ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ ଭଞ୍ଜନଗର ବନ୍ଦ ଆଜି

ଭଞ୍ଜନଗର,୨୧।୫(ଡି.ଏନ.ଏ.)-ଭଞ୍ଜନଗର ଓଏସ୍‌ଆର୍‌ଟିସି ଡିପୋରୁ ଅନ୍ୟ ଜୋନକୁ ବସ୍‌ ସ୍ଥାନାନ୍ତର ଯୋଜନାର ପ୍ରତିବାଦ ଏବଂ ବକେୟା ଦରମା ପ୍ରଦାନ ଦାବି ନେଇ କର୍ମଚାରୀ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଏଭଳି ସ୍ଥିତିରେ ସୋମବାର ଓଏସ୍‌ଆରଟିସି ସାଧାରଣ ପରିଚାଳକ ରୁଦ୍ର ପ୍ରସନ୍ନ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, କର୍ମଚାରୀମାନଙ୍କ ଆନ୍ଦୋଳନ ଓ କାରଣ ଯୋଗୁ ଏହି ଜୋନର କ୍ଷତି ବର୍ତ୍ତମାନ ୧ କୋଟି ଟପିଲାଣି। କର୍ମଚାରୀଙ୍କ ହିତକୁ ଦେଖି କ୍ଷତିରେ ଚାଲୁଥିବା ଏହି ଜୋନର ବସ୍‌ଗୁଡ଼ିକୁ ନେଇ ଅନ୍ୟ ଜୋନରେ ଚଳାଇବା ଯୋଜନା ଥିଲା। ଅନ୍ୟ ଜୋନଗୁଡ଼ିକ ଲାଭରେ ଚାଲିଛି। ତେବେ କେତେଜଣ ଚୁକ୍ତିଭିତ୍ତିକ କର୍ମଚାରୀ ନିଜ ସ୍ବାର୍ଥ ପାଇଁ ବସ୍‌ ସ୍ଥାନାନ୍ତରକୁ ବିରୋଧ କରିବା ସହ ଜୋନକୁ ବନ୍ଦ କରିବା ପାଇଁ ଲାଗିଛନ୍ତି। ଭଞ୍ଜନଗର ଜୋନକୁ ବନ୍ଦ କରିବାକୁ ପ୍ରଶାସନର କୌଣସି ଯୋଜନା ନାହିଁ । ଜୋନକୁ ଅଧିକ ଆର୍ଥିକ ସ୍ବଚ୍ଛଳ କରିବା ପାଇଁ ଆଗାମୀ ଦିନରେ ଆହୁରି ଅଧିକ ବସ୍‌ ଯୋଗାଇ ଦେବା ଯୋଜନା ଅଛି । ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ବସ୍‌ ଚଳାଚଳ ବୃଦ୍ଧି ଏବଂ ଭଞ୍ଜନଗର ଜୋନରେ ଅଧିକ ନିଯୁକ୍ତି ନିମନ୍ତେ କର୍ମଚାରୀମାନଙ୍କୁ ଅସ୍ଥାୟୀ ଭାବେ ଅନ୍ୟ ଜୋନକୁ ଯାଇ କାମ କରିବାକୁ କୁହାଯାଇଛି। ଯାହାଦ୍ୱାରା କିଛି ନିଯୁକ୍ତି ଓ ସେମାନଙ୍କ ପାଉଣା ଦିଆଯାଇପାରିବ। କେତେଜଣ ଖଳ ପ୍ରକୃତିର ବ୍ୟକ୍ତି ଗ୍ୟାରେଜରେ ଥିବା ଗାଡ଼ିକୁ ଅବରୋଧ କରି ରଖିଛନ୍ତି। ଜନସାଧାରଣଙ୍କ ଗମନାଗମନର ସୁବିଧା ଏବଂ ନିଗମକୁ ଅଧିକ ଆର୍ଥିକ କ୍ଷତିରୁ ବଞ୍ଚାଇବା ପାଇଁ ଗାଡ଼ିଗୁଡ଼ିକୁ ଅନ୍ୟ ଡ଼ିପୋକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଜୋନ୍‌ରେ ୬୭ଜଣ ଚୁକ୍ତିଭିତିକ ଡ଼୍ରାଇଭର ଓ କଣ୍ଡକ୍ଟର ଅଛନ୍ତି । ଜନସାଧାରଣ ଏବଂ କର୍ମଚାରୀଙ୍କ ହିତକୁ ଦେଖି ପଦକ୍ଷେପ ନିଆଯାଉଛି ବୋଲି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ସାଧାରଣ ପରିଚାଳକ (ପ୍ରଶାସନ) ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।
ସୂଚନାଯୋଗ୍ୟ,ପ୍ରଶାସନ ହାତକୁ ଏନଏସି ଦାୟିତ୍ୱ ଯିବା ପରଠୁ ସହରରେ ପରିମଳ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସହରର ସମସ୍ତ ଛକରେ କୁଢ଼ କୁଢ଼ ମଇଳା ପଡ଼ିରହିଛି। ଏହି ସମସ୍ୟା ସହ ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ଅନ୍ୟ ଜୋନକୁ ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତିବାଦରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି। ଦୋକାନ, ବଜାର, କାର୍ଯ୍ୟାଳୟ, ଯାନବାହନ ଚଳାଚଳ ବନ୍ଦ ରଖିବାକୁ ସୋମବାର ସନ୍ଧ୍ୟାରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦକୁ ସଫଳ କରିବା ପାଇଁ ଶୋଭାଯାତ୍ରା ମାଧ୍ୟମରେ ନିବେଦନ କରାଯାଇଛି। ଓଏସ୍‌ଆରଟିସି ଅସ୍ଥାୟୀ କର୍ମଚାରୀ ସଂଘ ସଭାପତି ବଟକୃଷ୍ଣ ପଣ୍ଡା କହିଛନ୍ତିି, ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆଗ୍ରହ ପ୍ରଦର୍ଶନ କରୁ ନ ଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି। ବକେୟା ଦରମା ପ୍ରଦାନ, ବସ୍‌ ସ୍ଥାନାନ୍ତର ଯୋଜନା ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ଅନ୍ୟପକ୍ଷରେ ବିପର୍ଯ୍ୟସ୍ତ ପରିମଳ ସମସ୍ୟା ସମାଧାନ ନେଇ ଏନ୍‌ଏସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆଦର୍ଶ ଆଚରଣବିଧି ବିଧି ଉଠିବା ପରେ ପରିମଳ ବ୍ୟବସ୍ଥାକୁ ସୁଧାରି ଦିଆଯିବ ବୋଲି ଏନଏସି ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ଅଙ୍ଗନବାଡ଼ିରୁ ଫେରୁଥିବା ଛାତ୍ରଙ୍କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ଧରାକୋଟ,୧୯।୯: ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ କଂହିରା ପଲ୍ଲି ନିକଟରେ ଦୁର୍ଘଟଣା ଘଟିଛି। ଅଙ୍ଗନବାଡ଼ିରୁ ଫେରୁଥିବା ୩ ବର୍ଷର ଛାତ୍ରଙ୍କୁ ଏକ ବାଇକ୍‌ ଧକ୍କା...

ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ଦକ୍ଷତାର ବିକାଶ ଲାଗି ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପୁରୁଷୋତ୍ତମପୁର,୧୯।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅଧକ୍ଷ ସନ୍ତୋଷ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଗୁରବାର ଅନୁଷ୍ଟିତ ହୋଇଯାଇଛି।...

ଭତ୍ତା ଆଣିବାକୁ ଯାଇ ନିଖୋଜ ଥିଲେ ବୃଦ୍ଧା, ଆଜି କେନାଲରୁ ମିଳିଲା ମୃତଦେହ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ସ୍ବର୍ଗତ କନ୍ତାରୁ ପାତ୍ରଙ୍କ ବିଧବା ସ୍ତ୍ରୀ ଏମ୍‌.ଅରାଲୁ ପାତ୍ର (୬୪)...

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି...

ଗଣେଶ ମେଢ଼ ଭସାଣି ବେଳେ ଇଲେକ୍ଟ୍ରି ତାରରେ ଲାଗିଗଲା ଡିଜେ, ଚାଲିଗଲା ଯୁବକଙ୍କ ଜୀବନ

ପୁରୁଷୋତ୍ତମପୁର,୧୮ା୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ବୁଧବାର ଗଣେଶ ମେଢ଼ ଭସାଣି ବେଳେ ବିଦ୍ୟୁତ୍‌ ଆଘାତରେ ପବିତ୍ର ସାହୁ( ୨୨)ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri