ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ। ବାଲିଗୁଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ୩ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ ୧୯୭୪ରୁ ୧୯୮୦ ଏବଂ ୧୯୮୦ରୁ ୧୯୮୫ ଏବଂ ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକ ଖବର ପାଇ କଂଗ୍ରେସ କର୍ମୀ ଓ ବାଲିଗୁଡା ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସାହୁରାଙ୍କ ଶେଷ ଦର୍ଶନ ପାଇଁ ବିଧାୟକଙ୍କ ନିଜ ଗ୍ରାମ ସୁଡୁରାକୁ ଜିଲା ତଥା ବାଲିଗୁଡା କଂଗ୍ରେସର ସୀମାଞ୍ଚଳ ଆଚାର୍ଯ୍ୟ, ରବିଚନ୍ଦ୍ର ପାତ୍ର, ରାମ ସିଂ ପାତ୍ର, ଶ୍ୟାମ ସୁନ୍ଦର ବିନ୍ଧାଣି, ଦେବବ୍ରତ ସିଂ ଦେଓ, ଶିବରାମ ପ୍ରଧାନୀ, ମନୋଜ କୁମାର ଆଚାର୍ଯ୍ୟ, ଅଜୟ କୁମାର ଡିଗାଲ, ଶ୍ରୀକାନ୍ତ ମଲ୍ଲିକଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀଙ୍କ ସୁଅ ଛୁଟିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୯ରୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ

ଭୁବନେଶ୍ୱର,୨ା୧୦(ଅନିଲ ଦାସ):ବିଜୁ ଜନତା ଦଳର ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବିଜୁ ଜନତା ଦଳର...

ବିଡିଓଙ୍କୁ ତାଲା ପକାଇଲେ ଏମ୍‌ପିଙ୍କ ପ୍ରତିନିଧି, ଭାଜପା କର୍ମୀ

କେନ୍ଦୁଝର, ୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ତେଲକୋଇ ବିଡିଓଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ମଙ୍ଗଳବାର ଅପରାହ୍ନରେ କେନ୍ଦୁଝର ଏମ୍‌ପିଙ୍କ ପ୍ରତିନିଧି ହରିହର ପ୍ରଧାନ ଓ ସେମାନଙ୍କ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କୁଜଙ୍ଗ,୨।୧୦(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ସଭ୍ୟାସଭ୍ୟ ପଦ ନିମନ୍ତେ ଅକ୍ଟୋବର ୪ରେ ନିର୍ବାଚନ ହେବ। ଏଠାରେ...

ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’

ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍‌ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ...

ଆଜିଠୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ସୁନିତ୍‌ ମିଶ୍ର):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାରଠାରୁ ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଦିଲ୍ଲୀଠାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ସେ ଯୋଗଦେବା କାର୍ଯ୍ୟକ୍ରମ...

ସ୍କୁଲ ଛୁଟି କଲା ହାତୀ

ଉଦଳା,୨ା୧୦(ସନ୍ତୋଷ କୁମାର ବାଚ୍ଛିନୀ):ହାତୀ ଭୟରେ ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ କାଠୁଆବେଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ମଙ୍ଗଳବାର ଛୁଟି କରିଦିଆଯାଇଥିଲା। ବିଦ୍ୟାଳୟଠାରୁ ୫୦ ମିଟର...

କାରଖାନାରେ ଶ୍ରମିକଙ୍କୁ ଉଲଗ୍ନ କରି ମାଡ଼

ଢେଙ୍କାନାଳ,୧ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଗନ୍ନାଥ ପାୱାର ନାମକ ଏକ କମ୍ପାନୀ ପରିସରରେ ଗତ ୩ ଦିନ ତଳେ କାରଖାନାରେ କାର୍ଯ୍ୟରତ...

ପାରିବାରିକ କଳହକୁ କେନ୍ଦ୍ର କରି ଭେଣୋଇକୁ ହତ୍ୟା କଲା ଶଳା, ଭାଣିଜୀ ଗୁରୁତର

ଥୁଆମୂଳ ରାମପୁର,୧ା୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ଗ୍ରାମପଞ୍ଚାୟତ ନିକଟସ୍ଥ ରାଣୀଡୁମେର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ଏକ ଅଭାବନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri