ବାଟ ହୁଡୁଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

ଚନ୍ଦ୍ରଗିରି,୫ା୯(ଡି.ଏନ.ଏ.)-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ସେଥି ମଧ୍ୟରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ୟତମ। ହେଲେ ବିଭିନ୍ନ ସ୍ଥାନରେ ରାସ୍ତା କାମ ହାତକୁ ନେଇଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କେଉଁଠି ରାସ୍ତା କାମ ନିମ୍ନମାନର ତ ଆଉ କେଉଁଠି ଅଧାପନ୍ତରିଆ ଭାବେ ପଡ଼ି ରହିଛି। ଫଳରେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଚାନ୍ଦିପୁଟ ଅଞ୍ଚଳରେ। ପିଡବ୍ଲ୍ୟୁଡି ରାସ୍ତାଠାରୁ ଯୋଡିପଥର ଓ ଲଣ୍ଡାଗୁଡାକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅଧାପନ୍ତରିଆ ଭାବେ ପଡି ରହିଛି। ୨୦୧୭ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଏଠାରେ ଫଳକ ଲାଗିଥିଲା। ରାସ୍ତା ନିର୍ମାଣ ଓ ଦୁଇ ପାର୍ଶ୍ୱ ପ୍ରଶସ୍ତୀକରଣ ପାଇଁ ଜମି ମଧ୍ୟ ଛାଡିଥିଲେ ଅଞ୍ଚଳବାସୀ। ସୂଚନା ଫଳକ ପ୍ରକାରେ ୧୮ ଅକ୍ଟୋବର ୨୦୧୭ରେ କାମ ଆରମ୍ଭ ହୋଇ ୧୭ ଜୁଲାଇ ୨୦୧୮ରେ ଶେଷ ହେବା କଥା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କିମି ରାସ୍ତାକୁ ୧ କୋଟି ୫୦ ଲକ୍ଷ ୫୩ ହଜାର ବ୍ୟୟ ଅଟକଳ ହୋଇ ଘନଶ୍ୟାମ କନ୍‌ଷ୍ଟ୍ରକ୍ସସନ ନାମକ ସଂସ୍ଥା ଠିକା ନେଇଥିଲା। ଦୁଇଟି ସ୍ଥାନରେ କଲଭର୍ଟ ନିର୍ମାଣ ହେଲା। ଏହାପରେ ମୋରମ ମାଟି ପକାଯିବା ବଦଳରେ ପଙ୍କୁଆ ମାଟି ପକାଯିବାରୁ ଅଞ୍ଚଳବାସୀ ବିରୋଧ କଲେ। ପରେ ବର୍ଷାଦିନ ଆସିଯିବାରୁ ସମ୍ପୃକ୍ତ ସଂସ୍ଥା କାମ ବନ୍ଦ କରିଦେଲା। ହେଲେ ଆଜିଯାଏ ଆଉ କାମ ହେଉନାହିଁ।
ଉକ୍ତ ରାସ୍ତାକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଠିକା ସଂସ୍ଥା ମାଲିକଙ୍କୁ ଅଞ୍ଚଳବାସୀ ଫୋନ କଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିବା ପ୍ରକାଶ କରିଛନ୍ତି। ସମସ୍ୟା ନେଇ ଚନ୍ଦ୍ରଗିରି ସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇବା ସହ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିବା ଯୋଡିପଥର ଗ୍ରାମର ୱାର୍ଡମେମ୍ବର ସନିଆ ଗମାଙ୍ଗ, ଦାଶରଥି ରଇତ, ପୂର୍ବତନ ୱାର୍ଡମେମ୍ବର ସୋମନାଥ ମଣ୍ଡଳ ପ୍ରମୁଖ କହିଛନ୍ତି।
ସମସ୍ୟା ନେଇ ଗତମାସରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁଙ୍କୁ ଚାନ୍ଦିପୁଟ ବଜାରରେ ଗ୍ରାମବାସୀ ଜଣାଇଥିଲେ। ସେ ମୋହନା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ କରି ତୁରନ୍ତ ରାସ୍ତାକାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। କାମ ବନ୍ଦ ନେଇ ଘନଶ୍ୟାମ କନ୍‌ଷ୍ଟ୍ରକଶନ ମାଲିକଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ ସହଯୋଗ କରୁ ନ ଥିବାରୁ କାମ ହୋଇପାରୁନାହିଁ ବୋଲି କହିଥିଲେ। ମାତ୍ର ଚନ୍ଦ୍ରଗିରିସ୍ଥିତ ବିଭାଗୀୟ ସହକାରୀ ଯନ୍ତ୍ରୀ ନରେନ ରେଡ୍ଡୀଙ୍କୁ ପଚାରିବାରୁ, କାମ ସାରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ଚିଠି କରୁଛୁ। ସମସ୍ୟା ନେଇ ବିଭାଗୀୟ ଉଚ୍ଚ ପଦାଧିକାରୀମାନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି ବୋଲି କହିଛନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀ ଦୋଷ ଲଦାଲଦିରେ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ସୁରକ୍ଷା ସଚେତନତା: ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ପରାମର୍ଶ

ଦାରିଙ୍ଗବାଡ଼ି,୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି ସଭାଗୃହଠାରେ ସଡ଼କ ସୁରକ୍ଷା ସପ୍ତାହ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜାଗୃତି ସମ୍ପାଦକ କୈଳାସ...

ଘନକୁହୁଡ଼ି ସହ ବାଲିଗୁଡ଼ାକୁ ପୁଣି ଫେରିଛି ଶୀତ, ଯାନବାହନ ଚଳାଚଳରେ ବାଧା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଅଞ୍ଚଳରେ ମେଘୁଆ ପାଗ ପରେ ପୁଣି କୁହୁଡ଼ି ସାଙ୍ଗକୁ ଫେରିଲା ଶୀତ ଲହରି। ଲଘୁଚାପ ବର୍ଷା ପରେ...

ଦାରିଙ୍ଗବାଡି ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ: ଗୋଟିଏ ବର୍ଷରେ ୩ ବଦଳି

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଆଇଆଇସି ଭାବେ କନକ କୁମାର ମାଝୀ ରବିବାର ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ...

ଦାରିଙ୍ଗବାଡ଼ି ବୁଲିଲେ ଇଟାଲୀ ପର୍ଯ୍ୟଟକ

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲାକୁ ବିଦେଶୀ ପର୍ଯ୍ୟଟକମାନେ ବୁଲିବା ଆଗ୍ରହ ରହୁଥିବା ବେଳେ ଦାରିଙ୍ଗବାଡ଼ି, ବାଲିଗୁଡ଼ା, ତୁମୁଡ଼ିବନ୍ଧ, କୋଟଗଡ଼ ଆଦି ଅଞ୍ଚଳରେ ବୁଲି ଅନୁସୂଚିତ...

ବାରଣ୍ଡାରେ ବସିଥିବାବେଳେ ମାଡ଼ିଗଲା ଅଟୋ, ୩ ଗୁରୁତର

ରାଇକିଆ,୫ା୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ରବିବାର ଅପରାହ୍ନରେ ଘର ବାରଣ୍ଡା ଉପରକୁ ଅଟୋ ମାଡ଼ି ଯାଇ ୩ ଜଣ...

ସୌନ୍ଦର୍ଯ୍ୟ ହରାଉଛି ‘ଆଇ ଲଭ୍‌ ଦାରିଙ୍ଗବାଡ଼ି ସାଇନ୍‌ ବୋର୍ଡ’

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ିକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ଆଉ କିଛି ଦିନ ପରେ ଏଠାରେ ଆରମ୍ଭ ହେବ ଶୀତ ମହୋତ୍ସବ।...

ପାଟ୍ଟାବନ୍ଧା ଜଳପ୍ରପାତରେ ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼, ଭୋଜିଭାତ କରି ଉଠାଉଛନ୍ତି ମଜା

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): ଯେତିକି ଶୀତ ବୃଦ୍ଧି ପାଉଛି, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ପର୍ଯ୍ୟଟନକ୍ଷେତ୍ରଗୁଡିକୁ ସେତିକି ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟନକ୍ଷେତ୍ର ମଧ୍ୟରେ ...

ଶୀତରେ ଥରୁଛି ଜି. ଉଦୟଗିରି, ୫ ଦିନ ଧରି ରାଜ୍ୟରେ ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି ୫।୧(ଶିଶିର ପଟ୍ଟନାୟକ): ଗତ ୫ଦିନ ହେବ ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ରବିବାର ସର୍ବନିମ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri