଖାଦ୍ୟ ଦେବାରେ ଲାଗିଛି, ମାଙ୍କଡ଼ମାନେ ସ୍ବାଭାବିକ ଭାବରେ ମଣିଷକୁ ନିଜଠାରୁ ନୀଚ୍ଚ ସ୍ତରରେ ଭାବିବ ହିଁ ଭାବିବ। ଲକ୍‌ଡାଉନ ସିନା ଉଠିଯିବ। କିନ୍ତୁ ସେତେବେଳକୁ ମାଙ୍କଡ଼ଙ୍କ ସ୍ବଭାବ ବଦଳି ଯାଇଥିବ। ସେମାନେ ମଣିଷକୁ ସେଓ, କଦଳି, କେକ୍‌ ଭଳି ଖାଦ୍ୟ ମାଗିବା ଅଭ୍ୟାସ ହୋଇଯାଇଥିବ। ଆଉ ନ ପାଇଲେ ଆକ୍ରମଣ ମଧ୍ୟ କରିବାକୁ ପଛେଇବେନି।
ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ମାଙ୍କଡ଼ ବା ମୟୂର କୋଣସି ବି ବନ୍ୟପ୍ରାଣୀଙ୍କୁ ମଣିଷର ଖାଦ୍ୟ ଖାଇବାକୁ ଦେବା ଉଚିତ୍‌ ନୁହେଁ। ମଣିଷ ଆଉ ବନ୍ୟପ୍ରାଣୀ ସଂଘର୍ଷ ମୁକାବିଲାରେ ଏହା ନିହାତି ଅନ୍ତରାୟ ସୃଷ୍ଟି କରିବ। ଆଜି ବିନା ପରିଶ୍ରମରେ ଖାଦ୍ୟ ପାଇଲେ ତାଙ୍କ ସ୍ବଭାବରେ ପରିବର୍ତ୍ତନ ଆସିବ। ଭବିଷ୍ୟତରେ ଏପରି ମାଗଣା ଖାଦ୍ୟ ପାଇଁ ନିଶ୍ଚୟ ସଂଘର୍ଷ ହେବ। ଜଙ୍ଗଲରେ ହାତୀକୁ ଖାଦ୍ୟ ମିଳୁନାହିଁ ବୋଲି ଆମେ କ’ଣ ହାତୀଙ୍କ ପାଇଁ ଖାଦ୍ୟ ବଣ୍ଟନ କରିବା ବୋଲି ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ...

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ...

ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା...

ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ...

ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌...

ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା...

ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri