ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ମନକୁ କେବେ ପ୍ରଶ୍ନ ଆସିଛି କି, ବର୍ଷା ପରେ ଆକାଶରେ ଏହି ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ? ବାସ୍ତବରେ ଏହା ପଛରେ କ’ଣ କାରଣ ଲୁଚି ରହିଛି। ଜାଣନ୍ତୁ ଏ ସମ୍ପର୍କରେ କୌତୂହଳପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା…
ସୂର୍ଯ୍ୟକିରଣରେ ୭ ପ୍ରକାରର ରଙ୍ଗ ଅଛି। ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ୍, ନାରଙ୍ଗୀ। ଯାହାକୁ ସଂକ୍ଷେପରେ ‘ବାଘନିଶହଲାନା’ ମଧ୍ୟ କୁହାଯାଏ। ଏହି ରଙ୍ଗଗୁଡିକ ଏକ ପ୍ରିଜିମ୍ ମାଧ୍ୟମରେ ଚିହ୍ନଟ ହୁଏ । ଇନ୍ଦ୍ରଧନୁ ପ୍ରକୃତରେ ପ୍ରକୃତିର ପ୍ରିଜିମ୍। ବାସ୍ତବରେ, ଛୋଟ ବୁନ୍ଦା ଜଳ ସ୍ବଚ୍ଛ ପ୍ରିଜିମ୍ ଭାବରେ କାର୍ଯ୍ୟ କରେ। ଯେତେବେଳେ ସୂର୍ଯ୍ୟକିରଣ ସେମାନଙ୍କ ଦେଇ ପ୍ରତିଫଳିତ ହୋଇଥାଏ ଏହା ୭ଟି ରଙ୍ଗରେ ଭାଙ୍ଗି ଯାଇଥାଏ। ଏହି କାରଣରୁ ଆମେ ଇନ୍ଦ୍ରଧନୁ ଦେଖିଥାଉ।
ଇନ୍ଦ୍ରଧନୁରେ, ଲାଲ୍ ଆଲୋକ ଉପର ଭାଗରେ ଦେଖାଯାଏ ଯେତେବେଳେ ତଳେ ବାଇଗଣୀ ଆଲୋକ ରହିଥାଏ। ବର୍ଷାର ବୁନ୍ଦା ମଧ୍ୟରେ ସୂର୍ଯ୍ୟକିରଣ ବାହାରିଥିଲେ ମଧ୍ୟ ସୂର୍ଯ୍ୟ ଆଡକୁ ମୁହାଁଇଲେ ଇନ୍ଦ୍ରଧନୁ ନିଶ୍ଚିତ ଦେଖାଯାଇଥାଏ। ଯଦିଓ ଏହା ସର୍ବଦା ଦେଖା ଦେଇ ନ ଥାଏ।
ବେଳେବେଳେ ଆକାଶରେ ଗୋଟିଏ ନୁହେଁ, ଦୁଇଟି ଇନ୍ଦ୍ରଧନୁ ମଧ୍ୟ ଦେଖାଦେଇଥାଏ। ଯାହା ବିରଳ। ବାସ୍ତବରେ, ସମାନ ସ୍ଥାନରେ ବାରମ୍ବାର ବୁନ୍ଦା ଆସିବା ପରେ ଦୁଇଟି ଇନ୍ଦ୍ରଧନୁ ଦେଖାଯାଏ। ଏହା ଏପରି ଭାବରେ ଘଟେ ଯେପରି ପ୍ରଥମ ଇନ୍ଦ୍ରଧନୁରୁ ଉତ୍ପନ୍ନ ରଙ୍ଗୀନ ଆଲୋକ ଧଳା ରଙ୍ଗରେ ପରିବର୍ତ୍ତନ ହୁଏ। ଏହା ଦ୍ୱିତୀୟ ବୁନ୍ଦା ବର୍ଷା ସହିତ ସଂସ୍ପର୍ଶରେ ଆସେ ଏବଂ ଆଲୋକ ପୁନର୍ବାର ବିଭିନ୍ନ ରଙ୍ଗରେ ଆଚ୍ଛାଦିତ ହୋଇଥାଏ। ସେତେବେଳେ ଇନ୍ଦ୍ରଧନୁ ସିଧା ଏବଂ ଓଲଟା ଦେଖାଯାଏ।