ବଳଶାଳୀ ବିଲ୍‌ଡରଙ୍କ ବଡ଼ କାରନାମା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର, ପୁଣି ଜବରଦଖଲ ଉଦ୍ୟମ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଭୁବନେଶ୍ୱରରେ ଏବେ ଜମି ଦର ଆକାଶଛୁଆଁ। ଜଣେ ସାଧାରଣ ବର୍ଗର ଲୋକ ପାଇଁ ଭୁବନେଶ୍ୱରରେ ଜମି କିଣିବା ସ୍ବପ୍ନ। ଏପରି ସ୍ଥଳେ କେତେକ ଅସାଧୁ ଅଫିସରଙ୍କ ସହାୟତାରେ ଜାଲ ନକ୍ସା ତିଆରି କରି ଏକରରୁ ଊର୍ଦ୍ଧ୍ୱ ଜଳାଶୟ ଜମି ଓ ଡ୍ରେନ ଯାଉଥିବା ରାସ୍ତାକୁ କବ୍‌ଜା କରିବାକୁ ବସିଛନ୍ତି ବଳଶାଳୀ ବିଲଡର୍‌। ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେବା ସହ ଭୟଭୀତ କରିବା ଓ ଆର୍ଥିକ ପ୍ରଲୋଭନ ଦେଖାଇ ଜବରଦଖଲ କରିବାକୁ ଚେଷ୍ଟା ଚଳାଇଛନ୍ତି ସମ୍ପୃକ୍ତ ବିଲଡର। ଏପରି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ପାଇକ ନଗର ଅଞ୍ଚଳରେ।
ପାଇକ ନଗର ଓ୍ବେଲ ଫେୟାର ଆସୋସିଏସନ୍‌ ନିକଟରେ ଥିବା ପ୍ଲଟ୍‌ ନଂ ୨୨୭, ୨୨୮ ସରକାରୀ ଜମି ଓ ପ୍ଲଟ ନଂ ୨୩୩ ଜଳାଶୟ ଜମିରେ ଜବରଦଖଲ ହୋଇଛି। ବଡ଼ କଥା ହେଲା ୨୦୦୬ ମସିହାରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜମିକୁ ସରକାରୀ ଜମି କହୁଥିବା ବେଳେ ୨୦୦୯ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ସାଧାରଣ ପ୍ରଶାସନ(ଜିଏ) ବିଭାଗ ଉକ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରିଥିଲା। ହେଲେ ଏବେ ପୁଣି ସମ୍ପୃକ୍ତ ବିଲ୍‌ଡଲ ଜଣକ ପୁନର୍ବାର ଜବରଦଖଲ କରି ଜମି ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଏପରି ସ୍ଥିତିରେ ସ୍ଥାନୀୟ ଲୋକେ ଥାନା ଓ କୋର୍ଟ ଦ୍ୱାରସ୍ଥ ହେବା ସହ ଭୁବନେଶ୍ୱର ଜିଲା ଦୌରାଜଜ୍‌ଙ୍କଠାରୁ ଉକ୍ତ ଜମିରେ ନିର୍ମାଣରେ ରୋକ୍‌ ଲଗାଇବା ପାଇଁ ସ୍ଥଗିତାଦେଶ ଆଣିବାରୁ ଘଟଣାସ୍ଥଳରେ ନିର୍ମାଣ କାମ ବନ୍ଦ ପଡ଼ିଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ବିଲଡର ଜଣକ ୨୦୦୬ରୁ ବଳପୂର୍ବକ ପାଇକ ନଗରରେ ଥିବା ଜଳାଶୟ ସମେତ ଡ୍ରେନ ଓ ଅନ୍ୟଜମିକୁ ମାଟି ପକାଇ ପୋତି ଦେଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ବିଧାନସଭାରେ ଏହା ଉପରେ ପ୍ରଶ୍ନ ଉଠିବା ପରେ କାର୍ଯ୍ୟ ବନ୍ଦ ହୋଇଥିଲା। ତତ୍‌କାଳୀନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଦେବୀ ପ୍ରସନ୍ନ ଚାନ୍ଦ, ଯୋଗେଶ ସିଂଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଉକ୍ତ ୭ ଟି ପ୍ଲଟରେ ଥିବା ସରକାରୀ ଜମି ଜବରଦଖଲ କରାଯାଇଛି। ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏହା ସ୍ବୀକାର କରିବା ସହ ଏହାକୁ ଉଚ୍ଛେଦ କରାଯିବ ବୋଲି କହିଥିଲେ। ପରେ ୨୦୦୯ରେ ଉକ୍ତ ପ୍ଲଟରୁ ଜବରଦଖଲ ଉଚ୍ଛେଦ ହୋଇଥିଲା।
କିନ୍ତୁ ଗତ ଡିସେମ୍ବର ୨୭ରୁ ପୁନର୍ବାର ଉକ୍ତ ଜମି ଜବରଦଖଲ କରାଯାଉଛି। ବିଲଡର ଜଣକ ରାତାରାତି ସେଠାରେ ବାଲି ଗୋଡ଼ି ପକାଇ ଡ୍ରୋଜର ଜରିଆରେ ଜମି ଖୋଳାକାମ ଆରମ୍ଭ କରିଛନ୍ତି। ଗତ ୫ ତାରିଖରେ ସେଠାରେ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ସ୍ଥାନୀୟବାସିନ୍ଦା ଏନେଇ ନୟାପଲ୍ଲୀ ଥାନା ଘେରାଉ କରିବା ପରେ ପୋଲିସ କାର୍ଯ୍ୟ ବନ୍ଦ କରିଥିଲା ଓ ଡିସିପିଙ୍କ କୋର୍ଟ ଏକ ମାମଲା ଦାଏର କରି ଜମି ଉପରେ ୧୪୪ ଧାରା ଜାରି କରିଛି। ହେଲେ ବାରମ୍ବାର ସ୍ଥାନୀୟ ଲୋକଙ୍କୁ ଏବେ ବିନା ଶୁଣାଣିରେ ଫେରିବାକୁ ପଡ଼ୁଛି। ପୋଲିସ ମାମଲାରେ ନିରପେକ୍ଷତା ନଦେଖାଇ ଏଯାବତ୍‌ ଚାର୍ଜଶିଟ୍‌ ଦାଖଲ କରୁନାହିଁ। ଫଳରେ ଡିସିପିଙ୍କ କୋର୍ଟରେ ମାମଲାର ଶୁଣାଣି ହୋଇପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେହିପରି ବିଲ୍‌ଡର ଜଣକ ବିଭିନ୍ନ ସମୟରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେଉଥିବା କଥା ସ୍ଥାନୀୟ ଲୋକ କହିଛନ୍ତି। ଡୁମ୍‌ଡୁମା, ବଡ଼ଗଡ଼ରୁ ପିଲା ଆଣି ଏ ଏରିଆରେ କାହାକୁ ରଖେଇ ଦେବିନି ପରି ଧମକ ଦେଉଥିବାର କଥା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଜବରଦଖଲକୁ ବିରୋଧ କରି ଧାରଣା:

ନୟାପଲ୍ଲୀ ଥାନା ଅନ୍ତର୍ଗତ ପାଇକ ନଗର ଅଞ୍ଚଳରେ ଥିବା ସରକାରୀ ଜମିରେ ଜବରଦଖଲକୁ ବିରୋଧ କରି ସ୍ଥାନୀୟବାସିନ୍ଦା ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି। ବଳଶାଳୀ ବିଲଡରଙ୍କ ଦୌରାତ୍ମ୍ୟ ସହ ନୟାପଲ୍ଲୀ ଥାନା ଅଧିକାରୀଙ୍କ ମନମାନୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଶେଷରେ ଧାରଣା ପନ୍ଥା ବାଛିଛନ୍ତି ବୋଲି କହିଛନ୍ତି। ଉକ୍ତ ଜମିରେ ପୂର୍ବରୁ ଜଳାଶୟ ଥିବା ବେଳେ ବଳପୂର୍ବକ ଉକ୍ତ ଜଳାଶୟକୁ ପୋତି ଜାଲ ନକ୍ସାରେ ବିଲଡର ଜଣଙ୍କ ତାକୁ ନିଜର ସ୍ଥିତିବାନ ଜମି ବୋଲି ଦର୍ଶାଉଛନ୍ତି। ଏହି ଜମିକୁ ନେଇ ୨୦୦୯ରେ ବିଲଡରଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ବିବାଦ ଲାଗିରହିଥିବା ବେଳେ ଶନିବାର ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିଲଡର ଜଣକ ପୁନର୍ବାର ସେଠାରେ କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବିରୋଧ କରିଥିଲେ ମଧ୍ୟ ବିଲଡର ଜଣଙ୍କ କିଛି ଶୁଣି ନ ଥିଲେ। ଫଳରେ ସ୍ଥାନୀୟ ବାସିନ୍ଦା ନୟାପଲ୍ଲୀଠାରେ ଜାତୀୟ ରାଜପଥକୁ ବନ୍ଦ କରିବା ସହ ଧାରଣାରେ ବସିଥିଲେ। ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ଅଧିକାରୀ ଅରୁଣ ସ୍ବାଇଁ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ଉଭୟ ପକ୍ଷରୁ କିଛି ମୁରବୀ ଲୋକଙ୍କୁ ନେଇ ପୋଲିସ ଆଲୋଚନା କରିଥିଲା। ଆଲୋଚନାରେ ସ୍ଥାନୀୟ ଏସିପି ଅନିଲ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ଆଲୋଚନା ପରେ ସୋମବାର ଏହି ଜମି ଉପରେ ମାପଚୁପ କରାଯିବ। ମାପ ହେବା ପରେ ବିଲଡରଙ୍କ ଜମି ସେ ନେବେ ସରକାରୀ ଜମି ଛାଡିଦେବେ ବୋଲି ନିଷ୍ପତ୍ତି ହୋଇଛି।

ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ମଙ୍କିପକ୍ସ ମୁକାବିଲା ପାଇଁ ସର୍ଭେଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୯ (ବନ୍ଦନା ସେଠୀ):ଭାରତରେ ଦ୍ୱିତୀୟ ମଙ୍କିପକ୍ସ ରୋଗୀ ଚିହ୍ନଟ ହେବାପରେ ଏହାକୁ ଗୁରୁତ୍ୱର ସହ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣର ମୁକାବିଲା...

ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ: ଜାଣନ୍ତୁ କେମିତି କରିବେ ପଞ୍ଜୀକରଣ

ଭୁବନେଶ୍ୱର,୨୦।୯(ଅନିଲ ଦାସ):ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ଜନ ଶୁଣାଣି ପାଇଁ ଗୁରୁବାରଠାରୁ ଅନ୍‌ଲାଇନ ପଞ୍ଜୀକରଣ ଆରମ୍ଭ...

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri