ବାରିପଦା ଅଫିସ,୧୮ା୫: ସମ୍ଭାବ୍ୟ ବାତ୍ୟା ଅମ୍ଫନ ପାଇଁ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ରବିବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାର ସମସ୍ତ ବ୍ଲକର ବିଡ଼ିଓମାନେ ସଜାଗ ରହିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସେହିଭଳି ସମସ୍ତ ଲାଇନ୍ ବିଭାଗ ସଜାଗ ରହିବା ପାଇଁ ମଧ୍ୟ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୪ଟି ଓଡ୍ରାଫ୍ ଓ ଗୋଟିଏ ଏନ୍ଡ଼ିଆରଏଫ୍ ଟିମ୍ ସଜାଗ ରହିଛନ୍ତି। ସେହିଭଳି ବିଡିଓମାନଙ୍କୁ ବିଦ୍ୟାଳୟ ଓ କଲେଜ ଗୃହରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ପରଖିବା ପାଇଁ ଜିଲାପାଳ କହିଛନ୍ତି।