Posted inଖେଳ

ବାରବାଟୀ ଷ୍ଟାଡିୟମ: ସ୍ଥିତି ଅନୁଧ୍ୟାନ କଲେ ଡିସିପି

କଟକ ଅଫିସ,୨୪ା୧୧-  ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ କଟକ ଡିସିପି ଅଖିଳେଶ୍ୱର ସିଂ ଶନିବାର ବାରବାଟୀ ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟାଡିୟମରେ ପୋଲିସ ବ୍ୟବସ୍ଥା କିପରି ରହିବ ସେନେଇ ଡିସିପି ବିଭିନ୍ନ ବରିଷ୍ଠ ପୋଲିସ ଅଧିକାରୀ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ରୁ ଓସିଏକୁ ପାଣ୍ଠି ଆସିଥିବା ଜଣାପଡ଼ିଛି। ଏହାର ଉପଯୋଗ କରାଯାଇ ଫନୀ ଝଡ଼ରେ ହୋଇଥିବା କ୍ଷୟକ୍ଷତିର ମରାମତି ୧୫ଦିନ ଭିତରେ ଶେଷ କରାଯିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି।
ଡିସିପି ସିଂ ମ୍ୟାଚ୍‌ ସମୟରେ ଦର୍ଶକଙ୍କ ପାଇଁ ହେବାକୁ ଥିବା ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିଶେଷ ଦୃଷ୍ଟି ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଉପରେ ଗୁରୁତ୍ୱ ଦେଇଥିଲେ। ଖେଳାଳିମାନେ ଗେଟ୍‌ ନଂ-୧୪ ଦେଇ ଷ୍ଟାଡିୟମକୁ ଆସିବେ। ଭୁବନେଶ୍ୱର ପୋଲିସ ଖେଳାଳିଙ୍କୁ ସୁରକ୍ଷିତ ନେବାଆଣିବା ଦାୟିତ୍ୱରେ ରହିବ। କଟକର ଟ୍ରାଫିକ୍‌ ବ୍ୟବସ୍ଥା କଡାକଡ଼ି କରାଯିବ ବୋଲି ଡିସିପି କହିଥିଲେ। ଷ୍ଟାଡିୟମ ବାହାରେ ବାରିକେଡ୍‌ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଏହାଛଡ଼ା ନକଲି ଟିକେଟ ବିକ୍ରି ପ୍ରତି ତୀକ୍ଷ୍‌ଣ ନଜର ରଖାଯାଇଛି ବୋଲି ଡିସିପି କହିଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଓସିଏ ସମ୍ପାଦକ ସଞ୍ଜୟ କହିଥିଲେ। ଭାଙ୍ଗିଥିବା କର୍ପୋରେଟ୍‌ ବକ୍ସ, ପ୍ରେସ୍‌ ଗ୍ୟାଲେରି, ସ୍ପେଶାଲ ଏନ୍‌କ୍ଲୋଜର ପ୍ରଭୃତି ସ୍ଥାନ ଆଉ ୧୫ଦିନ ଭିତରେ ମରାମତି ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି।
୭ ନଂ ଗ୍ୟାଲେରିର ରିପୋର୍ଟକୁ ଅପେକ୍ଷା
ଗ୍ୟାଲେରି ନଂ-୭ର ସିଟ୍‌ ସଂଖ୍ୟା ୫୨୮୨। ଏହି ଗ୍ୟାଲେରିକୁ ହାତଛଡ଼ା କରିବାକୁ ଚାହୁଁନି ଓସିଏ। ଫନୀରେ ଏହା ଭାଙ୍ଗିଥିବାରୁ ଏହାର ଟିକେଟ ବିକ୍ରି ହେବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହାର ସ୍ଥିତି କିଭଳି ଅଛି ସେହି ରିପୋର୍ଟକୁ ଅପେକ୍ଷା କରାଯାଇଛି। ଦୁଇଟି ସରକାରୀ ଏଜେନ୍ସି ଗ୍ୟାଲେରି ନଂ-୭ର ଅନୁଧ୍ୟାନ କରି ଫେରିଛନ୍ତି। ସୋମବାର ଦୁଇଟି ଯାକ ଏଜେନ୍ସି ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସଞ୍ଜୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri