ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ବାଉଁଶଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବାଉଁଶ ସମ୍ପର୍କିତ କାର୍ଯ୍ୟକଳାପ ଏବଂ ଯୋଜନା ପାଇଁ ୨୭୩୩ ଲକ୍ଷ ଟଙ୍କା ଅନୁଦାନକୁ ମଞ୍ଜୁର କରାଯାଇଛି। ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା(ଓବିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳସ୍ତରରେ ଏହି ଉନ୍ନୟନ ସଂସ୍ଥାକୁ ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, ଜୈବ ଉନ୍ନୟନ କମିଟି ଏବଂ କୃଷକ ଫାର୍ମ ଇତ୍ୟାଦି ସହଯୋଗ କରିବେ। ସେହିପରି ପୂର୍ବ ଯୋଜନା ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି ନା ନାହିଁ, ସେ ନେଇ ତୃତୀୟ ପକ୍ଷ ସମୀକ୍ଷା ମଧ୍ୟ କରିବେ। ବୈଠକରେ ଜଙ୍ଗଲ ଓ ପରିବେଶ ପ୍ରମୁଖ ଶାସନ ସଚିବ ମୋନା ଶର୍ମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ସେହିପରି ଓବିଡିଏ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏ.କେ. ପାଠକ କହିଥିଲେ ଯେ, ସରକାରୀ ଅଣଜଙ୍ଗଲ ଜମି ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନ ତଥା ଘରୋଇ ମାଲିକାନାରେ ଥିବା ଜମିରେ ବାଉଁଶ ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ। ଏହା ଦ୍ୱାରା ବାଉଁଶଭିତ୍ତିକ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ଅନୁଭୂତ ହେବ ନାହିଁ। ସେହିପରି ତୁଲ୍‌ଦା, ଭଲଗାରିଜ୍‌ ଏବଂ ନୁଟନ୍ସ ପ୍ରଭୃତି ପ୍ରଜାତି ରୋପଣ କରାଯିବ। ୩ ବର୍ଷ ପାଇଁ ଏକ ହେକ୍ଟର ଖେତରେ ବାଉଁଶ ଉତ୍ପାଦନ ପିଛା ୫୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏକ ହେକ୍ଟର ଜମିରେ ପ୍ରାୟ ୪୧୭ଟି ମଞ୍ଜି ରୋପଣ କରାଯାଇପାରିବ। ପ୍ରତି ଚାରା ପିଛା ୧୨୦ ଟଙ୍କା ହିସାବରେ ସହାୟତା ପ୍ରଦାନ କରାଯିବ। ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ପକ୍ଷରୁ ଗତବର୍ଷ ବାଉଁଶ ଉତ୍ପାଦନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ୨୦୧୭-୧୮ରେ ବାଉଁଶ ଉତ୍ପାଦନ ୧୧.୨ ଲକ୍ଷ ହେକ୍ଟର ଜମିରେ ହୋଇଥିବାବେଳେ ୨୦୧୮-୧୯ରେ ଏହା ୧୪ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଦ୍ଦୋଷରେ ଖଲାସ ହେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର,୮।୧: ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଗତକାଲି ୨ଟି ଓ ଆଜି ୩ଟି...

ଖଣି ବ୍ୟବସାୟୀଙ୍କ ଘରେ ପଶିଲା ଇଡି, ଚାଲିଛି ଚଢାଉ

ଭୁବନେଶ୍ୱର,୮।୧: ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ପଶିଲା ଇଡି। ଢେଙ୍କାନାଳ ଘର ଓ ଫାର୍ମହାଉସ, ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥା, ଭୁବନେଶ୍ବରର ୩ଟି ସ୍ଥାନରେ...

ଧଉଳି, ଚିଲିକା ବୁଲନ୍ତୁ; ଡାଲମା, ରସଗୋଲାର ମଜା ନିଅନ୍ତୁ: ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୮।୧: ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ପ୍ରବାସୀ...

ମୋଦିଙ୍କ ନେତୃତ୍ୱରେ ଆମେ ବିକଶିତ ଭାରତ ଅଭିମୁଖେ ଯାଉଛୁ: ଜୟଶଙ୍କର

ଭୁବନେଶ୍ବର,୮।୧: ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌...

ପ୍ରବାସୀ ଭାରତୀୟ ସମ୍ମିଳନୀ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ

ଭୁବନେଶ୍ବର,୮।୧: ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍‌...

ରାଜଧାନୀରେ ଚାଞ୍ଚଲ୍ୟ:ରସୁଲଗଡ଼ ଛକରେ ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ବର,୮।୧:ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ୍‌ ରୋଡ୍‌ରେ ବୁଧବାର ସକାଳୁ ସକାଳୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଛନ୍ତି। ଦୁର୍ବୃତ୍ତ...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ, ଜ୍ୱାଇଁ କହି ଠକେଇ ଘଟଣା:ହଂସିତା, ଅନିଲଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର,୮ା୧(ସୂର୍ଯ୍ୟକାନ୍ତ ବେହେରା):ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ପରିଚୟ ଦେଇ ବଡ଼ବଡ଼ିଆଙ୍କୁ ଠକୁଥିବା ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା ଅଭିଲିପ୍‌ସା...

ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ:ଆଜିଠୁ ପ୍ରବାସୀ ଭାରତୀୟ ଦିବସ

ଭୁବନେଶ୍ୱର,୮ା୧(ଅନିଲ ଦାସ):ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ଏହି ଦିବସର ବିଷୟ ବସ୍ତୁ ରହିଛି ‘ବିକଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri