ଚୌଦ୍ୱାର,୧୨।୫(ଡି.ଏନ୍.ଏ.): ବାଲେଶ୍ୱର ଜିଲାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ୨୫ ଶ୍ରମିକ ଚାଲିଚାଲି ଛତିଶଗଡ଼ ଯାଉଛନ୍ତି। ପ୍ରାୟ ଏକ ସପ୍ତାହ ହେବ ସେମାନେ ବାଲେଶ୍ବରରୁ ବାହାରି ଏବେ କଟକ ଜିଲା ଚୌଦ୍ୱାରରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଛୋଟ ପିଲା, ମହିଳା ଓ ପୁରୁଷ ରହିଛନ୍ତି। ସେମାନେ ନାମ ପଞ୍ଜିକରଣ କରିବାକୁ ଚେଷ୍ଟା କରିଥିଲେ। ମାତ୍ର କେହି ସହଯୋଗ ନ କରିବାରୁ ସେମାନେ ଚାଲି ଚାଲି ଯାଉଥିବା କହିଛନ୍ତି। ଉକ୍ତ ଶ୍ରମିକମାନେ ଚୌଦ୍ୱାର ଥାନାରେ ଆଶ୍ରୟ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଚୌଦ୍ୱାର ପୋଲିସ ସେମାନଙ୍କୁ ସେଠାରୁ ବାହାର କରିଦେଇଥିଲେ । ଯାହାକୁ ନେଇ ଥାନା ଭିତରେ କିଛି ସମୟ ପାଇଁ ପୋଲିସ ଓ ଶ୍ରମିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସେମାନେ ପୁଣି ୫୫ ନଂ. ଜାତୀୟ ରାଜପଥରେ ଚାଲିଚାଲି ଯାଇଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, କଟକ, କରୋନା ଭାଇରସ୍