ବର୍ଷାଦିନେ ଶିଶୁର ଯତ୍ନ

-ଡା ଜ୍ୟୋତିପ୍ରକାଶ ମିଶ୍ର

ରୋଗ ତ ସବୁ ଋତୁରେ ଆସିଥାଏ। କିନ୍ତୁ ବର୍ଷାଋତୁରେ ଅଧିକାଂଶ ରୋଗ ଅତ୍ୟନ୍ତ ସରଳ ଓ ବିନା ମୂଲ୍ୟରେ ପ୍ରତିରୋଧ କରିହୁଏ। ବିଶେଷ କରି ଶିଶୁମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ପଡ଼ିଥାଏ। ପରିଷ୍କାର ଓ ଫୁଟାପାଣି ବା ଆକ୍ୱାଗାର୍ଡ ପାଣି ପିଇବା, ବାହାର ଖାଦ୍ୟ, ଠେଲାଗାଡ଼ି ଖାଦ୍ୟ, ଆଖୁରସ, ଥଣ୍ଡା ଓ ବାସି ଖାଦ୍ୟ ନ ଖାଇବା ଏବଂ ପ୍ରତିଷେଧକ ଟିକା ନେବା ଦ୍ୱାରା ଏହି ଋତୁରେ ରୋଗକୁ ଅନେକାଂଶରେ କମ୍‌ କରିହେବ। ରୋଟା ଭାଇରସ୍‌ ଟିକା, କାମଳ ‘କ’ ଓ ‘ଖ’ଟିକା, କଲେରା ଟିକା, ଫ୍ଲୁ ଟିକା, ମଶାରି ଟାଙ୍ଗିବା, ଫୁଲ୍‌ ପୋଷାକ ପିନ୍ଧିବା, ମଶା ମାଛିଠୁ ଦୂରରେ ରହିବା, ପାଣି ଜମିବାକୁ ନ ଦେବା, ଘର ଓ ବାହାର ପରିଷ୍କାର ରଖିବା, ଠିକ୍‌ ସମୟରେ ରୋଗର ଉପଚାର କରିବା ଓ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଉଚିତ। ଅଯଥା ଆଣ୍ଟିବାୟୋଟିକ୍‌ ବ୍ୟବହାର ନ କରିବା ସହ ତରଳଝାଡ଼ାର ସରଳ ଚିକିତ୍ସା ଘରୁ ଆରମ୍ଭ କରିବା ଆବଶ୍ୟକ।
ଜ୍ୱର ଆମର ବନ୍ଧୁ, ଶତ୍ରୁ ନୁହଁ। ଜ୍ୱର ଦ୍ୱାରା ଆମର ଜୀବାଣୁ ସହିତ ଲଢ଼ିବା ଶକ୍ତି ବଢ଼ିଥାଏ। ବ୍ୟସ୍ତ ନ ହୋଇ ବାରମ୍ବାର ସମ୍ପୂର୍ଣ୍ଣ ଶରୀରକୁ ଓଦା ଗାମୁଛାରେ ନ ଚିପୁଡ଼ି ଗାଧୋଇବା ଭଳି ପୋଛିବା ଓ ତାପମାତ୍ରା ୧୦୦ଡିଗ୍ରୀ ଫାରେନ୍‌ହିଟ୍‌ରୁ ଅଧିକ ହେଲେ ପାରାସିଟାମଲ ଡୋଜ୍‌ ଅନୁସାରେ ଦେଲେ ଉପଶମ ମିଳେ। ଭୂତାଣୁଜନିତ ଜ୍ୱର, ଥଣ୍ଡାକାଶ, ଶର୍ଦ୍ଦି ଆପେ ଆପେ କମିଯାଏ। ମନଇଚ୍ଛା, OTC(ଓଭର ଦି କାଉଣ୍ଟର)ରୁ, ପୁରୁଣା ପ୍ରେସ୍‌କ୍ରିପଶନରୁ କିମ୍ବା ଇଣ୍ଟରନେଟ୍‌ ଦେଖି ଔଷଧ ବ୍ୟବହାର କରନ୍ତୁ ନାହିଁ।
ଶିଶୁମାନଙ୍କଠାରେ ଦେଖାଦେଉଥିବା ପ୍ରମୁଖ ରୋଗ ଓ ତା’ର ନିରାକରଣ
ସାଧାରଣତଃ ବର୍ଷା ଋତୁରେ ଶିଶୁମାନଙ୍କଠାରେ କେତେକ ରୋଗ ଦେଖାଦେଇଥାଏ। ଏଥିପ୍ରତି ଆରମ୍ଭରୁ ସଚେତନ ହୋଇ ଠିକ୍‌ ସମୟରେ ଚିକିତ୍ସା ନ କରାଇଲେ ପରିସ୍ଥିତି ଗୁରୁତର ହୁଏ, ଏପରି କି ପିଲାକୁ ହସ୍ପିଟାଲରେ ଆଡମିଶନ କରିବାକୁ ପଡିଥାଏ। ତେବେ ଏହି ଋତୁରେ ଶିଶୁମାନଙ୍କଠାରେ ଦେଖାଯାଉଥିବା କେତେକ ପ୍ରମୁଖ ରୋଗ ସମ୍ପର୍କରେ ଜାଣିବା ନିହାତି ଦରକାର।
ଡେଙ୍ଗୁ ଜ୍ୱର : ଏହି ରୋଗ ବାଘୁଆ ମଶା ଦ୍ୱାରା ବ୍ୟାପୀ ଥାଏ। ଏହାର ପ୍ରମୁଖ ଲକ୍ଷଣ ମଧ୍ୟରେ ରହିଛି- ଅତ୍ୟଧିକ ଜ୍ୱର, କମ୍‌ ପ୍ଲେଟ୍‌ଲେଟ୍‌ , ଚର୍ମରେ ଲାଲ୍‌ ଦାନା ଭଳି ଫଳିଯିବା ଇତ୍ୟାଦି। ମଶାରି ଓ ମଶା ଘଉଡ଼ାଇବା ସିଟ୍ରୋନେଲା ପ୍ଲାଣ୍ଟ୍‌ ଲଗାଇଲେ ଏଥିରୁ ରକ୍ଷା ମିଳିଥାଏ। ଶିଶୁଟିକୁ ଶୁଆଇବା ସମୟରେ ତା’ ଦେହରେ ଏପରି ବସ୍ତ୍ର ଘୋଡ଼ାଇ ଦିଅନ୍ତୁ ଯେମିତି ତାକୁ ମଶା କାମୁଡିବ ନାହିଁ। ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର ଯେ, ଡେଙ୍ଗୁ ମଶା କେବଳ ଦିନ ବେଳା ହିଁ କାମୁଡ଼ିଥାଏ।
ଚିକୁନ୍‌ଗୁନିଆ : ଚିକୁନଗୁନିଆ ମଶାଦ୍ୱାରା ବ୍ୟାପେ। ଏହି ମଶା ସ୍ଥିର ଜଳରେ ବଂଶବିସ୍ତାର କରିଥାଏ। ଗଣ୍ଠିବ୍ୟଥା ହେବା ଓ ଜ୍ୱର ହେବା ଏହାର ପ୍ରଧାନ ଲକ୍ଷଣ। ଘରେ ଓ ବାହାରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ। ମଶା ଘଉଡ଼ାଇବା ଔଷଧ ବ୍ୟବହାର କରନ୍ତୁ।
ମ୍ୟାଲେରିଆ : ମାଈ ଆନୋଫିଲିସ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ବ୍ୟାପିଥାଏ। ଏହି ମଶା ସ୍ଥିର ଜଳରେ ବଂଶବିସ୍ତାର କରିଥାଏ। ଜ୍ୱର ହେବା , ଦେହ ଥରିବା, ମାଂସପେଶୀରେ କଷ୍ଟ ଓ ଦୁର୍ବଳତା ଅନୁଭବ କରିବା ଏହାର ଲକ୍ଷଣ। ଫୁଲ କୁଣ୍ଡ, କାଚ ବୋତଲ, ଟାୟାର, ଶଢ଼େଇ ଆଦିରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏହାସହ ପରିବେଶ ପରିଷ୍କାର ରଖିଲେ ଏଥିରୁ ରକ୍ଷା ମିଳେ।
ଝାଡ଼ା : ସଂକ୍ରମିତ ଖାଦ୍ୟ, ପାଣି ଓ ହାତ ସଫା ନ କରି ଖାଇବା ଦ୍ୱାରା ଏହା ହୋଇଥାଏ। ଏହା ସମ୍ପୂର୍ଣ୍ଣ ପ୍ରତିଷେଧକ ରୋଗ। ସିଝା ପାଣି, ଘରେ ଖାଇବା ଓ ହାତ ପରିଷ୍କାର କରି ଧୋଇବା ଦ୍ୱାରା ଏହାକୁ ଏଡ଼ାଇ ଦେଇହେବ।
ଟାଇଫଏଡ୍‌ : ଏହା ଜଳବାହିତ ରୋଗ। ଅପରିଷ୍କାର ଓ ଅପରିଚ୍ଛନ୍ନତା ଏହାର କାରଣ। ଆଲମୋନେଲା ଟାଇଫି ଜୀବାଣୁ ଏହାର କାରଣ। ଅତ୍ୟଧିକ ଜ୍ୱର, ମୁଣ୍ଡବ୍ୟଥା, ଦୁର୍ବଳତା, ଓ ଗଣ୍ଠିବ୍ୟଥା ଏହାର ଲକ୍ଷଣ।
ଭୂତାଣୁ ଜ୍ୱର : ଯଦିଓ ଭୂତାଣୁ ଜ୍ୱର (ଭାଇରାଲ ଫିଭର) ବର୍ଷସାରା ଦେଖାଦିଏ, କିନ୍ତୁ ବର୍ଷାଋତୁରେ ଅଧିକ ଦେଖାଯାଏ। ଜ୍ୱର, ଥଣ୍ଡା ଏବଂ କାଶ ଏହାର ପ୍ରମୁଖ ଲକ୍ଷଣ। ଏହା ୩-୭ ଦିନ ପର୍ଯ୍ୟନ୍ତ ଲାଗିରହେ ଓ ଆପେ ଆପେ ଭଲ ହୋଇଯାଏ। ତଥାପି ଡାକ୍ତରଙ୍କ ପରାମର୍ଶ କରିବା ଭଲ।
ଲେପ୍ଟୋସ୍ପାଇରୋସିସ୍‌ : ଅପରିଷ୍କାର ପାଣି, ଡ୍ରେନ୍‌ ପାଣିର ସଂସ୍ପର୍ଶରେ ଆସିଲେ ଏହା ହୋଇଥାଏ। ଏହାର ଲକ୍ଷଣ ପୂରା ମ୍ୟାଲେରିଆ ଭଳି, କିନ୍ତୁ ଶରୀରରେ ଖଣ୍ଡିଆ ହେଲେ ଏହି ଜୀବାଣୁ ବ୍ୟାପିଥାଏ।
କାମଳ ରୋଗ : ଜଳ ଓ ଖାଦ୍ୟ ଦ୍ୱାରା ବ୍ୟାପିଥାଏ କାମଳ (ଜଣ୍ଡିସ୍‌) ରୋଗ। ଦୁର୍ବଳ ଲାଗିବା, ଭୋକ ନ ଲାଗିବା, ଶରୀରର ଅଧିକାଂଶ ବାହ୍ୟ ଅଂଶ ହଳଦିଆ ଦେଖାଯିବା, ହଳଦିଆ ପରିସ୍ରା ହେବା ଓ ବାନ୍ତି ହେବା ଏହାର ଲକ୍ଷଣ। ଏହି ରୋଗଠାରୁ ନିଜକୁ ଦୂରେଇ ରଖିବା ପାଇଁ ହାତକୁ ଭଲଭାବେ ଧୋଇ ପରିଷ୍କାର ପାଣି ପିଅନ୍ତୁ। ବାହାର ଖାଦ୍ୟ, ଅପରିଷ୍କାର ଫଳରସ ଓ ଆଖୁରସ ଆଦି ପିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଏହି ରୋଗ ବ୍ୟାପୀ ନ ଥାଏ।
ଥଣ୍ଡା : ବର୍ଷାରେ ଭିଜିବା ଦ୍ୱାରା ଓ ଜଳୀୟ ଆର୍ଦ୍ରତା ଅଧିକ ରହିବା ଦ୍ୱାରା ଭୂତାଣୁ ସଂକ୍ରମଣରୁ ହୋଇଥାଏ। ଏଥିରେ ଆଣ୍ଟିବାୟୋଟିକ୍ସର ପ୍ରୟୋଜନ ନାହିଁ।
ଚର୍ମରୋଗ : ସାଧାରଣତଃ ଫଙ୍ଗାଲ୍‌ ସ୍କିନ୍‌ ଡିଜିଜ, କାଛୁ, କୁଣ୍ଡିଆ, ଟିନିଆ ଇନ୍‌ଫେକଶନ ଏହିଦିନେ ଅଧିକ ହୋଇଥାଏ। ବ୍ରଣ ଓ ମୁଣ୍ଡରେ ରୁପି ହୁଏ। କେଶରେ ଅତ୍ୟଧିକ ତେଲ ନ ଲଗାଇ ନିୟମିତ ଶାମ୍ପୋ କଲେ, ଶୁଖିଲା ଓ ପରିଷ୍କାର ରହିଲେ ଏହା ହୁଏ ନାହିଁ। ଅନ୍ୟର ପାନିଆ, ପୋଷାକ, ଅନ୍ତଃବସ୍ତ୍ର ବ୍ୟବହାର କରନ୍ତୁ ନାହିଁ।
ମା’ ବାପାଙ୍କ ଦାୟିତ୍ୱ
– ହାତ ଧୋଇବାର ୬ଟି ସ୍ତର ଅନୁସାରେ ନିଜର ଓ ପିଲାର ବାରମ୍ବାର ହାତ ଧୁଆଇବା, ପରିଷ୍କାର ପାଣି ପିଇବା।
– ଅପରିଷ୍କାର ରୁମାଲ ଓ ଅନ୍ୟର ବ୍ୟବହୃତ ପୋଷାକ ବ୍ୟବହାର କରନ୍ତୁ ନାହିଁ।
– ପୁଷ୍ଟିକର ଖାଦ୍ୟ, ଲେମ୍ବୁରସ, ଫଳ, ଅଧିକ ପାଣି ଓ ତରଳ ଝାଡ଼ା ହେଉଥିଲେ ଓଆର୍‌ଏସ୍‌ ପିଇବାକୁ ଦିଅନ୍ତୁ।
– ପିଲାକୁ ଶୌଚାଳୟ ବ୍ୟବହାର କରିବାକୁ କୁହନ୍ତୁ।
– ଜ୍ୱର ପାଇଁ ପୋଛାପୋଛି କରନ୍ତୁ।
– କେବଳ ମା’କ୍ଷୀର ଛ’ମାସ ଓ ଜନ୍ମର ୨ ସପ୍ତାହ ପରେ ଭିଟାମିନ D3 ଓ ଆଇରନ ଡ୍ରପ୍‌ ଦେଇ ଇମ୍ୟୁନିଟି ବଢ଼େଇବା।
– ବିନା ପ୍ରେସ୍‌କ୍ରିପଶନରେ ଆଣ୍ଟିବାୟୋଟିକ୍‌ ଦିଅନ୍ତୁ ନାହିଁ।
– ପାଣି ଜମିିବାକୁ ନ ଦେବା ସହ ମଶାରି ଟାଣନ୍ତୁ। ୧୧ଟି ପ୍ରତିଷେଧକ ଟିକା ମାଗଣାରେ ସରକାରଙ୍କ ତରଫରୁ ଦିଆଯାଉଛି, ତାହାକୁ ଠିକ୍‌ ସମୟରେ ଦିଅନ୍ତୁ।
– ଶିଶୁରୋଗ ବିଶେଷଜ୍ଞ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ବିଳମ୍ବ ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟିର ଧାରଣା ଚେତାବନୀ

ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ...

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

ଯୁବକଙ୍କୁ ହତ୍ୟା ଘଟଣା: ଆଉ ଜଣେ ଗିରଫ

ଥୁଆମୂଳ ରାମପୁର,୨୩ା୪ (ଦୁର୍ଗା କୀର୍ତ୍ତି)- ଗତ ଜାନୁଆରୀ ୧୬ରେ ଥୁଆମୂଳ ରାମପୁର ଥାନା ପେଙ୍ଗଢୁସି ଗ୍ରାମଠାରେ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ...

୨୦୦୦ରୁ କଶ୍ମୀରରେ ଘଟିଥିବା ବଡ଼ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୨୨।୪: ୨୦୦୦ରୁ ଜମ୍ମୁ-କଶ୍ମୀରରେ ବିଭିନ୍ନ ସମୟରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ବହୁ ନିରୀହ ଜନସାଧାରଣଙ୍କ ଜୀବନ ଯାଇଛି। ଏଠାରେ କେତୋଟି ବଡ଼ ଆକ୍ରମଣର ତଥ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image