ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ ହରାଇଛନ୍ତି। କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ ଭାଙ୍ଗିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ତରଭା ବ୍ଲକ ଓ ସହରର କ୍ଷତି ଅଭୂତପୂର୍ବ। ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଛି। ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୯୫ ପ୍ରତିଶତ ବ୍ୟବସାୟୀ ବୀମା କରି ନଥିବାରୁ ସହାୟତା ମିଳିବା ନେଇ ସନ୍ଦେହ ଉପୁଜିଛି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ତେବେ ବନ୍ୟା ଯୋଗୁଁ ଜିଲାର ୧୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ତରଭା ସହରକୁ ଜଳ ଯୋଗାଣ କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ ଜଳଯୋଗାଣ ପ୍ରକଳ୍ପଟିର ୩ଟି ସ୍ଥାନରେ କ୍ଷତି ହୋଇଛି। ୫ ଦିନ ପରେ ମଧ୍ୟ ଏହାର ମରାମତି ସରି ନଥିବାରୁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ହେଁ ଏହା ଯଥେଷ୍ଟ ହେଉନି। ରବିବାର ରାତି ସୁଦ୍ଧା ତରଭା ସହରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସାହୁ କହିଛନ୍ତି। ସେହିପରି ଜିଲାର ୧୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବନ୍ୟା ଯୋଗୁଁ କ୍ଷତି ହୋଇଛି। ତରଭା ବ୍ଲକର ଘାଟକଇଁତରା, ମରାଡୁଗୋଛା, ତୁଲୁଣ୍ଡା, ସରଗଜ, ବ୍ରାହ୍ମଣୀ, ସିଣ୍ଢୋଲ, ଭୁରାଡ, ଦେଉଳପଦର, ମେଣ୍ଡା ଏବଂ ସୋନପୁର ବ୍ଲକର ମାଲିଶ୍ରୀଗୁଡି, ତରେଇକେଲା, ମାଟିକୁଡ ଓ ବୈଦ୍ୟନାଥ ପାନୀୟ ଜଳ ପ୍ରକଳ୍ପର କ୍ଷତି ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ କହିଛନ୍ତି। ପ୍ରଖର ଜଳସ୍ରୋତରେ କେତେକ ପ୍ରକଳ୍ପର ଓଭରହେଡ ଟାଙ୍କିର ଭିତ୍ତି ଦୋହଲି ଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର ଇନଟେକ୍‌ ୱେଲରେ ବାଲି ପୋତି ହୋଇଯାଇଛି। ଏହି ସବୁ ପ୍ରକଳ୍ପ ବନ୍ଦ ହେବା ଫଳରେ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ୧୨ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଉନି। ଫଳରେ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ବନ୍ୟା ଛାଡିଯିବା ପରେ ଏହି ସବୁ ଅଞ୍ଚଳରେ କୁଢକୁଢ ଆବର୍ଜନା ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଶନିବାର ଓ ରବିବାର ଝିପିଝିପି ବର୍ଷା ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ନଗଲେ ଝାଡାବାନ୍ତି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂରା ଉଆଁସ ଶାଢ଼ିରେ ଓଡ଼ିଆ ପରମ୍ପରାର ଝଲକ: ଚର୍ଚ୍ଚାରେ ଟିକାୟତ ମେହେର

ଅମରପାଲି,୩ା୯(ପୀତାମ୍ବର ସାହୁ):ଶାଢ଼ିରେ ବାନ୍ଧକଳା କାମ କରି ଓଡ଼ିଆ ପରମ୍ପରାର ଝଲକ ଦେଖାଇଛନ୍ତି ବାନ୍ଧଶିଳ୍ପୀ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ପର୍ବ ପୂରା ଉଆଁସକୁ ଶାଢ଼ିରେ ସ୍ଥାନିତକରି ଏବେ...

ଦୁଇ ଦିନ ହେଲା ଥିଲେ ନିଖୋଜ: ନାଳରୁ ମିଳିଲା…

ଅମରପାଲି,୩।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଧୀନ ଯାଲୋଏ ପଞ୍ଚାୟତ ଜାମଗାଁ ନିକଟସ୍ଥ ନାଳରୁ ଜଣେ କଲେଜ ଛାତ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି।...

ଧାନଫସଲ ଦଳିଚକଟି ନଷ୍ଟକଲେ ୯ଟିକିଆ ହାତୀପଲ

ଅମରପାଲି,୨ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଗରିଆମୁଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଦୁଇଦିନ...

ଶିକାର କରିବା ପୂର୍ବରୁ ଧରାପଡ଼ିଲେ ଦୁଇ ଶିକାରୀ

ସୋନପୁର/ଉଲୁଣ୍ଡା, ୩୦।୮ (ମୃତ୍ୟୁଞ୍ଜୟ ଶତପଥୀ/ଉରୁକ୍ରମ ପାଣ୍ଡିଆ): ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବନ କ୍ଷେତ୍ରାଞ୍ଚଳର ସିଂହାସନ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ରାତିରେ ବନବିଭାଗର ଟିମ୍‌ ଚଢାଉ...

ବାରଝୁଲାରେ ବ୍ୟାପିଲା ଝାଡାବାନ୍ତି: ୨ ଦିନରେ ୧୨ ଆକ୍ରାନ୍ତ ଚିହ୍ନଟ

ଅମରପାଲି,୨୯।୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରଝୁଲା ଗ୍ରାମରେ ଝାଡାବାନ୍ତି ବ୍ୟାପିଛି। ଗ୍ରାମର ପ୍ରାୟ ୧୨ଜଣ ବ୍ୟକ୍ତି ଝାଡ଼ା...

ପୁରୁଷୋତ୍ତମପାଲିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୪ ଆକ୍ରାନ୍ତ

ଅମରପାଲି,୧୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲିରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ...

ଲେଖିପଢ଼ି ଜାଣିନାହାନ୍ତି ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ, ରଦ୍ଦ ହେଲା ସଭ୍ୟପଦ

ଅମରପାଲି,୯ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମ୍ନା ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କ ସଭ୍ୟ ପଦ ରଦ୍ଦ ହୋଇଛି। ଏନେଇ ବୀରମହାରାଜପୁର ଦଓ୍ବୋନି...

ବାନ୍ଧକାମରେ ଶ୍ରୀମଦ୍‌ ଭଗବଦ୍‌ ଗୀତା

ସୋନପୁର,୭।୮(ମୃତ୍ୟୁଞ୍ଜୟ ଶତପଥୀ): ବର୍ଣ୍ଣିଳ ସଂସ୍କୃତିର ମାଟି ସୁବର୍ଣ୍ଣପୁର। ଏଠାକାର ବାନ୍ଧକଳାରେ ସୃଷ୍ଟ ବୟନଶିଳ୍ପ ବିଶ୍ୱ ବସ୍ତ୍ର ବଜାରରେ ଶୀର୍ଷ ସ୍ଥାନରେ ରହିଛି। ଏଇ ମାଟିର ବାନ୍ଧଶିଳ୍ପୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri