ନୂଆଦିଲ୍ଲୀ,୨୯।୧୨: ଏଣିକି ସିଆର୍ପିଏଫ୍ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ପାଇପାରିବେ। ଏପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ସେହିପରି ଏବେ ସିଆର୍ପିଏଫ୍ ଯବାନମାନଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟଙ୍କର ମଧ୍ୟ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ୍ ହେବ। ଏସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରକାଶ କରିଛନ୍ତି। ୨୦୧୯ରେ କେନ୍ଦ୍ର ସରକାର ସିଆର୍ପିଏଫ୍ ଯବାନଙ୍କୁ ସର୍ବାଧିକ ୭୫ ପଦକରେ ସମ୍ମାନୀତ କରିଛନ୍ତି। ୧୯୫୯ ଅକ୍ଟୋବର ୨୧ରେ ସିଆର୍ପିଏଫ୍ର ୧୦ ଯବାନ ଚାଇନା ସୈନ୍ୟଙ୍କ ସହିତ ମୁକାବିଲା କରି ବୀରତ୍ୱର ପ୍ରମାଣ ଦେଇଥିବା ଶାହ କହିଛନ୍ତି।