ବାଲି ଚୋରି ରୋକିବାରେ ପ୍ରଶାସନ ନାଚାର: ଘାଟରେ ଖୋଳାଗଲା ନାଳ

ଭଣ୍ଡାରିପୋଖରୀ, ୨୨ା୧୨(ଡି.ଏନ୍‌.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ଘାଟରୁ ଚୋରାରେ ବାଲି ପରିବହନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ବାଲିଚୋରିକୁ ରୋକିବା ପାଇଁ ତହସିଲ ପକ୍ଷରୁ ଏକ ସ୍କ୍ବାଡ ଗଠନ କରାଯାଇ ବିଭିନ୍ନ ଘାଟରେ ଚଢ଼ାଉ କରାଯାଉଛି। ବାଲି ମାଫିଆମାନେ ଆଗୁଆ ସୁରାକ ପାଇ ଘାଟରୁ ଗାଡ଼ି ଉଠାଇ ଫେରାର ହେଉଯାଉଥିବାରୁ ସ୍କ୍ବାଡକୁ ଖାଲି ହାତରେ ଫେରିବା ସାର ହେଉଛି। ତେବେ ଶନିବାର ତହସିଲ ପକ୍ଷରୁ ଏକ ସ୍କ୍ବାଡ ବୈତରଣୀ ନଦୀର ବାଲିପୋଖରୀ ପଞ୍ଚାୟତର କୁମ୍ଭାରିଆଠାରେ ଦୁଇଟି ଘାଟ ଓ ବାଲିପୋଖରୀ ଏସ୍‌କେପ୍‌ଠାରେ ଦୁଇଟି ସ୍ଥାନ ସମେତ ଅନ୍ୟ ଏକ ସ୍ଥାନରେ ନଦୀ ଭିତରକୁ ଗାଡ଼ି ଯାଇ ବାଲି ଯେମିତି ଆଣି ନ ପାରିବ ସେଥିଲାଗି ଜେସିବି ସାହାଯ୍ୟରେ ୭ ଫୁଟ ଗଭୀର ଓ ୨୫ ରୁ ୩୦ ଫୁଟ ଲମ୍ବର ନାଳ ଖୋଳିିଛନ୍ତି। ବାଲି ଚୋରି ରୋକିବା ସକାଶେ ତହସିଲ ସ୍କ୍ବାଡକୁ ସହଯୋଗ କରିବା ଲାଗି ଥାନାରୁ ଆସିଥିବା ଏକ ଟିମ୍‌ ରବିବାର ସକାଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ, ସୁପରଭାଇଜର ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ତହସିଲର ବନ୍ଦାଳୋ, ମଢିଆଳୀ, ଝୁଟଣା ଆଦି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କେହି ଧରାପଡ଼ି ନ ଥିଲେ। ତେବେ ସେମାନେ ଫେରିବା ସମୟରେ ୧୬ ନଂ ଜାତୀୟ ରାଜପଥର ଭାଗଡ଼ା ନିକଟରୁ ଏକ ବାଲି ବୋଝେଇ ହାଇୱା ଟ୍ରକ ଭଦ୍ରକ ଆଡ଼କୁ ଯାଉଥିବା ଦେଖି ଅଟକାଇଥିଲେ। ଚାଳକ ୱାଇ ଫର୍ମ ପୂରଣ ହୋଇଥିବା ଦେଖାଇବା ସତ୍ତ୍ୱେ ଦସ୍ତଖତ ନ ଥିବାରୁ ହାଇୱାଟିକୁ ଜବତ କରି ଭଣ୍ଡାରିପୋଖରୀ ଥାନାରେ ରଖାଯାଇଛି। ରବିବାର ଥିବାରୁ ଜରିମାନା ଆଦାୟ ହୋଇନାହିଁ। ଏହି ତହସିଲର ମଣିନାଥପୁର, ମୁଢ଼ାପଦା ଅଞ୍ଚଳରୁ ରାତିରେ ବେଆଇନ ଭାବେ ବାଲି ଚାଲାଣ ହେଉଥିବାରୁ ଏହାକୁ ରୋକିବା ପାଇଁ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ରାତିରେ ସ୍କ୍ବାଡ ନେଇ ବିଭିନ୍ନ ଘାଟରେ ଚଢ଼ାଉ କରିବେ ବୋଲି ସୂଚନା ମିଳିଛିି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri